Mahatma Gandhi ଙ୍କୁ କ’ ଣ ପାଇଁ କୁହାଯାଏ ଜାତିର ପିତା ? କାହିଁକି ଗାନ୍ଧୀଜିରୁ ବନିଯାଇଥିଲେ ସାରା ଦେଶର ଜାତୀୟ ପିତା !

ମହାତ୍ମା ଗାନ୍ଧୀଙ୍କୁ କଣ ପାଇଁ କୁହାଯାଏ ଜାତିରର ପିତା ! କାହିଁକି କୁହାଯାଏ ଗାନ୍ଧୀଜିଙ୍କୁ ଜାତୀୟ ପିତା ! ହଁ ବନ୍ଧୁଗଣ ପ୍ରତିବର୍ଷ ଅକ୍ଟୋବର 2 ତାରିଖକୁ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କର ଜନ୍ମ ଜୟନ୍ତୀ ରୂପେ ପାଳନ କରାଯାଇଥାଏ । ତେବେ ଆମ ଦେଶ ଭାରତରେ ମହାତ୍ମା ଗାନ୍ଧୀଜିଙ୍କୁ ହିଁ କେବଳ କଣ ପାଇଁ ଜାତୀୟ ପିତା ବୋଲି କୁହାଯାଇଥାଏ । ଏହି ପ୍ରଶ୍ନ ସମସ୍ତଙ୍କ ମନରେ କେଉଁଠି ନା କେଉଁଠି ଉଙ୍କି ମାରୁଥିବ ? ତେବେ ଆମେ ଆପଣଙ୍କୁ କହିବୁ କଣ ପାଇଁ ମହାତ୍ମା ଗାନ୍ଧୀଙ୍କୁ ଜାତି ର ପିତା ବୋଲି ସମ୍ବୋଧନ କରାଯାଇଥାଏ ।

ଭାରତୀୟ ସ୍ଵାଧୀନତା ସଂଗ୍ରାମର ମହାନ ନେତା ହେଉଛନ୍ତି ଆମ ଜାତୀୟ ପିତା ମହାତ୍ମା ଗାନ୍ଧୀ । ଖାଲି ଭାରତ କାହିଁକି ପୁରା ବିଶ୍ଵ ତାଙ୍କୁ ଭାରତର ପିତା ବୋଲି ଜାଣିଥାଏ । ଅହିଂସା ଉପାୟରେ ଆମ ଦେଶ ଭାରତରୁ ଇଂରେଜ ମାନଙ୍କୁ ବିତାଡିତ କରିବା ପାଇଁ ସବୁବେଳେ ନିଜର ଚେଷ୍ଟା ଚଳାଇ ଆସୁଥିଲେ । ସେଥିପାଇଁ ସେ ଗୋଟିଏ ପରେ ଗୋଟିଏ ଆନ୍ଦୋଳନ ମଧ୍ୟ କରିଥିଲେ ।

ସତ୍ୟାଗ୍ରହ ଠାରୁ ଦାଣ୍ଡି ଯାତ୍ରା ଏହି ସବୁ ମାଧ୍ୟମ ଦେଇ ଇଂରେଜ ମାନଙ୍କୁ ଦେଶରୁ ତଡିବା ପାଇଁ ମହାତ୍ମା ଗାନ୍ଧୀଙ୍କର ଅବଦାନ ବହୁତ ରହିଛି । ଯେଉଁ ସବୁ ଆନ୍ଦୋଳନରେ ଖାଲି ଗାନ୍ଧୀଜି କାହିଁକି ଭାରତ ଲକ୍ଷ ଲକ୍ଷ ଲୋକ ମଧ୍ୟ ଏହି ସବୁ ଆନ୍ଦୋଳନରେ ନିଜକୁ ସାମିଲ କରି ଦେଶକୁ ସ୍ଵାଧୀନ କରିବା ଲାଗି ପଡିଥିଲେ ।

ସେହି ସମୟରେ ସବୁ ଲୋକ ମହାତ୍ମା ଗାନ୍ଧୀଙ୍କର ଭାଷଣରେ ଅନୁପ୍ରାଣିତ ହୋଇ ତାଙ୍କ ସହ ଦେଶ ସ୍ଵାଧୀନ କରିବାରେ ଲାଗିପଡିଥିଲେ । ଏଥିସହ ସୁଭାଷ ଚନ୍ଦ୍ର ବୋଷ ମଧ୍ୟ ଗାନ୍ଧୀଙ୍କ ଭାଷଣରେ ନିଜକୁ ଅନୁପ୍ରାଣିତ କରି ଦେଶ ସ୍ଵାଧୀନ କରିବାରେ ତାଙ୍କ ସହ ଲାଗିଯାଇଥିଲେ । ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା କହିବର ସ୍ରୋତ ପ୍ରଥମେ ସୁଭାଷ ଚନ୍ଦ୍ର ବୋଷଙ୍କ ଠାରୁ ହିଁ ଆରମ୍ଭ ହୋଇଥିଲା ।

ତେବେ ଆମ ଦେଶ ଭାରତକୁ ସ୍ଵାଧୀନ ଆଣିଦେବାରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ରଖିଥିବା ବ୍ୟକ୍ତିତ୍ବ ଜଣଙ୍କ ହେଉଛନ୍ତି ମହାତ୍ମା ଗାନ୍ଧୀ । ତେଣୁ ଆମେ ତାଙ୍କୁ ଶ୍ରଦ୍ଧା ତଥା ସମ୍ମାନରେ ଜାତିର ପିତା ତଥା ଜାତୀୟ ପିତା ବୋଲି ସମ୍ବୋଧନ କରିଥାଉ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ। ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *