ମହଙ୍ଗା ପଡିଲା ପଡିଆ ମଝିରେ ନମାଜ ପାଠ ! ପାକିସ୍ତାନ ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ଅଡୁଆରେ ପଡିଛନ୍ତି । ବିଶ୍ଵକପ ମ୍ଯାଚ ଚାଲିଥିବା ସମୟରେ ରିଜୱାନଙ୍କର ପଡିଆ ମଧ୍ୟରେ ହିଁ ନମାଜ ପାଠ କରିବା ତାଙ୍କୁ ଏବେ ମହଙ୍ଗା ପଡିଯାଇଛି । ରିଜବାନଙ୍କ ବିରୁଦ୍ଧରେ icc ରେ ଫେରାଦ ହୋଇଛନ୍ତି ଭାରତୀୟ ଓକିଲ ବିନୀତ ଜିନ୍ଦାଲ । ମ୍ଯାଚ ମଧ୍ୟରେ ରିଜବାନ ନମାଜ ପାଠ କରି ନିଜକୁ ଜଣେ ମୁସଲମାନ ବୋଲି ଦର୍ଶାଇଛନ୍ତି ।
ଯାହା ଖେଳାଳୀ ମାନଙ୍କର ସ୍ପୋର୍ଟ ସ୍ପିରିଟକୁ ପ୍ରଭାବିତ ମଧ୍ୟ କରିପାରେ । ତେବେ ଏଭଳି କିଛି ଅଭିଯୋଗ ବିନୀତ ଜିନ୍ଦାଲ ମହମ୍ମଦ ରିଜୱାନଙ୍କ ନାମରେ ଅଭିଯୋଗ କରିଛନ୍ତି । ଅକ୍ଟୋବର 6 ତାରିଖରେ ରାଜୀବ ଗାନ୍ଧୀ ଷ୍ଟାଡିୟମ ଠାରେ ପାକିସ୍ତାନ ଓ ନେଦରଲାଣ୍ଡ ମୁହାଁମୁହିଁ ହୋଇଥିଲେ । ଉଭୟ ଦଳ ପକ୍ଷରୁ ମ୍ଯାଚ ଚାଲିଥିବା ସମୟରେ ପଡିଆ ମଝିରେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଥିଲା । ଯାହାକି ଦେଖିବାକୁ କିଛି ଏଭଳି ମିଳିଥିଲା ।
ଯେ ମହମ୍ମଦ ରିଜୱାନ ପଡିଆ ମଝିରେ ବସି ନମାଜ ପାଠ କରୁଛନ୍ତି । ତେବେ ଏହି ଦୃଶ୍ୟ ଦେଖିବା ପରେ ଏହା ଉପରେ ଅଭିଯୋଗ ଆଧାର କରି icc ପାଖରେ ଅଭିଯୋଗ ରିଜୱାନଙ୍କ ନାମରେ ପହଞ୍ଚିଛି । ବିନୀତ ଅଭିଯୋଗରେ ଏଭଳି କିଛି ରିଜୱାନଙ୍କୁ ନେଇ କହିଛନ୍ତି । ଯେ ମହମ୍ମଦ ରିଜୱାନଙ୍କର ରାଜନୈତିକ ଓ ଧାର୍ମିକ ଉଦ୍ଧେଶ୍ୟ ରହିଛି ବୋଲି ସେ କହିଛନ୍ତି । କାରଣ ରିଜୱାନଙ୍କର ନମାଜ ପାଠ କରିବା ତାଙ୍କର ବ୍ୟକ୍ତିଗତ ଧର୍ମ ତଥା କର୍ତ୍ତବ୍ୟ ଅଟେ ।
ହେଲେ ଏଭଳି ଭାବରେ ମ୍ଯାଚ ଚାଲିଥିବା ସମୟ ପଡିଆ ମଧ୍ୟରେ ବସି ନମାଜ ପାଠ ପଢିବା ଉପରେ ବିନୀତ ଜିନ୍ଦାଲ ରିଜୱାନଙ୍କ ଉପରେ ଦୋଷାରପ କରିଛନ୍ତି । ଯେଉଁ କାରଣରୂ ବିନୀତ ଜିନ୍ଦାଲ ମହମ୍ମଦ ରିଜୱାନଙ୍କ ନାମରେ ଏଭଳି କିଛି ବଡ ଅଭିଯୋଗ ନେଇ ମଧ୍ୟ ଆସିଛନ୍ତି । ଯାହା ଉପରେ ଚର୍ଚା ହେବାରେ ଲାଗିଛି ।
ତେବେ ବର୍ତ୍ତମାନ ସମୟରେ ବିନୀତ ଜିନ୍ଦାଲ ରିଜୱାନଙ୍କ ନାମରେ ଆଣିଥିବା ଅଭିଯୋଗ ଆଧାରରେ icc ଆଗାମୀ ସମୟରେ କି ପଦକ୍ଷେପ ନେଉଛି ? ତାହା ଦେଖିବାକୁ ଅପେକ୍ଷା ରହିଲା । ରିଯୱାନଙ୍କଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ