ମା’ ପେଟରୁ ପୁଅ ବାହାରିଲା, କିଛି ସମୟ ପରେ ସେ ଝିଅ ହୋଇଗଲା… ଏମିତି କ’ ଣ ଯେ ଘଟିଗଲା…

ଜନ୍ମ ବେଳେ ଥିଲା ପୁଅ, ହେଲେ କିଛି ସମୟ ପରେ ହୋଇଗଲା ଝିଅ ! ହଁ ଆଜ୍ଞା ଏଭଳି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ନବଜାତ ଶିଶୁକୁ ଜନ୍ମ ଦେଇଥିବା ମହିଳାଙ୍କର ସ୍ଵାମୀ । ଯାହାଙ୍କ ସ୍ତ୍ରୀ ଗର୍ଭବତୀ ଥିବା କାରଣରୁ ତାଙ୍କ ସ୍ତ୍ରୀଙ୍କର ଡେଲିଭରି ପେନ୍ ହେବ କାରଣରୁ ତାଙ୍କୁ ହସ୍ପିଟାଲକୁ ଆଣିଥିଲେ । ସେଠାରେ କିଛି ସମୟ ରହିଲାପରେ ମହିଳାଙ୍କର ଡେଲିଭରି କରାଯାଇଥିଲା । ପରେ ପରେ ମା’ ଓ ନବଜାତ ଶିଶୁଟି OT ମଧ୍ୟରେ ଥିବା କାରଣରୁ ପରିବାରର କେହି ଭିତରକୁ ଜି ସଙ୍ଗେ ସଙ୍ଗେ ମା’ ଓ ପିଲାକୁ ଦେଖି ନଥିଲେ ।

ସେହି ସମୟରେ ସଙ୍ଗେ ସଙ୍ଗେ ପିଲାକୁ ଜନ୍ମ କରି ମହିଳା ଜଣକ ମଧ୍ୟ ବେହୋସ ହୋଇ ବେଡରେ ପଡି ରହିଥିଲେ । ହେଲେ ଡାକ୍ତରଖାନାର ଜଣେ ନର୍ସ କହିଥିଲେ । ଯେ ତୁମର ପୁଅଟି ହେଇଛି । ଯାହା ଶୁଣି ବ୍ୟକ୍ତି ଜଣଙ୍କ ମଧ୍ୟ ଖୁସି ହୋଇଯାଇଥିଲେ । ତା’ ର କିଛି ସମୟ ପରେ ଯେତେବେଳେ ବ୍ୟକ୍ତିଙ୍କ ହାତକୁ ତାଙ୍କ ପିଲାଟିକୁ ଦେଇଥିଲେ । ସେତେବେଳେ ବ୍ୟକ୍ତି ତାଙ୍କ ପିଲା ଦେହରୁ କପଡା ଖୋଲି ଦେଖିଲ ବେଳକୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

କାରଣ କିଛି ସମୟ ପୂର୍ବରୁ ତାଙ୍କ ସ୍ତ୍ରୀ ଗୋଟିଏ ପୁଅ ସନ୍ତାନ ଜନ୍ମ କରିଥିଲା ବୋଲି ତାଙ୍କୁ ଆସି ଜଣା ଯାଇଥିଲା । ହେଲେ କିଛି ମିନିଟ ପରେ କ’ ଣ ହଟାତ ପୁଅଟି ଝିଅ ହୋଇଯିବ ଦେଖି ବ୍ୟକ୍ତି ଜଣଙ୍କ ଘାବରାଇ ଯାଇଥିଲେ । ଏହି ଝିଅ ମୋର ନୁହେଁ, ମୋର ଗୋଟିଏ ପୁଅ ହେଇଛି ବୋଲି ବ୍ୟକ୍ତି କହିବାରୁ ନର୍ସ ଭୁଲ ହୋଇଛି କହି ସେଠାରୁ ଚାଲି ଯାଇଥିଲେ । ଏଭଳି ଏକ ଆଶ୍ଚର୍ଯ୍ୟ ଜଣକ ଘଟଣା ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ଘଟିବାର ଦେଖିବାକୁ ମିଳିଛି ।

ତେବେ ବ୍ୟକ୍ତି ଜଣକ ନିଜ ପିଲା ସହିତ DNA ଟେଷ୍ଟ କରିବାକୁ ଚାହୁଁଛନ୍ତି । ଯେଉଁ ପିଲା ସହ ତାଙ୍କର DNA ମ୍ଯାଚ ହେବ । ସେହି ପିଲାକୁ ସେ ସାଙ୍ଗରେ ଘରକୁ ନେଇକି ଯିବେ ବୋଲି କହିଛନ୍ତି । ଏଥିସହ କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟର ନାମରେ ମଧ୍ୟ ପିଲା ଅଦଳବଦଳ ନେଇ ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *