Jhilik ଙ୍କ ସହ ମୋର ପ୍ରଥମ ଫିଲ୍ମ ହାଉସଫୁଲ୍ ହୋଇଥିଲା … Jhilik ମୋ ପାଇଁ ବହୁତ ଲକି ! Actor Jyoti Ranjan Nayak

ତୁ ମୋ ହିରୋ ଚଳଚିତ୍ରରେ ହିରୋ ଭୂମିକାରେ ନଜର ଆସିଥିବା ସମସ୍ତଙ୍କର ଅତି ପ୍ରିୟ ନାୟକ ଜ୍ଯୋତି ରଞ୍ଜନ ନାୟକ । ଜିଏକି କମ୍ ଦିନ ମଧ୍ୟରେ ଅନେକ ଫିଲ୍ମରେ ହିରୋ ଭୂମିକାରେ ନଜର ଆସି ଲୋକଙ୍କୁ ନିଜ ଅଭିନୟ ଦ୍ଵାରା ମନୋରଞ୍ଜନ କରାଉଛନ୍ତି । ତେବେ ଜ୍ଯୋତି ଏକ ସାକ୍ଷାତକାରରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ସେଥିରେ ଜ୍ଯୋତି ଏଭଳି କିଛି କହିଛନ୍ତି । ଅଭିନୟ କରିବା ମୋର ବହୁତ ପସନ୍ଦ । ତେଣୁ ମୁଁ ଅଭିନୟ ଲାଇନରେ ମୁଁ କ୍ଯାରିଅର ଗଢିବାକୁ ଚାହିଁଲି ।

ତେବେ ଓଡିଆ ସିନେମା ଇଣ୍ଡଷ୍ଟ୍ରିରେ ମହେଶ୍ଵତା ମ୍ୟାମ ନାୟିକା ହିସାବରେ ମୋତେ ବହୁତ ଭଲ ଲାଗନ୍ତି । ତେଣୁ ମହେଶ୍ଵତା ମ୍ୟାମଙ୍କ ସହ ଯଦି ଅଭିନୟ କରିବାର ସୁଯୋଗ ମିଳିବ । ତେବେ ମୋତେ ବହୁତ ଖୁସି ଲାଗିବ । ଅଭିନେତ୍ରୀ ଝିଲିକ ମଧ୍ୟ ନାୟିକା ତଥା ଜଣେ ବ୍ୟକ୍ତିତ୍ବ ହିସାବରେ ଜଣେ ବହୁତ ଭଲ ଝିଅ । କାରଣ ଝିଲିକ ମୋ ପାଇଁ ବହୁତ ଲକି ଅଟନ୍ତି । ଝିଲିକଙ୍କ ସହ ଫିଲ୍ମ କରିବା ପୂର୍ବରୁ ମୋର ଯେଉଁ ସବୁ ଚଳଚିତ୍ର ରିଲିଜ ହୋଇଥିଲା ।

ସେଥିରେ ବହୁତ କମ୍ ଲୋକ ଫିଲ୍ମ ହଲକୁ ଫିଲ୍ମ ଦେଖିବାକୁ ଆସୁଥିଲେ । ହେଲେ ଯେବେ ଠାରୁ ଝିଲିକଙ୍କ ସହ ମୋର ପ୍ରଥମ ଫିଲ୍ମ ରିଲିଜ ହୋଇଥିଲା । ସେତେବେଳେ ବର୍ଷା ହୋଇକି ମଧ୍ୟ ହଲ୍ ପୁରା ହାଉସ୍ ଫୁଲ ଥିଲା । ଯେଉଁଟା ଦେଖିକି ମୁଁ ବହୁତ ଖୁସି ହୋଇଯାଇଥିଲି ।

ସେହି ଫିଲ୍ମ ପରେ ପରେ ମୋତେ ବହୁତ ସାରା ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଛି । କାରଣ ସେହି ଫିଲ୍ମରେ ସବୁ ହିରୋଇନ ମୋତେ ରିଜେକ୍ଟ କରିଦେଇଥିବା ବେଳେ ଝିଲିକ ମୋ ସହ ଫିଲ୍ମ କରିବେ ବୋଲି ରାଜି ହୋଇଯାଇଥିଲେ ।ତେଣୁ ଝିଲିକ ମୋ ପାଇଁ ବହୁତ ହିଁ ଲକି କହିଲେ କିଛି ଭୁଲ ହେବ ନାହିଁ ।

ତେବେ ଏହିଭଳି ଭାବେ ଅଭିନେତା ଜ୍ଯୋତି ଭଲ ଭଲ ଫିଲ୍ମ ଓଡିଆ ଦର୍ଶକଙ୍କୁ ଭେଟି ଦେଇ ଆସନ୍ତୁ । ତେବେ ଆପଣଙ୍କୁ ଓଡିଆ ହିରୋ ଜ୍ଯୋତି ରଞ୍ଜନ ନାୟକ କିପରି ଲାଗନ୍ତି ? ଆମକୁ କମେଣ୍ଟ କରିକି ଜଣାନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *