ସିକ୍କିମ ବନ୍ୟାରେ ଫସି ରହିଥିଲେ ନଫିସା, ଭୋକ ଉପାସରେ କାଦୁଅ ଭିତରେ ବହୁ ସଂଘର୍ଷ କରି ଘରକୁ ଫେରିଲେ…

ସିକ୍କିମ ବନ୍ୟାରେ 3 ଦିନ ରହିଲା ପରେ… ଘରକୁ ଫେରିଲେ ନଫିସା । ହଁ ଅଜ୍ଞା ନିକଟରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରି ବନ୍ୟାର ପ୍ରକୋପ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା । ଖାଲି ସିକ୍କିମର କାହିଁକି ସିକ୍କିମରେ ରହିଥିବା ଅନ୍ୟ ରାଜ୍ୟର ଲୋକେ ମଧ୍ୟ ବନ୍ୟା ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରିଛନ୍ତି । ଏହି ଯେପରି ସିକ୍କିମର ଏକ ମେଡ଼ିସିନ କମ୍ପାନୀରେ କମ କରୁଥିବା ପୁରୀ ଜିଲ୍ଲାର ନଫିସା ସିକ୍କିମ ବନ୍ୟାରେ 3 ଦିନ ସେଠାରେ ଫାଶି ରହିଥିଲେ ।

ତେବେ ବହୁ ସଂଘର୍ଷ କରିବା ପରେ ନଫିସ ତାଙ୍କ ଘରକୁ ଫେରିପାଇଛନ୍ତି । ଝିଅ ନଫିସାକୁ ମଧ୍ୟ ବିପଦ ମୁହଁରୁ ବଞ୍ଚି ଆସିବାର ଦେଖି ଘର ଲୋକଙ୍କର ଖୁସି କହିଲେ ନସରେ । କାରଣ ସିକ୍କିମ ଠାରେ ବନ୍ୟା ହେବାର ଘଟଣା ଶୁଣିବା ପରେ ପରିବାର ଲୋକ ନିଜ ଝିଅ ନଫିସାଙ୍କ ପାଇଁ ବହୁତ ଚିନ୍ତିତ ଥିଲେ । ଏପରିକି ଝିଅ ସହ ପରିବାର ଲୋକଙ୍କର ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଥିଲା । ହେଲେ ବନ୍ୟା ପାଇଁ ସେଠାରେ ନଫିସା କିଭଳି ଭାବେ ନାହିଁ ନଥିବା ଅସୁବିଧା ଭୋଗ କରିଛନ୍ତି ।

ସବୁ ର କରୁଣ କାହାଣୀ ପରିବାର ଲୋକଙ୍କ ସାମ୍ନାରେ ବଖାଣିଛନ୍ତି । ତେବେ ନଫିସା ନିଜର ଡ୍ଯୁଟି ସାରି ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଲୋକଙ୍କର ଚିତ୍କାର ଶୁଣିବାକୁ ପାଇଥିଲେ । ବାହାରକୁ ଆସିଲା ପରେ ଦେଖିବାକୁ ପାଇଥିଲେ । ଘର ବାହାରେ ବନ୍ୟା ପାଣିର ସୁଅ ମାଡି ଆସିଛି । ଏହାପରେ ନଫିସା ନିଜର ସାଥି ମାନଙ୍କୁ ନେଇ ଉପର ମହଲାକୁ ଚାଲି ଯାଇଥିଲେ । ନଫିସା ନିଜ ସାଥି ମାନଙ୍କ ସହ ନଖାଇ ନ ପିଇ ଉପର ମହଲାର ଗୋଟିଏ କୋଠରୀ ବନ୍ଦ ହୋଇ ରହିଥିଲେ ।

ବନ୍ୟା ସ୍ଥିତି କିଛି ସୁଧୁରିବା ପରେ ଘରକୁ ଆସିବା ପାଇଁ ଚେଷ୍ଟା କରିଥିଲେ । ହେଲେ ଘରକୁ ଆସିବା ପାଇଁ ମଧ୍ୟ ନଫିସାକୁ ବହୁତ ସଂଘର୍ଷ କରିବାକୁ ପଡିଥିଲା । ଯୋଜାଯୋଗ ବିଚ୍ଛିନ୍ନ କାରଣରୁ ଉପାସ ରହି କାଦୁଅରେ ପାଖାପାଖି 2 କିଲୋମିଟର ତାଙ୍କୁ ଚାଲିକି ଜୀବ ପାଇଁ ପଡିଥିଲା । ହେଲେ ଏତେ ସବୁ ସଙ୍ଗର୍ଷ ପରେ ମଧ୍ୟ ନଫିସା ନିଜ ଘର ଆସି ପହଞ୍ଚି ପାରିଥିଲେ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *