ରେଳ ଧାରଣାରେ ଟଳମଳ ହେଲା ଟ୍ରେନ ! ଟ୍ରେନରୁ ଓହ୍ଲାଇ ଜୀବନ ବଞ୍ଚାଇ ଦୌଡିଲେ ଯାତ୍ରୀ…ଟ୍ରେନ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ !

ପୁଣି ଘଟିଥାନ୍ତା ଆଉ ଏକ ବଡ ଟ୍ରେନ ଦୁର୍ଘଟଣା ! ଟଳମଳ ହେଲା ଟ୍ରେନ ! ଜୀବନ ବଞ୍ଚାଇବାକୁ ଯାଇ ଟ୍ରେନରୁ ଓହ୍ଲାଇ ଦୌଡିଲେ ଯାତ୍ରୀ ! ହଁ ଆଜ୍ଞା ଖବର ମୁତାବିକ ବାଲେଶ୍ଵର ଜିଲ୍ଲାରେ ମୂର୍ଷଳ ଧାରାରେ ବର୍ଷା କାଚିବାରେ ଲାଗିଛି । ପ୍ରବଳ ବର୍ଷା କାରଣରୁ ରେଳ ଧାରଣ ଦବିବାକୁ ଲାଗିଥିଲା । ଯେଉଁ କାରଣରୁ ଟ୍ରେନଟି ଟଳମଳ ହୋଇଥିଲା । ବଡ କିଛି ଟ୍ରେନ ଦୁର୍ଘଟଣା ଘଟିବା ପୂର୍ବରୁ ହିନ ଟ୍ରେନଟିକୁ ଅଟକାଇ ଦିଆଯାଇଥିଲା ।

ବାଲେଶ୍ଵର ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ଡାଉନ ଲାଇନଟି ଦବିଯାଇଛି । ଯାହା ଫଳରେ ଟ୍ରେନ ଚଳାଚଳରେ ବାଧା ପ୍ରାପ୍ତ ହୋଇଛି । ଅନ୍ୟ ଲାଇନ ଗୁଡିକରେ ମାତ୍ର ଘଣ୍ଟା ପ୍ରତି 10 କିଲୋମିଟର ଗତିରେ ଟ୍ରେନ ଗତି କରୁଛି । ଡାଉନ ଲାଇନରେ ଭଦ୍ରକ ଆଡରୁ ଆସୁଥିବା ଲୋକାଲ ଟ୍ରେନ ଅମରା ବ୍ରିଜ ନିକଟରେ ଅଟକି ରହିଛି । ଯେଉଁ କାରଣରୁ ଟ୍ରେନର ଯାତ୍ରୀ ମାନେ ନିଜର ଯାତ୍ରା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ତେଣୁ ଏଥିପ୍ରତି ଯାତ୍ରୀ ମାନେ ସରକାରଙ୍କ ଟ୍ରେନ ଚଳାଚଳ ଉପରେ  ସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ କିଛି ଯାତ୍ରୀ ଟ୍ରେନ ମଧ୍ୟରୁ ଓହ୍ଲାଇ ଟ୍ରେନର ଟ୍ରାକ ଉପରେ ବ୍ୟାଗ, ବସ୍ତାନି ଧରି ଚାଲି ଚାଲି ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଯାତ୍ରୀଙ୍କ କହିବା ଆଧାରରେ ଯଦି ଟ୍ରେନର ଟ୍ରାକ କାମ କରିବାର ଥିଲା । ତେବେ ଯାତ୍ରୀ ମାନଙ୍କୁ ଏଥିପାଇଁ ଆଗୁଆ ସୂଚନା ଜଣାଇ ଦେବା ଉଚିତ ଥିଲା । କାରଣ ଆଗରୁ ମଧ୍ୟ ଏହି ଟ୍ରାକ ଦେଇ ଟ୍ରେନ ଯିବା ଆସିବା କରିଛି ।

ହେଲେ ଯାତ୍ରୀ ମାନେ ଏହି ସମ୍ପର୍କରେ ଆଗରୁ କିଛି ମଧ୍ୟ ଅବଗତ ନଥିଲେ । ଯେଉଁ କାରଣରୁ ଅଧା ବାଟ ଟ୍ରେନରେ ଆସି ଯାଇ ଏବେ ନିଜର ଗନ୍ତବ୍ୟସ୍ତଳକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେଣୁ ଯାତ୍ରୀ ମାନେ ଏଥିପାଇଁ ବହୁତ ହଇରାଣରେ ପଡିଯାଇଛନ୍ତି ।

କିଛି ଯାତ୍ରୀ ଟ୍ରେନ ଧାରଣା ଠିକ ହେବ ପର୍ଯ୍ୟନ୍ତ ଅପେକ୍ଷା ନକରି ଟ୍ରେନ ଟ୍ରାକ ଉପରେ ଚାଲିକି ଜୀବ ମଧ୍ୟ ଆରମ୍ଭ କରିଦେଇଛନ୍ତି । ଖବରର ଅପଡେଟ ପାଉବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *