ପୁଣି ଥରେ ରଣଭୂମୀକୁ ବାହାରି ପଡିଛନ୍ତି ଅଭିନେତା ଅନୁଭବ ମହାନ୍ତି । ହଁ ଆଜ୍ଞା ଗତ 3 ବର୍ଷ ଧରି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ମାମଲା ଥମିବାର ନାମ ହିଁ ନେଉଆନାହିଁ । ଏପଟେ ପରିବାର କୋର୍ଟଙ୍କର ରାୟ ଶୁଣି ଅନୁଭବ ମଧ୍ୟ ଭାଙ୍ଗି ପଡିଛନ୍ତି । ହେଲେ ଅନୁଭବ ମନ ଦୁଃଖରେ ରହିଛନ୍ତି ସତ ! ହେଲେ ଏହି ମାମଲାରେ ହାର ମାନିନାହାନ୍ତି । କାରଣ ଅନୁଭବ ଗତ କିଛି ଦିନ ତଳେ କହିଥିବା କଥାକୁ ଏବେ ସତ କରିବାକୁ ଯାଉଛନ୍ତି ।
କାରଣ ଅନୁଭବ ଗତ ସୋମାବାର ଦିନ ହାଇକୋର୍ଟରେ ନିଜ ପାରିବାରିକ ମାମାଲାରେ ଛାଡପତ୍ର ପାଇବା ପାଇଁ ପହଞ୍ଚି ଯାଇଛନ୍ତି । ନିଜର ନ୍ୟାୟ ଦାବୀରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ହାଇକୋର୍ଟର ଆଶ୍ରୟ ନେଇଛନ୍ତି । ବର୍ଷାଙ୍କ ଠାରୁ କିଭଳି ଯଥା ଶୀଘ୍ର ସମ୍ଭବ ଛାଡପତ୍ର ନେଇ ଅନୁଭବ ବର୍ଷାଙ୍କ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି । ତେବେ ଅନୁଭବ ହାଇକୋର୍ଟରେ ପହଞ୍ଚିବା ପରେ ନିଜ ଛାଡପାତ୍ରର ଭାଗ୍ୟକୁ ହାଇକୋର୍ଟରେ ଛାଡି ଦେଇଛନ୍ତି ।
କାରଣ ତାଙ୍କର ଆଇନ ଉପରେ ବହୁତ ବିଶ୍ବାସ ରହିଛି । ସେ ଜାଣିଛନ୍ତି, ଯେ ପରିବାର କୋର୍ଟ ଅନୁଭବଙ୍କୁ ଯେଉଁ ପ୍ରକାର ନ୍ୟାୟ ଦେଇ ପାରିନାହିଁ । ସେହି ନ୍ୟାୟ ଅନୁଭବଙ୍କୁ ହାଇକୋର୍ଟ ହିଁ ଆଗାମୀ ସମୟରେ ଦେବାକୁ ଯାଉଛି । କାରଣ ଅନୁଭବ ଓ ବର୍ଷାଙ୍କ ଭଳି ପାରିବାରିକ ବିବାଦ ଭଳି ସମାନ ଘଟଣାରେ ଅନ୍ୟ ମାନଙ୍କର ଛାଡପତ୍ର କେବେ ଠାରୁ ହୋଇସାରିଥିବା ବେଳେ ଅନୁଭବଙ୍କୁ ଏପର୍ଯ୍ୟନ୍ତ ମଧ୍ୟ ଛାଡପତ୍ର ମିଳିପାରିନାହିଁ ।
ହେଲେ ଅନୁଭବ ନିଜର ସବୁ ସମସ୍ଯାର ସମାଧାନ ପାଇଁ ଏବେ ସଂପୂର୍ଣ୍ଣ ଉପରେ ହାଇକୋର୍ଟ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି । ଏପଟେ ଅନୁଭବଙ୍କୁ ହାଇକୋର୍ଟରେ ପହଞ୍ଚିବା ଦେଖି ବର୍ଷା ଭୟରେ ଥରୁଛନ୍ତି ବୋଲି ସାଧାରଣରେ ଚର୍ଚା ଆରମ୍ଭ ହୋଇସାରିଛି । କାରଣ କାଳେ ଅନୁଭବଙ୍କର ତଥ୍ୟ ସବୁ ଶୁଣି କୋର୍ଟ ଅନୁଭବଙ୍କୁ ନ୍ୟାୟ ଦେବାକୁ ଯାଇ ବର୍ଷା ଓ ଅନୁଭବଙ୍କର ଛାଡପତ୍ରକୁ ମଞ୍ଜୁରୀ ଦେଇଦେବ । ଏହାପରେ ଅନେକ ଆଶା ବାନ୍ଧି ରହିଛନ୍ତି । ତେବେ ଆଗାମୀ ସମୟରେ ଏହି ମାମଲାରେ କଣ ହେବ, ଦେଖିବା ଅପେକ୍ଷାରେ ରହିଲା । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ