ସହିଦ Saroj ଙ୍କ ଧର୍ମପତ୍ନୀ ମୁହଁ ଖୋଲି କହିଲେ… ସବୁ ଜନ୍ମରେ ମୋତେ ଏମିତି ସ୍ଵାମୀ ମିଳୁ, Sahid Saroj Kumar Das

ସହିଦ ସରୋଜ କୁମାର ଦାସଙ୍କ ଆଜି ହେଉଛି ଏକାଦଶାହ ! ହଁ ବନ୍ଧୁଗଣ ବୀର ପୁଅ ସରୋଜଙ୍କର ସହିଦ ହେବାର ଗତ 11 ଦିନ ବିତିଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ମଧ୍ୟ ସରୋଜଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖିନାହିଁ । ଅମାନିଆ ଆଖିରୁ ଧାର ଧାର କରି ଲୁହ ଗୁଡାକ ବହିଯିବାରେ ଲାଗିଛି । ଆଜି ବି ସହିଦ ସରୋଜଙ୍କ ଧର୍ମପତ୍ନୀ ନିଜ ସ୍ଵାମୀଙ୍କର ଫେରିବା ବାଟକୁ ଚାହିଁ ରହିଛନ୍ତି । କାରଣ ସହିଦ ସରୋଜ କୁମାରଙ୍କର ଧର୍ମପତ୍ନୀ ଏଭଳି କିଛି କହହିଛନ୍ତି ।

ଯେ ମୁଁ ମୋ ସ୍ଵାମୀ ପାଇଁ ବହୁତ ଗର୍ବିତ । ମୁଁ ଚାହେଁ, ଏମିତିକା ସ୍ଵାମୀ ମୋତେ ସବୁବେଳେ ମିଳୁ । ହଁ ବନ୍ଧୁଗଣ ସେହି ଲୁହଭିଜା ଆଖିରେ ମନରେ ଏତେ କୋହ ଥାଇ ମଧ୍ୟ ନିଜ ସ୍ଵାମୀଙ୍କ ପାଇଁ ସ୍ତ୍ରୀ ଯେ କେତେ ଗର୍ବିତ । ତାହା ତାଙ୍କ ଧର୍ମପତ୍ନୀଙ୍କ ଲୁହରୁ ସ୍ପଷ୍ଠ ଭାବେ ବାରି ହୋଇଯାଉଛି । ଯେତେହେଲେ ବି ସେ ଜଣେ ବୀର ଯବାନଙ୍କର ଧର୍ମପତ୍ନୀ ଥିଲେ । ତାଙ୍କ ସ୍ଵାମୀ ନିଜ ଦେଶ ତଥା ମାଟି ମା’ ପାଇଁ ନିଜର ପ୍ରାଣର ବଳୀଦାନ ଦେଇଦେଇଛନ୍ତି ।

ତେଣୁ ଖାଲି ସରୋଜଙ୍କର ଧର୍ମପତ୍ନୀ ନୁହନ୍ତି । ବଂର ସରୋଜଙ୍କର ପରିବାର ତଥା ତାଙ୍କର ପୁରା ଗ୍ରାମ ଆଜି ସରୋଜ କୁମାର ଦାସଙ୍କ ପାଇଁ ବହୁତ ଗର୍ବ ଅନୁଭବ କରୁଛନ୍ତି । ହେଲେ ସରୋଜ ସହିଦ ହୋଇଯିବା କଥା ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଏତେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କାରଣ ସିକ୍କିମର ଏହି ପ୍ରଳୟଙ୍କାରି ବନ୍ୟା ହଟାତ ଅଚାନକ ଭାବରେ 23 ଜଣ ଭାରତୀୟ ଯବାନଙ୍କର ପ୍ରାଣ ନେଇଯିବ । ତାହା ସାରା ଦେଶବାସୀ ପାଇଁ ବହୁତ ବଡ ଦୁଃଖଦ ଖବର ଅଟେ ।

ଏଥିସହ ସେହି 23 ଜଣ ବୀର ପୁରୁଷଙ୍କ ମଧ୍ୟରେ ଆମ ଓଡିଆ ପୁଅ ସରୋଜ କୁମାର ଦାସ ମଧ୍ୟ ଥିଲେ । ତେଣୁ ଓଡିଶା ମାଟି ପୁଣି ଥରେ ନିଜର ଜଣେ ବୀର ପୁରୁଷକୁ ହରାଇଛି । ତେବେ ସହିଦ ସରୋଜଙ୍କ ଧର୍ମପତ୍ନୀ ନିଜ ମନକୁ ଯେତେ ଯାହା କହି ବୁଝାଇଲେ । ବି ତାଙ୍କର ସେହି ଅବୁଝା ମନ ନିଜ ସ୍ଵାମୀଙ୍କୁ ହରାଇ ସଂପୂର୍ଣ୍ଣ ରୂପରେ ଭାଙ୍ଗି ପଡିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *