ମୁଁ ମୋର ପ୍ରଥମ 4 ଟି ସିନେମା ମାଗଣାରେ କରିଛି… ହିରୋ ଭାବେ ନାମ କରିବା ପାଇଁ ବହୁତ ଇଛା ଥିଲା… Jyoti Ranjan Nayak

ମୁଁ ପ୍ରଥମ 4 ଟି ଫିଲ୍ମ ମାଗଣା କରିଛି । କାରଣ ମୁଁ ହିରୋ ହେବାକୁ ଚାହୁଁଥିଲି । ହଁ ବନ୍ଧୁଗଣ ଅଭିନେତା ଜ୍ଯୋତି ରଞ୍ଜନ ନାୟକ ଏକ ସାକ୍ଷାତକାରରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଯେଉଁଥିରେ ଅଭିନେତା ଜ୍ଯୋତି ରଞ୍ଜନ କହିଛନ୍ତି । ଯେ ମୋର ଛୋଟ ବେଳୁ ହିଁ ଅଭିନୟ ପ୍ରତି ଆଗ୍ରହ ଥିଲା । ବଡ ପରଦାରେ ହିରୋ ହେବା ମଧ୍ୟ ମୋର ବହୁତ ପସନ୍ଦ ଥିଲା । ରିୟାଲିଟି ସୋ’ ରୁ ଯେତେବେଳେ ଫିଲ୍ମ କରିବା ଆରମ୍ଭ କରିଲି । ତାପରେ ମୁଁ ମୋର ପ୍ରଥମ 4 ଟି ସିନେମା ମାଗଣାରେ କରିଛି ।

କାରଣ ମୁଁ ହିରୋ ହେବାକୁ ଚାହୁଁଥିଲି । ଆଗେ କିଛି ଫିଲ୍ମ କରି ଲୋକଙ୍କ ନିକଟରେ ପରିଚିତ ହେବ ପାଇଁ ଚାହୁଁଥିଲି । ସେଥିପାଇଁ ମୁଁ ପ୍ରଥମ 4 ଟି ଫିଲ୍ମରେ ବିନା ଟଙ୍କାରେ ହିଁ କାମ କରିଛି । ମୋର ସବୁ ଇଣ୍ଟରଭିୟୁରେ ଝିଲିକଙ୍କୁ ମୁଁ ମୋର ଲକି ବୋଲି କୁହେ । କାରଣ ଯେଉଁ ସମୟରେ ମୋତେ ନୂଆ ହିରୋ ଭାବି ହିରୋଇନ ମାନେ ଫିଲ୍ମ କରିବାକୁ ମନା କରିଦେଇଥିଲି । ସେହି ଫିଲ୍ମ ପାଇଁ ଝିଲିକ ଏତେ ବଡ ଅଭିନେତ୍ରୀ ହୋଇ ମଧ୍ୟ ମୋତେ ମୋ ସାଥିରେ ଫିଲ୍ମ କରିବକୁ ପ୍ରଥମରୁ ହିଁ ରାଜି ହୋଇଯାଇଥିଲେ ।

ତେବେ ଜ୍ଯୋତିଙ୍କ କହିବା ଆଧାରରେ ରିୟାଲିଟି ସୋ’ ରେ ମୋ ଦ୍ଵାରା ପଚରା ଯାଇଥିବା ପ୍ରଶ୍ନ ପାଇଁ ମୁଁ ଯେତେ ଟ୍ରୋଲ ହୋଇଛି । ସେଥିପାଇଁ ଅନେକ ଲୋକ ଆଜି ପର୍ଯ୍ୟନ୍ତ ବି ଖରାପ ଖରାପ କମେଣ୍ଟ କରିକି ମୋତେ ଟ୍ରୋଲ କରୁଛନ୍ତି । ଯେଉଁଥି ପାଇଁ ମୁଁ ମୁଁ ଓ ମୋ ପରିବାର ବହୁତ ଦୁଃଖରେ ଥିଲେ । ଏମିତିକି ଏହି କଥା ପାଇଁ ମୋ ମା’ ମଧ୍ୟ ବହୁତ କାନ୍ଦିଛନ୍ତି । ମୋତେ ଇଣ୍ଡଷ୍ଟ୍ରିରେ କାମ କରିବା ମଧ୍ୟ ମନା କରିଦେଇଥିଲେ ।

ହେଲେ ଏତେ ସବୁ ପରେ ବି ମୁଁ ମୋ ମନବଳକୁ ଦୃଢ କରି ସିନେମା କରିବା ଛାଡି ନାହିଁ । ତେବେ ଆସନ୍ତା 13 ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଥିବା ଡଟପେନ ସିନେମାକୁ ଦର୍ଶକ ଆସି ଦେଖିବା ମଧ୍ୟ ମୁଁ ଅନୁରୋଧ କରୁଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *