Delhi ରେ Modi ଙ୍କ ସହ ଗୁପଚୁପର ମଜା ନେଲେ ଜାପାନ ପ୍ରଧାନମନ୍ତ୍ରୀ

ବିଦେଶରୁ ଆସୁଥିବା ଅତିଥି ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ଉପରେ ଅବଗତ କରେଇବାରେ କେବେ ବି ଅବହେଳା କରି ନଥାନ୍ତି । ଆଉ ଏହି ପରିପଖେ ବିଦେଶରୁ ଆସିଥିବା ଅତିଥି ମାନଙ୍କୁ ଭାରତୀୟ ଖାଦ୍ୟ ଖୁଆଇବାକୁ ଆଗେଇ ଆସିଛନ୍ତି ନରେନ୍ଦ୍ର ମୋଦୀ । ଯେଉଁ କାରଣରୁ ମୋଦୀଙ୍କ ସହ ପାର୍କ ବୁଲିବା ସହ ଗୁପୁଚୁପ ଖାଇଛନ୍ତି ଜାପାନର ପ୍ରଧାନମନ୍ତ୍ରୀ ।

ଏବେ ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଗୁପୁଚୁପ ଲସି ସହ ବିଭିନ୍ନ ପ୍ରକାରର ଭାରତୀୟ ଖାଦ୍ୟ ଖାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କ ଯାଇଥିବା ବେଳେ ସେଠାରେ ଗୁପୁଚୁପ ସହ ଲସି ପିଇ ଛନ୍ତି ଜାପାନ ପ୍ରଧାନମନ୍ତ୍ରୀ । ଏବେ ଫୁମିଓ କିଶିଦାଙ୍କ ସହ ତାଙ୍କର ଏକ ଭିଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ମଧ୍ୟ କରିଛନ୍ତି ।

ଯେଉଁଥିରେ ଉଭୟ ଗୁପୁଚୁପ ଖାଇ ଖୁସି ମନାଉ ଥିବାର ଦେଖିବାକୁ ମିଳିଛି । ଫୁମିଓ କିଶିଦା ଗୁପୁଚୁପ ଖାଇବା ସମୟରେ ତାଙ୍କୁ ଏହାର ସ୍ଵାଦ ଖୁବ ଭଲ ଲାଗିଲା । ଯେଉଁଥି ପାଇଁ ସେ ଆଉ କିଛି ଗୁପୁଚୁପ ମଗାଇ ଖାଉ ଥିବାର ମଧ୍ୟ ଦେଖିବାକୁ ମିଳିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ହସି ହସି ତାଙ୍କ ସହ କଥା ହେବା ସହ ବୁଦ୍ଧ ପାର୍କରେ ଗୁପୁଚୁପର ମଜା ନେଇ ଥିଲେ ଯାହା ଆପଣ ମାନେ ଏହି ଭିଡିଓରେ ଦେଖି ପାରୁଥିବେ ।

ବନ୍ଧୁଗଣ ଏବେ ଏହି ଭିଡିଓଟି ମୋବାଇଲରୁ ମୋବାଇଲକୁ ଭାଇରାଲ ହେଉଛି । କେବଳ ଏତିକି ନୁହଁ ନରେନ୍ଦ୍ର ମୋଦୀ କିଶିଦାଙ୍କୁ ଏକ ଉପହାର ମଧ୍ୟ ଦେଇଛନ୍ତି । ଯେଉଁଥିରେ କଦମଉଡ ଜାଲି ବକ୍ସରେ କର୍ଣ୍ଣାଟକର ଚନ୍ଦନର ବୁଦ୍ଧ ପ୍ରତିମା ରହିଛି । ଏହି ବୁଦ୍ଧ ପ୍ରତିମା ବହୁତ ଖାସ କାରଣ ଏଥିରେ ଚନ୍ଦନ କାଠରେ ଖୋଦେଇ କରିବାର କଳା ଏକ ଉତ୍କୃଷ୍ଟ ଏବଂ ପ୍ରାଚୀନ ଶିଳ୍ପ ଅଟେ ।

ଏହା ବହୁତ ଦଶଦ୍ଦିରୁ କର୍ଣ୍ଣାଟକରେ ପ୍ରଚଳିତ ହୋଇ ଆସିଛି । ଏହି ଶିଳ୍ପରେ ସୁଗନ୍ଧିତ ଚନ୍ଦନ କାଠରେ ସୂକ୍ଷ୍ମ ଡିଜାଇନକୁ ତିଆରି କରା ଯାଇଥାଏ । ଯାହା ଅତି କଷ୍ଟ ସାଧ୍ୟ ମଧ୍ୟ ହୋଇ ଥାଏ । ତେବେ ଦର୍ଶକ ବନ୍ଧୁ ନରେନ୍ଦ୍ର ମୋଦୀ ଏବଂ ଜାପାନ ରାଷ୍ଟ୍ରପତିଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *