Anubhav ଙ୍କୁ ଟାର୍ଗେଟ କରି କହିଲେ Varsha! ମିଛ ସବୁବେଳେ ରଡି କରେ, ହେଲେ ସତରେ ଥିବା ଲୋକ ସବୁବେଳେ ନୀରବ ରହିଥାଏ…

ଅନୁଭବଙ୍କୁ ଟାର୍ଗେଟ କରି କହିଲେ ବର୍ଷା ! ମିଛ ଯିଏ କୁହେ, ସେ ସବୁବେଳେ ରଡି କରେ । ହଁ ଆଜ୍ଞା ଷ୍ଟାରର କଳି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ନୂଆ ଟୁଇସ୍ଟ ଆସିବାରେ ଲାଗିଛି । ତେବେ ଅନୁଭବ ଓ ବର୍ଷାଙ୍କର ବିବାହ ବିଚ୍ଛେଦ ଖାରଜ ହେବା ପରେ ଅନୁଭବ ଭାଙ୍ଗିପଡିଥିଲେ । ଅପର ପକ୍ଷରେ ଏହି ବିଜୟ ଖୁସିରେ ବର୍ଷା କିନ୍ତୁ ବହୁତ ଖୁସି ହୋଇଯାଇଥିଲେ । ହେଲେ ବର୍ଷାଙ୍କର ସେହି ଖୁସି ଦେଖି ଅନୁଭବ କହିଥିଲେ ।

ମୁଁ ସବୁବେଳେ ନ୍ୟାୟ ପଥରେ ରହି ଆସିଛି । ତେଣୁ ନ୍ୟାୟର ହିଁ ସବୁବେଳେ ଜୟ ହେବ । ତେବେ ବର୍ଷା ତୁମେ ଏଥର ଯେତେ ଖୁସି ହେବ କଥା ହୋଇଯାଅ । ହେଲେ ତୁମ ମୁହଁର ଏହି ଖୁସି ଅଧିକ ଦିନ ରହିବନି । କାରଣ ପରିବାର କୋର୍ଟ ମୋତେ ଯେଉଁ ନ୍ୟାୟ ଦେଇନାହିଁ । ସେହି ନ୍ୟାୟ ପାଇବା ପାଇଁ ମୁଁ ହାଇକୋର୍ଟର ଦ୍ଵାରସ୍ଥ ହେବି । ହେଲେ ଏହି ମାମଲାରେ ଅନୁଭବଙ୍କର ପ୍ରତିକ୍ରିୟା ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରହୁଥିଲା ।

ହେଲେ ବର୍ଷା କିଛି ମୁହଁ ଖୋଲି ନିଜର ପ୍ରତିକ୍ରିୟା ରଖୁ ନଥିଲେ । ହେଲେ ବର୍ତ୍ତମାନ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ମୁହଁ ଖୋଲିବା ଆରମ୍ଭ କରିଦେଇଛନ୍ତି । ତେବେ ବର୍ଷା ନିଜ ସୋସିଆଲ ମିଡିଆ ପୋଷ୍ଟରେ ଅନୁଭବଙ୍କୁ ଟାର୍ଗେଟ କରି ଏଭଳି କିଛି କହିଛନ୍ତି ଯେଉଁଥିରେ ସ୍ପଷ୍ଠ ଭାବେ ଅନୁଭବଙ୍କୁ କହିଛନ୍ତି । ଯିଏ ସବୁବେଳେ ମିଛ କହୁଥାଏ ସେ ରଡି କରି ଲୋକଙ୍କୁ ଜଣାଇ ଥାଏ । ହେଲେ ମୁଁ ଠିକ ସତ ପଥରେ ରହିଛି । ତେଣୁ ମୁଁ ନୀରବ ରହିଛି ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆ ମାଧ୍ୟମରେ ଉଭୟ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ଉଭୟ ଉଭୟଙ୍କ ମଧ୍ୟରେ କାଦୁଅ ଫୋପାଡିବାରେ ଲାଗି ପଡିଛନ୍ତି । ହେଲେ ବର୍ଷା ଅନୁଭବଙ୍କର ଏହି ମାମଲା ହାଇକୋର୍ଟକୁ ଗଲା ପରେ କେଉଁ ମୋଡ ଆସିବ ?

ତାହା ତ ସମୟର ଅପେକ୍ଷାରେ ରହିଲା । ତେବେ ଏଥିରେ ଆପଣଙ୍କର ମତାମତ କମେଣ୍ଟ କରିକି ଜଣାନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *