ବର୍ଷା ମ୍ଯାଡାମ ଥାନାକୁ ଆସନ୍ତୁ, ବିନା ସ୍ଵାର୍ଥରେ କେହି ଭିଡିଓ କରନ୍ତି ନାହିଁ । ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ନିଜର ଭିଡିଓ ଦ୍ଵାରା ଲୋକଙ୍କୁ ମାନରଞ୍ଜନ କରାଇ ଭାଇରାଲ ହୋଇଥିବା ବର୍ଷା ସାହୁଙ୍କ ନାମରେ କିଛି ଏଭଳି ମାମଲା ଆସିଛି । ଯେଉଁଥିରେ କି ବର୍ଷା ସାହୁ ଲୋକଙ୍କୁ ନିଜ ଆଡ୍ ମାଧ୍ୟମରେ ଭୂୟାଁ ବୁଲାଇ ଲୋକଙ୍କ ଠାରୁ ଟଙ୍କା ଥକୁଛନ୍ତି ବୋଲି ଚର୍ଚା ହେବାରେ ଲାଗିଛି । ତେବେ ସେହିଭଳି ଜଣେ ଯୁବକ ଜିଏକି ମଧ୍ୟ ବର୍ଷା ସାହୁଙ୍କ ଆଡ୍ ଦେଖି ନିଜର ଟଙ୍କା ଇନଭେସ୍ଟ କରିଥିଲେ ।
ହେଲେ ଯେଉଁଥିରେ କି ଯୁବକ ଜଣଙ୍କ ଠକାମୀର ମଧ୍ୟ ଶିକାର ହୋଇଥିଲେ । ତେବେ ଯୁବକ ଜଣଙ୍କ କହିବା ଆଧାରରେ ବର୍ଷା ସାହୁଙ୍କର 7 ଲକ୍ଷ ଭଳି ଫୋଲୋୟର୍ସ ଅଛନ୍ତି । ତେଣୁ ତାଙ୍କ ଉପରେ ଭରଷା କରିକି ମୋ ଭଳି ଅନେକ ଲୋକ ମଧ୍ୟ ସେ କହିବା ଅନୁଯାଇ ଲୋକ ଟଙ୍କା ମଧ୍ୟ ଇନଭେସ୍ଟ କରିଛନ୍ତି । କାରଣ ବର୍ଷା ମାଡାମ ନିଜେ ତାଙ୍କ ଷ୍ଟାଟସ, ଷ୍ଟୋରିରେ ଯେଉଁ ସ୍ପନଶିପ ଆଡ୍ କରୁଛନ୍ତି ।
ସେଥିରେ ସିଏ ନିଜ ମଧ୍ୟ ଟଙ୍କା ଇନଭେଷ୍ଟ କରି ଟଙ୍କା ରୋଜଗାର କରୁଛନ୍ତି ବୋଲି କହିବାରୁ ଲୋକ ତାଙ୍କ କଥାକୁ ବହୁ ସହଜରେ ବିଶ୍ବାସ କରିନେଉଛନ୍ତି । ହେଲେ ଏତେ ସବୁ ହେଲା ପରେ ବର୍ଷା କହୁଛନ୍ତି । ଯେ ତାଙ୍କର ଏଥିରେ କିଛି ବି ଭୁଲ ନାହିଁ । ସେ ଲୋକଙ୍କ ଠାରୁ ଟଙ୍କା ନେଇନାହାନ୍ତି କି ତାଙ୍କ ସାଥିରେ ଠକାମୀ ମଧ୍ୟ କରି ନାହାନ୍ତି । ଯଦି ତାଙ୍କର କିଛି ଭୁଲ ନାହିଁ, ତେବେ ସେ ସାଇବର ଥାନାକୁ ଆସନ୍ତୁ । ତାଙ୍କ ପାଖରେ ନିର୍ଦ୍ଧୋଶ ହେବାର କଣ ପ୍ରମାଣ ଅଛି ଦେଖାନ୍ତୁ ।
ତାପରେ ଯାଇ ବର୍ଷା ସାହୁ ସତ କି ମିଛ ସମସ୍ତେ ଜାଣିପାରିବେ । କାରଣ ବିନା ସ୍ଵାର୍ଥରେ ତ କେହି କାହାର କାମ କରିନାହାନ୍ତି । ତେବେ ବର୍ଷା କଣ ପାଇଁ ପିହୁ ରାଥୋର ଆଇଡି ପାଇଁ ଆଡ୍ କରୁଥିଲେ । ତେଣୁ ବର୍ଷା ସାହୁ ସାଇବର ଥାନାକୁ ଆସିଲା ପରେ ଯାଇ ସତ ସାମ୍ନାକୁ ଆସିବ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ