ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଗୁମର ! ଘରକୁ ଡାକିଲା… ହନୀ ଟ୍ରାପ କୁଇନ ଇରାନୀ ଓ ତା’ ସ୍ଵାମୀ ! ଆଉ ତାପରେ…

ଘରକୁ ଡାକୁଥିଲେ ହନି ଟ୍ରାପ କୁଇନ ରାନୀ ! ଏମ୍ସରେ ଚାକିରୀ ନାମରେ ୩ ଲକ୍ଷ ଟଙ୍କାର ଠକେଇ କରିଥିଲେ ଇରାନୀ ! ଖବର ମୁତାବିକ ବର୍ତ୍ତମାନ ହନି ଟ୍ରାପ କୁଇନ ଇରାନୀଙ୍କୁ ନେଇ ସବୁଆଡେ ଚର୍ଚା ହେବାରେ ଲାଗିଛି । ଇରାନୀ ଓ ତାଙ୍କ ସ୍ଵାମୀଙ୍କ ନାମରେ ଗୋଟିଏ ପାରେ ଗୋଟିଏ ଅଭିଯୋଗର ଫର୍ଦ୍ଧ ଖୋଲିବାରେ ଲାଗିଛି । ଯାହାକୁ ନେଇ ଇରାନୀ ଓ ତାଙ୍କ ସ୍ଵାମୀ ଉପରେ ଆଗାମୀ ସମୟରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ କହୁଛନ୍ତି ।

ତେବେ ନାରଗଦାର ଷୌଭାଗ୍ୟ କେତନ ଜେନା ମଧ୍ୟ ହନୀ ଟ୍ରାପ କୁଇନ ଇରାନୀଙ୍କ ନାମରେ ନିଜର ଅଭିଯୋଗ ବଖାଣି ଛନ୍ତି । ଏମ୍ସରେ ଚାକିରୀ ଦେବା ବାହାନାରେ ଇରାନୀଙ୍କ ସ୍ଵାମୀ ତାଙ୍କ ଠାରୁ ୩ ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଯାଇଛନ୍ତି ବୋଲି ସେ କହିଛନ୍ତି । ହେଲେ ତାଙ୍କ ନାମରେ ଆଗରୁ ହ-ତ୍ୟା ଭଳି ସଙ୍ଗୀନ ଅଭିଯୋଗ ଥିବା କାରଣ ଭୟରେ ଠକେଇ ହେଲା ପାରେ ମଧ୍ୟ ମୁହଁ ଖୋଲି ପାରୁନଥିଲେ ଅଭିଯୋଗକାରୀ ।

ହେଲେ ଯେତେବେଳେ ପୋଲିସ କବଜାରେ ଉଭୟ ସ୍ଵାମୀ ସ୍ତ୍ରୀ ପଡିଯାଇଛନ୍ତି । ସେତେବେଳେ ସାହସ କରି ମୁହଁ ଖୋଲିଛନ୍ତି ଷୌଭାଗ୍ୟ । ତେବେ ତାଙ୍କ କହିବା ଅନୁଯାଇ ଏମ୍ସରେ ତାଙ୍କ ସ୍ତ୍ରୀ ପାଇଁ ଚାକିରୀ ଯୋଗାଡ କରିଦେବେ ବୋଲି ଇରାନୀଙ୍କ ସ୍ଵାମୀ ନିଶିକାନ୍ତ ପାତ୍ର ତାଙ୍କୁ କହିଥିଲେ । ସେଥିପାଇଁ ସେ ତାଙ୍କୁ ଘରକୁ ଡ଼ାକିଥିଲେ । ହେଲେ ଯେତେବେଳେ ସେ ଘର ମଧ୍ୟକୁ ଯାଇଥିଲେ । ସେତେବେଳେ ନିଶିକାନ୍ତ ତାଙ୍କୁ ମାଡ ମାରିଥିଲେ ।

ଏହା ସହ ତାଙ୍କୁ ଦୁଷ୍କର୍ମ ଅଭିଯୋଗରେ ମଧ୍ୟ ଫସାଇବାକୁ ଉଭୟ ସ୍ଵାମୀ ଓ ସ୍ତ୍ରୀ ଚେଷ୍ଟା କରିଥିଲେ । ତେବେ ଅଭିଯୋଗକାରୀ ସୌଭାଗ୍ୟ କହିଛନ୍ତି । ଯେ ସେ ଆମ ଗାଁ ଲୋକ ବୋଲି ତାଙ୍କ ଉପରେ ମୁଁ ବିଶ୍ବାସ କରି ତାଙ୍କୁ ଟଙ୍କା ଦେଇଥିଲି । ହେଲେ ସେ ମୋ ସହ ଏଭଳି ଠକାମୀ କାର୍ଯ୍ୟ କରିବେ ବୋଲି ଭାବି ନଥିଲି । ତେବେ ଇରାନୀଙ୍କ ସ୍ଵାମୀ ୫ ଦିନିଆ ରିମାଣ୍ଡରେ ଆସିବା ପାଇଁ ଯାଉଛନ୍ତି ।

ତେବେ ଆଗକୁ ହନୀ ଟ୍ରାପ କୁଇନ ଓ କିଙ୍ଗର କେଉଁ ସବୁ ଗୁମର ଉପରୁ ପରଦା ହଟିବ ତାହା ଦେଖିବାକୁ ଅପେକ୍ଷା ରହିଲା । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *