ଟଙ୍କା ପାଇଁ ନିଜେ ନିଜକୁ ଅପହରଣ କରିଥିଲେ…. ଧରା ପଡିଲା ଘରୋଇ ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କ ମିଛ ନାଟକ !

ଟଙ୍କା ପାଇଁ ନିଜକୁ ଅପହରଣ କରିଥିଲେ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ! ଖବର ମୁତାବିକ ମହାକାଳପଡା ଫାଇନାନ୍ସ କମ୍ପାନୀର ଏଜେଣ୍ଟ ଗତ 2 ଦିନ ତଳେ ନିଖୋଜ ହୋଇଯାଇଥିଲେ । ଯାହାକୁ ନେଇ ତାଙ୍କ ଅଞ୍ଚଳରେ ଚର୍ଚା ପଡିଥିଲା । ତେବେ ଫାଇନାନ୍ସ ଏଜେଣ୍ଟକୁ ଖୋଜାଖୋଜି କରିବା ପାଇଁ ମଧ୍ୟ ପୋଲିସ ନିଜର ତଦନ୍ତ ଆରମ୍ଭ କରିଦେଇଥିଲେ । କେନ୍ଦ୍ରପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ମୁଖ୍ୟ ରାସ୍ତାରୁ ଘରୋଇ ଫାଇନାନ୍ସ କର୍ମଚାରୀ ନିଖୋଜ ହୋଇଯାଇଥିବା ଖବର ଆସିଥିଲା ।

ଯେତେବେଳେ ଫାଇନାନ୍ସସିଆଲ କର୍ମଚାରୀ ଜଣଙ୍କ କଲେକ୍ସନ ସାରି ଘରକୁ ଫେରୁଥିଲେ । ତାଙ୍କର ସେତେବେଳେ ଅପହରଣ ହୋଇଯାଇଥିଲା । ପରେ ସେହି ବ୍ୟକ୍ତିଙ୍କ ସହ କୌଣସି ପ୍ରକାର ଯୋଗାଯୋଗ ହୋଇପାରୁନଥିଲା । ରାସ୍ତାରେ ପଡିରହିଥିଲା ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ବାଇକ୍, ଚପଲ ଓ ବ୍ୟାଗ । ହେଲେ ବ୍ୟାଗ ପଡିଥିଲା ସତ ସେଥିରେ କିଛି ଟଙ୍କା କିନ୍ତୁ ନଥିଲା । ବହୁତ ଖୋଜାଖୋଜି ପରେ ମଧ୍ୟ ଉକ୍ତ ଯୁବକଙ୍କର ପତ୍ତା ମିଳିପାରିନଥିଲା ।

ହେଲେ ଉକ୍ତ ଯୁବକ ଜଣଙ୍କୁ ଖୋଜାଖୋଜି କରିବା ମଧ୍ୟରେ ସନ୍ଧାନକାରୀ ଟିମ ସବୁ ସତ ସାମ୍ନାକୁ ଆଣି ଦେଇଥିଲା । ତେବେ ଫାଇନାନ୍ସ କର୍ମଚାରୀଙ୍କୁ ଅପରହଣ ହୋଇଥିବା କଥା କୌଣସି ସତ୍ସଟିକିଆ ଅପହରଣ ନଥିଲା । ବଂର ଏହା ଏକ ମିଛ ନାଟକ ଥିଲା । ଯେଉଁ ନାଟକକୁ ନିଜେ ରଚିଥିଲେ ମହାକାଳପଡା ଫାଇନାନ୍ସ କର୍ମଚାରୀ ସ୍ଵାଗତ ସାହୁ । ସ୍ଵାଗତ ସାହୁ ନାମକ ଯୁବକ ଜଣଙ୍କ ଟଙ୍କା ହଡପ କରିବା ପାଇଁ ଏଭଳି କିଛି ନାଟକ ରଚିଥିଲେ ।

ହେଲେ ତାଙ୍କ ନାଟକର ଫର୍ଦ୍ଧାଫାସ ସମସ୍ତଙ୍କ ସାମ୍ନାରେ ହୋଇଯାଇଥିଲା । ସ୍ଵାଗତ କାମ କରୁଥିବା କମ୍ପାନୀର 2 ଲକ୍ଷ 65 ହଜାର ଟଙ୍କା ସେ ହଡପ କରିବା ପାଇଁ ଏଭଳି ମିଛ ଅପହରଣ ନାଟକ ରଚିଥିଲେ । ତେବେ ତେବେ ଅଭିଯୁକ୍ତ ସ୍ଵାଗତଙ୍କୁ ଥାନାରେ ପୋଲିସ ଅଟକ ରଖିଛି । ଏହା ସହ ତାଙ୍କ ଠାରୁ 1 ଲକ୍ଷ 25 ହଜାର ଟଙ୍କା ମଧ୍ୟ ଜବତ କରିଛି ।

ଆଉ ବାକି ଟଙ୍କା ଜଗତ କରିବା ପାଇଁ ସ୍ଵାଗତଙ୍କୁ ପଚରାଉଚରା ଚାଲୁ ରହିଛି । ପୋଲିସ ସ୍ଵାଗତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଦେଇଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *