ଇଏ କେଉଁ ପ୍ରକାର ସ୍ତ୍ରୀ ! ସ୍ଵାମୀର ଶବକୁ ଦେଖିବାକୁ ଆସୁନାହିଁ, ଶାଶୁଘର ପରିବାର ଲୋକେ ବୋହୁ ନାମରେ ଆଣିଲେ ସାଂଘାତିକ ଅଭିଯୋଗ !

ସ୍ଵାମୀକୁ ଦେଖିବା ପାଇଁ ଆସୁନି ସ୍ତ୍ରୀ ! ହଁ ଅଜ୍ଞା ଜଣେ ବିବାହିତ ଯୁବକ ମରିଯାଇଥିଲେ ସୁଦ୍ଧା ତାକୁ ଦେଖିବା ପାଇଁ ତାଙ୍କ ସ୍ତ୍ରୀ ଆସୁନି । ଯାହାକୁ ନେଇ ସ୍ଵାମୀକୁ ସ୍ତ୍ରୀ ମାରିଦେଇଥିଆ କଥା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଘଟଣା ମୁତାବକ ବଡ ଚଣା ବ୍ଲକ ମଝିପଡା ପଞ୍ଚୟତ ଚଣ୍ଡିଆ ଗ୍ରାମର ବିକଳୀ ଦେହୁରୀଙ୍କର ମୃତ୍ୟୁ ହୋଇଯାଇଛି । ବିକଳୀ ଯାହାକୁ ବାହା ହୋଇଛନ୍ତି । ସେହି ଝିଅର ମଳାଶୁରର ନାମ ହେଉଛି ବିଜୟ ବାରିକ ।

ଠିକାଦାର ବିଜୟ ମୃତ ବିକଳୀକୁ କାମ ଦେବା ପାଇଁ ହାଇଦ୍ରାବାଦ ନେଇଯାଇଥିଲେ । ସେଠାରେ ଠିକାଦାର ଜଣଙ୍କ ବିକଳୀକୁ କାମ ମଧ୍ୟ ସେଠାରେ ଯୋଗାଇଥିଲେ । ହେଲେ ପରେ ପରେ ହାଇଦ୍ରାବାଦରୁ ଗ୍ରାମ ଘରକୁ ବିକଳୀଙ୍କର ମୃତ ଶରୀର ଆସି ପହଞ୍ଚିଥିଲା । ଯାହାକୁ ଦେଖି ପରିବାର ଲୋକେ ସଂପୂର୍ଣ୍ଣ ଭାବରେ ମର୍ମାହତ ହୋଇପଡିଥିଲେ । ହେଲେ ନିଜ ସ୍ଵାମୀକୁ ଦେଖିବା ପାଇଁ ବିକଳୀଙ୍କ ସ୍ତ୍ରୀ ଏପର୍ଯ୍ୟନ୍ତ ଆସି ପହଞ୍ଚି ନଥିଲେ । ସେ ଏପରି କେଉଁ ପ୍ରକାର ସ୍ତ୍ରୀ !

ଯେ ସ୍ଵାମୀର ମରିବା ଖବର ଶୁଣି ମଧ୍ୟ ସ୍ଵାମୀର ଅନ୍ତିମ ଦର୍ଶନ କରିବା ପାଇଁ ତାଙ୍କ ପାଖକୁ ଆସି ନଥିଲା । ଆଜିକୁ 5 ଦିନ ହୋଇଯାଇଥିଲେ ମଧ୍ୟ ବିକଳୀଙ୍କ ସ୍ତ୍ରୀ ବିକଳୀଙ୍କ ଘରକୁ ଆସିନଥିଲେ । ତେବେ ସ୍ଵାମୀ ମରିବା ଖବର ପାଇ ମଧ୍ୟ ସ୍ଵାମୀ ଘର କୁ ଆସୁନଥିବା ସ୍ତ୍ରୀ ଉପରେ ଶାଶୁଘର ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ବିକଳୀଙ୍କ ପରିବାର ଲୋକଙ୍କ କହିବା ଅନୁଯାଇ ଆମ ବିକଳୀର ସ୍ତ୍ରୀ ଓ ତା’ ଠିକାଦାର ମଳାଶୁର ହିନ ମିଶି ଆମ ବିକଳୀକୁ ମାରିଛନ୍ତି ।

ଯେଉଁ କାରଣରୁ ବିକଳୀ ମରିବାର ଏତେ ଦିନ ପରେ ମଧ୍ୟ ବିଧବା ନୀତି ପାଇଁ ବିକଳୀ ଦେହୁରୀର ସ୍ତ୍ରୀ ଏଠାକୁ ଆସୁନାହିଁ । ତେବେ ପୋଲିସ ମଧ୍ୟ ବିକଳୀ ଦେହୁରୀଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଛି । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା । କେବେ ମୃତ ବିକଳୀଙ୍କ ପରିବାରକୁ ନିଜ ପୁଅ ମୃତ୍ୟୁ ପାଇଁ ନ୍ୟାୟ ମିଳୁଛି । ତାହା ଦେଖିବାକୁ ସମସ୍ତେ ଅପେକ୍ଷାରେ ରହିଲେ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *