ସାମ୍ନାକୁ ଆସିଲା ଚିଲିକାରେ ଡଙ୍ଗା ବୁଡିବାର କାରଣ ! କାହିଁକି ମଝି ନଈରେ ବାରମ୍ବାର ବୁଡୁଛି ଡଙ୍ଗା ?

ସାମ୍ନାକୁ ଆସିଲା ସତ ! କାଳିଜାଇ ଯିବା ସମୟରେ ଅଧା ବାଟରେ କାହିଁକି ବୁଡି ଯାଉଛି ଡଙ୍ଗା ! ହଁ ଆଜ୍ଞା ମା’ କାଳିଜାଇଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ଅନେକ ଶ୍ରଦ୍ଧାଳୁଙ୍କର ଭିଡର ସମାଗମ ଦେଖିବାକୁ ମିଳିଥାଏ । ଯେଉଁ କାରଣରୁ ପ୍ରତ୍ଯେକ ଦିନ ଶହ ଶହ ଭକ୍ତ ମା’ ଙ୍କର ଦର୍ଶନ ନିମନ୍ତେ ଡଙ୍ଗା ପାର ହୋଇ ଯିବା ଆସିବା କରିଥାନ୍ତି । ତେବେ କାଳିଜାଇ ମନ୍ଦିରକୁ ଯିବା ସମୟରେ ଚିଲିକା ମଧ୍ୟରେ ବହୁ ବାର ଅଘଟଣ ଘଟୁଥିବାର ନଜର ଆସିଛି ।

ସେଥିପାଇଁ ଅନେକ ଲୋକ ଅନେକ ପ୍ରକାର ଦୁର୍ଘଟଣାର କାରଣ ମଧ୍ୟ ଦର୍ଶାଇଥାନ୍ତି । ତେବେ ଅନେକଙ୍କ ମତରେ ଚିଲିକା ମଧ୍ୟରେ ଥିବା କେଉଁ ଏକ ଅଦୃଶ୍ୟ ଶକ୍ତି ହିଁ ଚିଲିକା ମଧ୍ୟରେ ଡଙ୍ଗାକୁ ବୁଡାଇ ଦେଇଥାଏ । ସେଥିପାଇଁ ତ ବେଳେବେଳେ ଚିଲିକା ପାର ହୋଇ ଲୋକେ ଯିବା ଆସିବା କରୁଥିବା ସମୟରେ ବର୍ଷା, ପବନ ହୋଇ ଅଘଟଣ ଘଟି ଯାଇଥାଏ । ହେଲେ ସେଠାକାର ସ୍ଥାନୀୟ ଲୋକେ କିନ୍ତୁ ସେଠାରେ ବାରମ୍ବାର ଅଘଟଣ ଘଟୁଥିବା କାରଣ କିଛି ଅଲଗା କହିଛନ୍ତି ।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଡଙ୍ଗା ଚାଳକ ମାନେ ଦରକାର ଠାରୁ ଅଧିକ ସାଂଖିକ ଯାତ୍ରୀ ମାନଙ୍କୁ ଡଙ୍ଗାରେ ବସାଇବା ହିଁ ଚିଲିକାରେ ଅଘଟଣ ଘଟିବାର ପ୍ରମୁଖ କାରଣ ଅଟେ । କାରଣ ଯେତିକି ସଂଖ୍ୟକ ଯାତ୍ରୀ ଡଙ୍ଗାରେ ପାର ହେବାର ନିୟମ ରହିଛି । ଡଙ୍ଗା ଚାଳକ ମାନେ ନିଜର ମୁନାଫା ପାଇଁ ନିଜ ସୁବିଧାକୁ ଦ୍ରୁଷ୍ଟିରେ ରଖୀ ଡଙ୍ଗାରେ ଅତ୍ୟଧିକ ଯାତ୍ରୀ ବସାଇ ନେବା ଆଣିବା କରିଥାନ୍ତି । ଯାହା ଫଳରେ ଚିଲିକାର ଗଭୀର ପାଣି ମଧ୍ୟରେ ବାରମ୍ବାର ନଦୀ ମଧ୍ୟରେ ଡଙ୍ଗା ବୁଡିଯିବା କଥା ନଜର ଆସିଛି ।

ଏହା ଛଡା ଯାତ୍ରୀ ମାନଙ୍କୁ ଡଙ୍ଗାରେ ନେବା ଆଣିବା କରିବା ସମୟରେ ତାଙ୍କର ସୁରକ୍ଷା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇନଥାଏ । ଯାତ୍ରୀ ମାନଙ୍କ ପାଇଁ ଲାଇଭ ଜାକେଟ୍ ର ମଧ୍ୟ ବ୍ୟବସ୍ଥା କରାଯାଉ ନାହିଁ । ଯାହା ଯୋଗୁ ଦରକାର ସମୟରେ ଲୋକମାନେ ନିଜର ପ୍ରାଣର ସୁରକ୍ଷା କରିପାରିନଥାନ୍ତି ।

ତେଣୁ ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବା ଦରକାର ବୋଲି ସ୍ଥାନୀୟ ଲୋକେ ମତ ରଖିଛନ୍ତି ।  ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *