ମୋତେ ଭିଡିଓ କଲ୍ କରି ପଛରେ କଥା ହେବି କହିଥିଲେ… ହେଲେ ସେ ଆଉ ଏବେ ନାହାନ୍ତି… Sahid Jaban Saroj Das

ବାହାଘରକୁ ମାତ୍ର ୮ ମାସ ହୋଇଛି, ହେଲେ ସ୍ଵାମୀ ସହିଦ ହୋଇଗଲେ… ହଁ ଆଜ୍ଞା ଏଭଳି ଏକ ଦୁଃଖଦାୟକ ଖବର ଯିଏ ବି ଶୁଣିବ ତା’ ର ଆଖିରେ ଲୁହ ଆସିଯିବ । ତେବେ ସିକିମରେ ହୋଇଥିବା ପ୍ରବଳ ବର୍ଷା କାରଣରୁ ସେଠାକାର ନଦୀରେ ଭୟଙ୍କର ବନ୍ୟାର ପରିବେଶ ସୃଷ୍ଟି ହୋଇଥିଲା । ଯେଉଁ କାରଣରୁ ଲୋକଙ୍କୁ ବନ୍ୟା ଦାଉରୁ ସୁରକ୍ଷା ଦେବା ପାଇଁ ଯବାନ ମାନେ ଆପ୍ରାଣ ଉଦ୍ୟମ ମଧ୍ୟ କରିଥିଲେ ।

ହେଲେ ବନ୍ୟା ଦାଉରୁ ଲୋକଙ୍କୁ ସୁରକ୍ଷା କରିବାକୁ ଯାଇ ନିଜେ ବନ୍ୟା ପାଣିରେ ନିଖୋଜ ହୋଇଗଲେ ୨୩ ଜଣ ଭାରତୀୟ ଯବାନ । ସେଥିରେ ପୁଣି ଆମ ଓଡିଆ ପୁଅ ତଥା ଭାରତୀୟ ଯବାନ ସରୋଜ ଦାସ ମଧ୍ୟ ଥିଲେ । ତେବେ ଯେତେବେଳେ ପ୍ରଳୟଙ୍କାରି ବନ୍ୟା ପାଣିରେ ସ୍ଵାମୀ ସରୋଜ ନିଖୋଜ ହୋଇଯାଇଥିବାର ସ୍ତ୍ରୀ ତଥା ସରୋଜଙ୍କ ପରିବାର ଲୋକ ଶୁଣିବାକୁ ପାଇଥିଲେ । ସେତେବେଳେ ସରୋଜଙ୍କ ପରିବାରର ପାଦ ତଳୁ ମାଟି ଖସି ଯାଇଥିଲା ।

ସରୋଜଙ୍କୁ ନୂଆ ନୂଆ ବାହା ହୋଇଥିବା ତାଙ୍କ ସ୍ତ୍ରୀ ମଧ୍ୟ ସ୍ଵାମିର ନିଖୋଜ ଖବର ଶୁଣି ପୁରା ସ୍ତବ୍ଦ ପାଲଟି ଯାଇଥିଲେ । ତାପରେ ଏଭଳି କିଛି ସରୋଜଙ୍କ ସ୍ତ୍ରୀ କହିଥିଲେ । ଯେ ମୋ ସାଙ୍ଗରେ ସେ ଭିଡିଓ କଲ୍ ରେ କଥା ହୋଇଥିଲେ । ସେତେବେଳେ ବର୍ଷ ହେଉଥିଲା । ମୋତେ କହିଥିଲେ, ମୁଁ କାମ୍ପକୁ ଗଲେ ତୋ ସହ କଥା ହେବି । ହେଲେ ସେହି ଭିଡିଓ କଲ୍ ମୋ ପାଇଁ ତାଙ୍କର ଶେଷ ଭିଡିଓ କଲ୍ ଥିଲା । କାରଣ ତାପରେ ଆମ ଘରକୁ ଖବର ଆସିଥିଲା ।

ଯେ ସେ ବନ୍ୟା ପାଣିରେ ନିଖୋଜ ହୋଇଯାଇଛନ୍ତି । ତାପରେ ଖବର ଆସିଥିଲା, ଯେ ତାଙ୍କ ଶରୀର ବନ୍ୟା ପାଣି ଚାଲିଯିବା ପରେ କାଦୁଅରୁ ମିଳିଛି । ତେବେ ଏଭଳି କିଛି କହିକି ନିଜର କୋହକୁ ଆଉ ସମ୍ଭାଳି ନପାରି ମୁଁ ଆଉ କେମିତି ବଞ୍ଚିବୀ ବୋଲି କହିଥିଲେ ସହିଦ ଯବାନ ସରୋଜଙ୍କର ସ୍ତ୍ରୀ । ତେବେ ସହିଦ ଯବାନ ସରୋଜ ଦାସଙ୍କର ଆତ୍ମାର ସଦଗତି ହେଉ ବୋଲି ଭଗବାନଙ୍କ ନିକଟରେ କାମନା ରହୁଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *