ଗଛରେ ବସିଥିଲେ 50 ରୁ ଉର୍ଦ୍ଧ ମାଙ୍କଡ, ବର୍ଷା ସମୟରେ ମାରିଲା ଘଡଘଡି, ଅକାଳରେ ଚାଲିଗଲା ନିରୀହ ମାଙ୍କଡଙ୍କ ଜୀବନ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏକାସାଙ୍ଗରେ ଚାଲିଗଲା ୫୦ ରୁ ଅଧିକ ମାଙ୍କଡଙ୍କର ଜୀବନ ! ତେବେ ଖବର ଅନୁଯାଇ ୧ ନୁହେଁ ୨ ପାଖାପାଖି ୫୦ ରୁ ଉର୍ଦ୍ଧ ମାଙ୍କଡ ମାନଙ୍କ ଉପରେ ଘଡଘଡି ପଡିବା କାରଣରୁ ତାଙ୍କର ଅକାଳ ଜୀବନ ଚାଲି ଯାଇଥିଲା । ତେବେ ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା  ଜଳେଶ୍ଵର ବ୍ଲକ ଗଡସାହି ବାଲିଆପାଳରେ ଦେଖିବାକୁ ମିଳିଛି । ଏଠାରେ କହି ରଖିବା ପାଇଁ ଚାହିଁବୁ । କି ଯେ ବାଲେଶ୍ଵରରେ ନିକଟ ଅତୀତରେ ଏକ ବହୁତ ବଡ ଦୁର୍ଘଟଣା ଘଟି ଯାଇଥିଲା ।

ଏବେ ପୁଣି ଥରେ ଏତେ ସଂଖ୍ୟକ ମାଙ୍କଡ ମାନଙ୍କର ହଟାତ ବ୍ରଜପାତ କାରଣରୁ ମୃ-ତ୍ୟୁକୁ ନେଇ ସାରା ବାଲେଶ୍ଵର ଜିଲ୍ଲାରେ ଦୁଃଖର ମାହୋଲ ଖେଳିଯାଇଛି । ଗ୍ରୀଷ୍ମ ଦିନରେ ବେଳ ବୁଡୁବୁଡୁ ଯେଉଁ କାଳବୈଶାଖୀ ଝଡ, ବର୍ଷା ସହ ଚାଲି ଆସୁଛି । ତାହାରି କରାଳ କୋପରୁ ବିଜୁଳୀ, ଘଡଘଡି ଅତି ପ୍ରଖର ବେଗରେ ମାରିଥିଲା । ଗତକାଲି ଅର୍ଥାତ ଷୋମବାର ଦିନ ସେହି ସମୟରେ ବହୁ ସଂଖ୍ୟକ ମାଙ୍କଡ ମାନେ ଦଳବଦ୍ଧ ଭାବେ ଖାଦ୍ୟ ଅନ୍ଵେଷଣରେ ଜଙ୍ଗଲ ମୁହାଣ ହୋଇଥିଲେ ।

ତେବେ ସେହି ସମୟରେ ଗୋଟିଏ ଗଛରେ ମାଙ୍କଡ ମାନେ ବସିଥିବା ସମୟରେ ହଟାତ ତାଙ୍କ ଉପରେ ଘଡଘଡି ପଡିଯାଇଥିଲା । ଚାହୁଁଚାହୁଁ ମାଙ୍କଡ ମାନେ ଅଚେତ ଅବସ୍ଥାରେ ପଡି ଯାଇଥିଲେ । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ମାଙ୍କଡ ମାନେ ହେଉଛନ୍ତି ପ୍ରଭୁ ବଜାରଙ୍ଗୀ ବାଳୀଙ୍କର ଭକ୍ତ । ତେବେ ଏତେ ସଂଖ୍ୟକ ମାଙ୍କଡ ମାନଙ୍କର ଅକାଳ ମୃ-ତ୍ୟୁ ତାହା ପୁଣି ବ୍ରଜପାତ ହେବା କାରଣରୁ ହୋଇଛି ।

ତେଣୁ ଏହା ବହୁତ ଅଶୁଭ ଘଟଣା ଘଟି ଯାଇଛି । ଏହି ଖବର ଶୁଣିବା ମାତ୍ରେ ସଙ୍ଗେ ସଙ୍ଗେ ଅଗ୍ନୀଶ୍ରମ ବାହିନୀ ଓ ପଶୁ ଡାକ୍ତର ଘଟଣା ସ୍ତଳରେ ପହଞ୍ଚଥିଲେ । ସେଠାରେ ପହଞ୍ଚିବା ପରେ ମାଙ୍କଡ ମାନଙ୍କୁ ଚିକିତ୍ସା କରଯାଇଥିଲା ସତ । ହେଲେ ସେହିଠାରେ ହିଁ ମାଙ୍କଡ ମାନଙ୍କର ମୃ-ତ୍ୟୁ ହୋଇଯାଇଥିଲା ।

ଅକାଳରେ ବହୁ ନିରୀହ ପ୍ରାଣୀ ଅର୍ଥାତ ମାଙ୍କଡ ମାନଙ୍କର ଘଡଘଡି କାରଣରୁ ଜୀବନ ଚାଲିଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ଏହି କଥାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହିଭଳି ସୂଚନା ପାଇବା ପାଇଁ ଆମ ସହ ଯୋଡି ହୋଇ ରୁହନ୍ତୁ । ଏହା ସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *