ପୁଣି ଥରେ ବାହାନଗା ଭଳି ଘଟିଗଲା ଟ୍ରେନ ଦୁର୍ଘଟଣା ! ରେଳ ଧାରଣାରୁ ଲାଇନ ଚ୍ୟୁତ ହେଲା 21 ଟି ବଗୀ Train Trajedy

ପୁଣି ବାହାନଗା ଭଳି ଆଉ ଥରେ ଘଟିଲା ଟ୍ରେନ ଦୁର୍ଘଟଣା ! ହଁ ଆଜ୍ଞା ବାହାନଗାର ଭୟଙ୍କର ଟ୍ରେନ ଦୁର୍ଘଟଣାର ଛବି ଆଖିରୁ ହଟିନଥିବା ବେଳେ ଗୋଟେ ପରେ ଗୋଟେ ଦେଶରେ ଟ୍ରେନ ଦୁର୍ଘଟଣା ଘଟି ଚାଲିଛି । ଯେଉଁ କାରଣରୁ ଟ୍ରେନରେ ଯାତାୟାତ ସାଧାରଣ ଲୋକଙ୍କ ମନକୁ ଭୟଭୀତ କରିପକାଉଛି । ତେବେ ଚଳନ୍ତା ଟ୍ରେନର 21 ଟି ବଗୀ ଓଲଟି ପଡିଛି । ଯାହା ତଳେ ଯାତ୍ରୀ ଚାପି ହୋଇ ମୃତ୍ୟୁ ବରଣ କରିଛନ୍ତି । ହଁ ବନ୍ଧୁଗଣ ଏଭଳି ଏକ ଲୋମଟାଙ୍କୁରା ଦୃଶ୍ୟ ବିବାହରେ ଘଟି ଯାଇଛି ।

ଟ୍ରେନ ଭିତରେ ଶହ ଶହ ଯାତ୍ରୀ ବସି ନିଜ ନିଜର ଗନ୍ତବ୍ୟସ୍ତଳକୁ ଯାଉଥିଲେ । ହେଲେ ବାଟରେ ଏଭଳି କିଛି ଘଟିଯିବ ତାହା କେହି କେବେବି ସ୍ଵପ୍ନରେ ସୁଦ୍ଧା ଭାବି ପାରିବେ ନାହିଁ । ହଟାତ ଏକ ଭୟଙ୍କର ଶବ୍ଦ ଯାତ୍ରୀ ମାନଙ୍କୁ ଶୁଣା ଯାଇଥିଲା । ପରେ ଯାତ୍ରୀ ବସିଥିବା ଟ୍ରେନଟି ଟଳମଳ ହେବାକୁ ଲାଗିଥିଲା । ଆଉ କେହି କିଛି ଭାବିବା କି ବୁଝିବା ଆଗରୁ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା । କାରଣ ହଟାତ ଟ୍ରେନର 21 ଟି ବଗୀ ଚାହୁଁ ଚାହୁଁ ଓଲଟି ପଡିଲା ।

ତାହାପରେ କିଛି ଯାତ୍ରୀ ସେହି ବଗୀ ତଳେ ଚାପି ହୋଇ ନିଜର ଜୀବନ ହରାଇଲେ । ତେବେ ଏଭଳି ଏକ ଛାତିଥରା ଦୃଶ୍ୟ ବର୍ତ୍ତମାନ ସାରା ଦେଶରେ ଚହଳ ପକାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ 4 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ହେଲେ ଆଗାମୀ ସମୟରେ ବଗୀ ତଳେ ଚାପି ହୋଇ ଯାତ୍ରୀ ମରିଥିବା ହାର ବଢିବାର ସମ୍ଭାବନା ରହିଛି ବୋଲି ଆଶଙ୍କା ରହିଛି । ଏଥିସହ 75 ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।

ତେଣୁ ଆହତ ହୋଇଥିବା ଯାତ୍ରୀ ମାନଙ୍କର ପ୍ରାଣ ରକ୍ଷା ପାଇଁ ଯଥା ଶୀଘ୍ର ସେମାନଙ୍କୁ ମେଡିକାଲ ନେଇଯିବାର ବ୍ୟବସ୍ଥା କରାଯାଉଛି । ଦିଲ୍ଲୀର ଆନନ୍ଦ ବିହାରରୁ ଗୌହାଟୀ କାମାକ୍ଷା ନଗର ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସର 21 ଟି ବଗୀ ଲାଇନ ଚ୍ୟୁତ ହୋଇଯାଇଛି । ଫଳରେ ଏଭଳି ଏକ ବଡ ଦୁର୍ଘଟଣା ଘଟି ଯାଇଛି । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *