କଣ୍ଠଶିଳ୍ପୀ ସତ୍ୟଜିତଙ୍କ ସ୍ଵରରେ ଜୀବନ୍ତ ହୋଇଉଠିଲା… ବିନତୀଙ୍କ ହାତଲେଖା ଭାବଭରା ଭଜନ !

କଣ୍ଠଶିଳ୍ପୀ ସତ୍ୟଜିତଙ୍କ ସ୍ଵରରେ ଜୀବନ୍ତ ହୋଇ ଉଠିଲା ବିନତୀଙ୍କ ହାତ ଲେଖା ଗୀତ ! ହଁ ବନ୍ଧୁଗଣ ଗତ ନିକଟରେ ବିନତୀ ନାମକ ଏକ ଝିଅ ନିଜର ହାତ ଲେଖା ଗୀତକୁ କେହି ଜଣେ ଗାଆନ୍ତୁ ବୋଲି ମିଡିଆ ସାମ୍ନାରେ ନିଜର ପ୍ରତିକ୍ରିୟା କରିଥିଲେ । କାରଣ ୧୦୦ ରୁ ଉର୍ଦ୍ଧ ଭଜନ ଗୀତକୁ ଲେଖିଥିବା ଗୀତକୁ ଯଦି କେହି ନିଜ ସ୍ଵରରେ ବୋଲନ୍ତି । ତେବେ ତାହା ସବୁଠାରୁ ବଡ ସଫଳତା ବୋଲି ବିନତୀ ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ ।

ଏଥିସହ ଅନେକଙ୍କୁ ନିଜର ହାତ ଲେଖା ଗୀତ ଗାଇବା ପାଇଁ ଅନୁରୋଧ କରିବା ସହ ଭାବ ବିହ୍ଵଳ ମଧ୍ୟ ହୋଇଯାଇଥିଲେ । ତେବେ ଭଜନ ଲେଖିକା ବିନତୀଙ୍କୁ ତାଙ୍କ ଜୀବନରେ ସଙ୍ଗୀତ କ୍ଷେତ୍ରରେ ଏକ ସଫଳତା ମିଳିଛି । କାରଣ ଓଡିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ବିନତୀଙ୍କ ହାତ ଲେଖା ଭଜନ ବୋଲିଛନ୍ତି । ତାଙ୍କ କଣ୍ଠ ସ୍ଵରରେ ଏହି ଗେର୍ଟଟି ଆହରି ଜୀବନ୍ତ ହୋଇ ଉଠିଛି । ତେବେ ଗୀତଟିକୁ ଗଇସାରିବା ପରେ କଣ୍ଠଶିଳ୍ପୀ ସତ୍ୟଜିତ ମଧ୍ୟ କହିଥିଲେ ।

ବିନତୀଙ୍କ ହାତ ଲେଖା ଭଜନ ବହୁତ ସୁନ୍ଦର । ମୁଁ ଆଶା କରିବି କି ! ଭଉଣୀ ସବୁବେଳେ ଭଲରେ ରହିଥାନ୍ତୁ । ଏହିଭଳି ସୁନ୍ଦର ସୁନ୍ଦର ଭଜନ ଲେଖି ସମସ୍ତଙ୍କୁ ଭଗବାନଙ୍କ ଭାବରେ ମୁଗ୍ଧ କରାଉଥାନ୍ତୁ । ତେବେ ଏପଟେ ବିନତୀ ମଧ୍ୟ ନିଜର ପ୍ରତିକ୍ରିୟାରେ କହିଛନ୍ତି । ଯେ ମୁଁ ଆଜି ଧନ୍ୟ ହୋଇଯାଇଛି । କାରଣ ଦୀର୍ଘ ଏତେ ଦିନ ପରେ ମୋ ହାତ ଲେଖା ଭଜନକୁ ଓଡିଶାର ପରିଚିତ କଣ୍ଠଶିଳ୍ପୀ ଗାଈଛନ୍ତି । ଏହାଠାରୁ ବଡ ସୌଭାଗ୍ୟର କଥା ମୋ ପାଇଁ ଆଉ କଣ ଅବା ହୋଇପାରେ ।

ତେବେ ଆଶା କରୁଛି କି ! ବିନତୀଙ୍କ ହାତ ଲେଖା ଭଜନକୁ ଓଡିଶାର ଶ୍ରୋତାବନ୍ଧୁ ମାନେ ବହୁ ସାରା ଆଦର ତଥା ଭଲ ପାଇବା ଦିଅନ୍ତୁ । ଏଥିସହ ଏହିଭଳି ଆହୁରି ସୁନ୍ଦର ସୁନ୍ଦର ଭଜନ ଲେଖିବା ପାଇଁ ବିନତୀଙ୍କୁ ଉତ୍ସାହ କରନ୍ତୁ । ଯେମିତି ଏହିଭଳି ଭାବଭରା ଭଜନରେ ବିନତୀ ନିଜର ଭାବକୁ ମିଶ୍ରଣ କରି ସମସ୍ତଙ୍କୁ ସୁନ୍ଦର ସୁନ୍ଦର ଗୀତ ଭେଟି ଦିଅନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *