ରାସ୍ତାରେ ଯାଉଥିବା 2 ନିବସ୍ତ୍ର ମହିଳାଙ୍କୁ ସାହାଜ୍ଯର ହାତ ବଢାଇଲେ ସୁନ୍ଦରଗଡ ବିଧାୟିକା ! ସୁନ୍ଦରଗଡର ଲଜ୍ଜା ସବୁଠି ଚର୍ଚା !

ସୁନ୍ଦରଗଡ ଠାରେ ଗତ କାଲି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ସୁନ୍ଦରଗଡର ଲଜ୍ଜା କହିଲେ କିଛି ଅତ୍ଯୁକ୍ତି ହେବ ନାହିଁ । 2 ଜଣ ମହିଳା ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚାଲି ଚାଲି ଯାଉଥିଲେ । ତେବେ ପାଖାପାଖି 1 କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଉଲଗ୍ନ ଅବସ୍ଥାରେ ଚାଲି ଚାଲି ଯାଉଥିଲେ 2 ମହିଳା । ହେଲେ ଏଭଳି ଏକ ସଂବେଦନଶୀଳ ଘଟଣାରେ କେହି ମଧ୍ୟ ମାନବିକତାର ହାତ ବଢାଇ ନଥିଲେ । ତେବେ ଏଭଳି ଦୃଶ୍ୟ ସୁନ୍ଦଗଡ ସରକାରୀ କଲେଜ ସାମ୍ନାର ରାସ୍ତାରେ ଦେଖିବାକୁ ମିଳିଥିଲା ।

ରାସ୍ତାରେ ଅନେକ ଲୋକ ଯାତାୟାତ କରୁଥିବା ବେଳେ କେହି ମଧ୍ୟ 2 ମହିଳାଙ୍କୁ ସାହାଜ୍ଯର ହାତ ବଢାଇ ନଥିଲେ । କି କ’ ଣ ହୋଇଛି ବୋଲି ମଧ୍ୟ ପଚାରି ନଥିଲେ । ହେଲେ ଅପର ପକ୍ଷରେ ରାସ୍ତାରେ ଯାଉଥିବା ଲୋକ 2 ଉଲଗ୍ନ ଅବସ୍ଥାରେ ଥିବା ମହିଳାଙ୍କର ଫୋଟ ଉତ୍ତୋଳନ କରୁଥିଲେ । ଯାହାକୁ ଏକ ଲଜ୍ଜାକର ବିଷୟ କହିଲେ ଚଳେ । ତେବେ ସେହି ରାସ୍ତା ଦେଇ ଯାଉଥିବା ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଏଭଳି ଅବସ୍ଥାରେ ମହିଳାଙ୍କୁ ଦେଖି ନିଜରଗାଡି ଅଟକାଇ ଦେଇଥିଲେ ।

ଏହା ସହିତ ନିଜର ବ୍ୟସ୍ତ ବହୁଳ ସମୟ ମଧ୍ୟରୁ ନିଜର ସମୟ ବାହାର କରି ମହିଳା 2 ଜଣଙ୍କ ନିକଟରେ ପହଞ୍ଚିଥିଲେ । ଏହା ସହ ସଙ୍ଗେ ସଙ୍ଗେ ନିବସ୍ତ୍ର ଥିବା 2 ମହିଳାଙ୍କୁ ବସ୍ତ୍ର ପିନ୍ଧାଇ ଦେଇଥିଲେ । ତେବେ ଖବର ପାଇ ଘଟଣା ସ୍ତଳରେ ଆସି ପୋଲିସ ପହଞ୍ଚିଥିଲା । ପରେ ଏଭଳି ଅବସ୍ଥାରେ ରହି 2 ମହିଳାଙ୍କର ମାନସିକ ସ୍ଥିତି ଭଲ ନଥିବା ଯୋଗୁ ତାଙ୍କୁ ଆସ୍ଥା ଗୃହକୁ ସଙ୍ଗେ ସଙ୍ଗେ ପଠା ଯାଇଥିଲା ।

ହେଲେ ମହିଳା 2 ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ଠିକ ଭାବରେ କଥା କହିପାରୁନଥିବା କାରଣରୁ ସେ କେଉଁଠିକାର ବୋଲି କିଛି ଅସ୍ପଷ୍ଠ ରହିଛି । ତେବେ ମହିଳା 2 ଜଣ ଝାଡଖଣ୍ଡ ଅଞ୍ଚଳର ଓ ସେମାନଙ୍କୁ ଶାରୀରିକ ଭାବେ ନିର୍ଯାତନା ଦିଆଯାଇଛି ବୋଲି ତଦନ୍ତକାରୀ ଟିମ ଅନୁମାନ କରି କହିଛନ୍ତି । ତେବେ ଏହି ଘଟଣାର ଅନୁସନ୍ଧନ କରି ଏହି ବିଷୟରେ ଅଧିକ ଥ୍ୟ ଜାଣିବା ପାଇଁ ତଦନ୍ତ ଜାରୀ ରହିଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *