ଦେବଦୂତ୍ତ ଭଳି ସରୋଜଙ୍କ ପାଇଁ ଧାଇଁ ଆସିଲେ ଦେବଦତ୍ତ ! ଶୋକ ସନ୍ତପ୍ତ ସହିଦଙ୍କ ପରିବାରକୁ ଦେଲେ ଆଶ୍ଵାଶନା !

ସହିଦ ସରୋଜଙ୍କୁ ଝୁରୁଛି ଗାଁ ମାଟି ! ବୀର ଯବାନଙ୍କ ପାଇଁ ଧାଇଁ ଆସିଲେ ଦେବଦତ୍ତ ! ତେବେ ନିକଟରେ ସିକ୍କିମ ଠାରେ ଘଟିଥିବା ଭୟଙ୍କର ବନ୍ୟା ଭଳି ଏକ ଅଭାବନୀୟ ଘଟଣାରେ 23 ଜଣ ଭାରତୀୟ ଯବାନ ସହିଦ ହୋଇଯାଇଛନ୍ତି । ଯେଉଁ ଖବର ସାରା ଭାରତ ବାସୀଙ୍କ ମନକୁ ଶୋକାକୁଳ କରିଦେଇଛି । ଆମ ଓଡିଶାର ବୀର ଯବାନ ସରୋଜ ଦାସ ମଧ୍ୟ ସେହି 23 ଜଣ ଭାରତୀୟ ଯବାନଙ୍କ ମଧ୍ୟରେ ଥିଲେ ।

ତେବେ ସେଇ ବନ୍ୟା ପାଣିରେ ପ୍ରଭାବିତ ହୋଇ ପାଣି ମଧ୍ୟରେ ନିଖୋଜ ହୋଇଯାଇଥିଲେ ଯବାନ ସରୋଜ ଦାସ । ପରେ ପରେ କାଦୁଅ ମଧ୍ୟରୁ ଯବାନଙ୍କର ମୃତ ଶରୀରକୁ ଚିହ୍ନଟ କରାଯାଇଥିଲା । ତେବେ ଆଜି ବୀର ଯବାନ ଆମ ଓଡିଆ ପୁଅ ସରୋଜ ଦାସଙ୍କର ପାର୍ଥୀବ ଶରୀର ତାଙ୍କ ଗାଁ କୁ ଆସୁଛି । ସିକ୍କିମରୁ କଲିକତା ଓ ସେଠାରୁ ପୁଣି ଭୁବନେଶ୍ବର ଆସି ସହିଦ ସରୋଜଙ୍କର ପାର୍ଥିବ ଶରୀର ।

ତାପରେ ସେନା ଗାଡି ସାହାଜ୍ଯରେ ସହିଦ ସରୋଜଙ୍କର ପାର୍ଥିବ ଶରୀର ତାଙ୍କ ଜନ୍ମମାଟିରେ ଆଉ କିଛି ଘଣ୍ଟା ମଧ୍ୟରେ ଆସି ପହଞ୍ଚିଯିବ । ତେବେ ବୀର ସହିଦ ପୁଅ ସରୋଜଙ୍କର ପାର୍ଥିବ ଶରୀରକୁ ସସମ୍ମାନେ ସ୍ଵାଗତ କରି ଗାଁ ମାଟିକୁ ପାଛୋଟି ନେବା ପାଇଁ ପାରିଜାତ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଲୋକେ ପ୍ରସ୍ତୁତ ହୋଇ ରହିଛନ୍ତି । ସହିଦ ସରୋଜଙ୍କର ଶେଷକୃତ୍ୟ ପାଇଁ ମଧ୍ୟ ଗାଁ ଶ୍ମଶାନକୁ ପରିଷ୍କାର କରାଯାଉଛି । କାମାକ୍ଷାନଗରର ନିର୍ବାଚନୀ ମଣ୍ଡଳର ନେତା ଦେବଦତ୍ତ ପଟ୍ଟନାୟକ ମଧ୍ୟ ଏହି ସବୁ କାର୍ଯ୍ୟରେ ତତ୍ପର ରହିଛନ୍ତି ।

ସବୁ କିଛି ସୁରୁଖୁରୁ ଭାବରେ କିଭଳି କରାଯିବ ? ସେଥିପ୍ରତି ମଧ୍ୟ ସବୁ କ୍ଷେତ୍ରକୁ ଧ୍ୟାନ ମଧ୍ୟ ଦେଉଛନ୍ତି । ଏଥିସହ ସହିଦ ସରୋଜ ଦାସଙ୍କ ପରିବାରକୁ ମଧ୍ୟ ଦେବଦତ୍ତ ଆଶ୍ଵଶନା ଦେଇଛନ୍ତି । ଶୋକସନ୍ତପ୍ତ ପରିବାରକୁ ହୃଦୟରୁ ସମବେଦନା ମଧ୍ୟ ଦେବଦତ୍ତ ଜଣାଇବା ସହ ଗ୍ରାମ ଲୋକଙ୍କ ସହ ମିଶି ସହିଦଙ୍କ ଶେଷକୃତ୍ୟ କାର୍ଯ୍ୟର ତଦାରଖ ରଖିଥିଲେ । ତେବେ ଆମେ ମଧ୍ୟ ଏଠାରେ ଗୋଟିଏ କଥା କହିବାକୁ ଚାହିଁବୁ । ସହିଦ ବୀର ଯବାନ ସରୋଜ ଦାସଙ୍କର ଅମର ଆତ୍ମାର ସଦଗତି ହେଉ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *