ସମୁଦ୍ର ଢେଉରେ ଭାସିଯାଉଥିଲା 13 ବର୍ଷର ବାଳକ ! ସାହା ହେଲେ ପ୍ରଭୁ ଗଣେଶ ! ମଝି ସମୁଦ୍ରରେ ଏମିତି ରହିଥିଲା ଜୀବନ…

ସମୁଦ୍ର ମଧ୍ୟରେ 13 ବର୍ଷର ବାଳକକୁ ସାହା ହେଲେ ପ୍ରଭୁ ଗଣେଶ ! ତେବେ ଖବର ମୁତାବିକ 13 ବର୍ଷର ଏକ ବାଳକ ସମୁଦ୍ର ମଧ୍ୟକୁ ଗାଧାଇବାକୁ ଯାଇଥିଲା । ସେଠାରେ ପିଲାଟି ଗାଧାଉଥିବା ଅବସ୍ଥାରେ ହଟାତ ପବନ ଜୋରରେ ବହିବାକୁ ଲାଗିଥିଲା । ସମୁଦ୍ର ମଧ୍ୟ ଧୀରେ ଧୀରେ ଅଶାନ୍ତ ହେବାକୁ ଲାଗିଥିଲା । ଆଉ ସେହି ଅଶାନ୍ତ ସମୁଦ୍ର ମଧ୍ୟରେ ଜୋର ଜୋର କରି ବଡ ବଡ ଢେଉ ମାଡି ଆସିଲା । ପରେ ସେଠାରେ ଗାଧାଉଥିବା 13 ବର୍ଷର ବାଳକଟି ସମୁଦ୍ର ମଧ୍ୟକୁ ଠେଲି ହୋଇ ଚାଲିଗଲା ।

ତେବେ ପିଲାଟି ଯେତେ ସମୁଦ୍ର ଉପରକୁ ଆସିବା ପାଇଁ ଚେଷ୍ଟା କରିଥିଲା । ହେଲେ ଅଶାନ୍ତ ସମୁଦ୍ର ମଧ୍ୟରୁ ପିଲାଟି ନିଜକୁ ରକ୍ଷା କରିପାରିନଥିଲା । ତାପରେ ସମୁଦ୍ର ମଧ୍ୟରେ ପିଲାଟି ଏକ ପ୍ରଭୁ ଗଣେଶ ମୂର୍ତ୍ତି ଭାସୁଥିବାର ଦେଖିବାକୁ ପାଇଥିଲା । ପରେ ପିଲାଟି ସେହି ମୂର୍ତ୍ତି ପାଖକୁ ଭାସି ଯାଇ ନିଜକୁ ବଞ୍ଚାଇବା ପାଇଁ ମୂର୍ତ୍ତିର ସାହାରା ନେଇଥିଲା । ଆଉ ପ୍ରଭୁ ଗଣେଶଙ୍କ ମୂର୍ତ୍ତି କୁ ଜାବୁଡି ଧରି ସମୁଦ୍ରରେ ଭାସୁଥିଲା । ଆଉ 36 ଘଣ୍ଟା କାଳ ପିଲାଟି ସମୁଦ୍ର ମଧ୍ୟରେ ସଂଘର୍ଷ କରିଥିଲା ।

ପରେ ସେହି ସମୁଦ୍ର ଦେଇ କିଛି ମତ୍ସ୍ୟଜୀବି ମାନେ ଯାଉଥିବା ସମୟରେ ଉକ୍ତ ବାଳକଟିକୁ ଦେଖିଥିଲେ । ପିଲାଟି ତାଙ୍କୁ ହାତ ହଲାଇ ପଟି କରି ଡାକି ତାକୁ ବଞ୍ଚାଇବାକୁ ତାଙ୍କ ମାନଙ୍କୁ ଡ଼ାକିଥିଲା । ପରେ ସେହି ବାଳକଟିକୁ ସେମାନେ ସାହାଜ୍ଯ କରିଥିଲେ । ତାପରେ ପିଲାଟିକୁ ସେମାନେ ଉଦ୍ଧାର କରି ଆଣି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତେବେ କଥାରେ ଅଛି, ଯାହାକୁ ରଖନ୍ତି ଅନନ୍ତ କି କରିପାରେ ବଳବନ୍ତ ।

ତେବେ ଏଭଳି ଘଟଣା ଗୁଜୁରାଟ ସୁରାଟ ଠାରେ ଦେଖିବାକୁ ମିଳିଛି । ତେବେ ସେଠାରେ ବର୍ତ୍ତମାନ ଏହି ବାଳକଟି ସମୁଦ୍ର ଭାସିଯିବା ଓ ପରେ ଗଣେଶ ମୂର୍ତ୍ତି ଦ୍ଵାରା ନିଜର ପ୍ରାଣ ବଞ୍ଚାଇବା ଚର୍ଚା ହେବାରେ ଲାଗି ପଡିଛି । ତେବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ରହିଛି ।

ପିଲାଟିଉକୁ ପ୍ରଭୁ ଗଣେଶ ସାହାଜ୍ଯ କରିଲେ ବୋଲି ପିଲାଟି ମରଣ ମୁହଁରୁ ବଞ୍ଚିକି ଆସିପାରିଲା । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *