୩ ଦିନ ତଳେ ବାପ-ଝିଅ ଆଉ ଏବେ ପୁଣି ଜଣେ ବାଇକ୍ ଚପଲ ରଖି ଏମିତି କଲେ…ଯୁବକଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ

ବାଇକ୍ ଓ ଚପଲ ଥୋଇ ନଦୀକୁ ଡେଇଁ ପଡିଲେ ପୁଣି ଜଣେ ଯୁବକ ! ନିକଟରେ ବାପା ଓ ଝିଅ ନଦୀରେ ଡେଇଁ ପଡିଥିବା କଥା ସବୁଆଡେ ଚର୍ଚାର ହେଉଥିଲା । ଏବେ ପୁଣି ଆଉ ଜଣେ ଯୁବକ ନିଜର ଚପଲ ଓ ବାଇକ୍ ବ୍ରିଜ ପାଖରେ ରଖିଦେଇ ନଦୀ ମଧ୍ୟକୁ ଡେଇଁ ପଡିଛନ୍ତି ବୋଲି ଖବର ମିଳିଛି । ତେବେ ଯୁବକ ଜଣଙ୍କ ଜଗତସିଙ୍ଘପୁର ଜିଲ୍ଲା ଦେବୀନଦୀକୁ ଡେଇଁ ପଡିଛନତି । ଜଗତସିଂହପୁର ଜିଲ୍ଲା ନାଓ ଗାଁ ବ୍ଲକ ଶିଖରଘାଟ ପୋଲ ଉପରେ ଏଭଳି ଘଟଣା ଘଟିବାର ଦେଖିବାକୁ ମିଳିଛି ।

ତେବେ ଏଭଳି ଘଟଣା ଫାଇଲ ପରେ ଉଦ୍ଧାରକାରୀ ଟିମ ଘଟଣା ସ୍ତଳକୁ ଉଦ୍ଧାର କରିବା ପାଇଁ ସଙ୍ଗେ ସଙ୍ଗେ ଚାଲି ଯାଇଥିଲେ । ଯୁବକ ଜଣଙ୍କ ବ୍ରିଜ ଉପରୁ ତଳକୁ ଡେଇଁବା ସମୟରେ ସ୍ଥାନୀୟ ଲୋକ ସେଠାରେ ତାଙ୍କୁ ଦେଖିଥିଲେ । ତେବେ ସଙ୍ଗେ ସଙ୍ଗେ ଏଭଳି ଦୃଶ୍ୟ ଦେଖି ଉଦ୍ଧାରକାରୀ ଟିମକୁ ସୂଚନା ଦେଇଥିଲେ । ହେଲେ ଉଦ୍ଧାରକାରୀ ଟିମର ଏତେ ଖୋଜାଖୋଜି ପରେ ମଧ୍ୟ ଯୁବକଙ୍କର ପତ୍ତା ବର୍ତ୍ତମାନ ପର୍ଯ୍ୟନ୍ତ ନଦୀରୁ ମିଳିନାହିଁ ।

ତେବେ ଉକ୍ତ ଯୁବକ ଜଣଙ୍କ ହେଉଛନ୍ତି ବଛାଳ ଗ୍ରାମର ଶରତ ଗ୍ରାମର ସୁଜିତ ଲେଙ୍କା । ସେ ପୁରୀ ଜିଲ୍ଲା ବାଲିକୁଦା ସାହିରେ ରହି ଆସୁଥିଲେ । ତେବେ ଗତ ଶନିବାର ଦିନ ସୁଜିତ ନିଜବଛାଲ ଗ୍ରାମକୁ ଆସୁଥିଲେ । ହେଲେ ସୁଜିତଙ୍କର ହଟାତ କ’ ଣ ଏପରି ଘଟିଯାଇଥିଲା । ଯେ ସେ ସଙ୍ଗେ ସଙ୍ଗେ ବ୍ରିଜ ଉପରୁ ନଦୀ ମଧ୍ୟକୁ ଡେଇଁବାକୁ ଉଦ୍ୟମ କରିଥିଲେ । ହେଲେ ଷ୍ଟାନୀୟ ଲୋକ ସେଠାକୁ ଯିବା ପୂର୍ବରୁ ହିଁ ସୁଜିତ ନଦୀ ମଧ୍ୟକୁ ଚପଲ ଖୋଲି ଡେଇଁ ପଡିଥିଲେ ।

ତେବେ ସୁଜିତ ଆସିଥିବା ବାଇକ୍ ମଧ୍ୟ ଏବେ ପର୍ଯ୍ୟନ୍ତ ପୋଲ ପାଖରେ ଥୁଆ ହୋଇ ରହିଛି । ବର୍ତ୍ତମାନ ନଦୀ ମଧ୍ୟରୁ ସୁଜିତଙ୍କୁ ଉଦ୍ଧାର କରିବାର କାର୍ଯ୍ୟ ଅଗ୍ନୀଶ୍ରମ ବାହିନୀ ଦ୍ଵାରା ଚାଲୁ ରହିଛି । ହେଲେ କେତେବେଳେ ଅଗ୍ନୀଶ୍ରମ ଟିମ ସୁଜିତଙ୍କର ଶରୀର ନଦୀ ମଧ୍ୟରୁ ଉଦ୍ଧାର କରିବେ ? ତାହା ଦେଖିବା ଅପେକ୍ଷା ରହିଲା । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।  ଧନ୍ୟବାଦ

Leave a Reply

Your email address will not be published. Required fields are marked *