ଦର୍ଶକ ବନ୍ଧୁ ସମସ୍ତେ ଭାବି ଥିଲେ ପୁଅ ମରି ଯାଇଛି ପୁଅ ଆଉ କେବେ ଘରକୁ ଫେରିବ ନାହିଁ ସେଥିପାଇଁ ସମସ୍ତେ ପୁଅର ଶୁଦ୍ଧି କରି ଥିଲେ । ହେଲେ ହଠାତ ଘରେ ଆସି ପହଞ୍ଚି ଥିଲା ପୁଅ । ୭ ବର୍ଷରୁ ଘରୁ ଯାଇ ଥିଲା ଯେ ଦୀର୍ଘ ୧୨ ବର୍ଷ ପରେ ଘରକୁ ଫେରିଛି ପୁଅ । ଆଉ ପୁଅକୁ ଦେଖି ପୁରା ପରିବାରର ଖୁସି କହିଲେ ନସାରେ । ନାତି ଟୋକାକୁ କୋଳେଇ ନେଇ ଗେଲ କରି ପକାଉ ଛନ୍ତି ଆଇ ଏବଂ ଅଜା ।
ନାତି ଟୋକାର ପାଦକୁ ଧୋଇ ଦେଇ ଘରକୁ ସ୍ଵାଗତ କରୁଛନ୍ତି । ପାଖରେ ବସାଇ ଲୁହ ଝରାଇ ଅନେକ କିଛି କଥା କହୁଛନ୍ତି । ଏମିତି କିଛି ଖୁସିର ମୂହୁର୍ତ୍ତ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ନୂଆ ଗାଁ ବ୍ଲକ କାଳିମ୍ବା ବ୍ଲକରେ । ଅଜା, ଆଇ ନାତି ଆଉ ସମସ୍ତେ ଆଜି ଖୁସି । ଯେଉଁ ନାତି ଟୋକା ମରି ଯାଇଛି ବୋଲି ଅଜା-ଆଇ ଭାବି ଥିଲେ ସେହି ନାତି ଟୋକା ଦୀର୍ଘ ୧୨ ବର୍ଷ ପରେ ଘରକୁ ପୁଣି ଫେରି ଆସିଛି ।
ସମସ୍ତଙ୍କ ଖୁସି କହିଲେ ନ ସରେ ତେବେ ଦର୍ଶକ ବନ୍ଧୁ ଉକ୍ତ ଯୁବକଙ୍କର ନାମ ହେଉଛି ଶାନ୍ତନୁ । ଶାନ୍ତନୁ ଛୋଟ ବେଳୁ ମାଆ ବାପାଙ୍କୁ ହରାଇ ଅଜା-ଆଇଙ୍କ ପାଖରେ ରହୁ ଥିଲେ । ଯେତେବେଳେ ତାଙ୍କୁ ମାତ୍ର ୭ ବର୍ଷ ହୋଇ ଥିଲା ସେତେବେଳେ ସେ ଦାଦନ ଖଟିବା ପାଇଁ ଗାଁର କିଛି ଲୋକ ମାନଙ୍କ ସହ ପଣ୍ଡିଚେରି ଲୁଚି ପଳାଇ ଥିଲେ । ସେଠାରେ କାମ ନ ପାଇ ଏଣେ ତେଣେ ଘୁରି ବୁଲୁ ଥିଲେ ।
ପରେ ଜଣେ ଓଡିଆ ଠିକାଦାରଙ୍କ ପାଖରେ ପହଞ୍ଚି ସେ ଏକ ଫାକ୍ଟୋରୀରେ କାମ କରିଲେ । ହେଲେ ଶାନ୍ତନୁଙ୍କୁ ବିନା ପଇସାରେ କାମ କରିବାକୁ ବାଧ୍ୟ କରା ଗଲା କାରଣ ସେତେବେଳେ ସେ ବହୁତ ଛୋଟ ପିଲା ଥିଲେ । ଇଛା ନଥିବା ସତ୍ବେ ବହୁତ ଛୋଟ ବୟସରୁ କାମ କରିବା ପାଇଁ ସେ ବାଧ୍ୟ ହୋଇ ଥିଲେ । ଗାଁକୁ ଆସିବାକୁ ସୁଯୋଗ ଦେଉ ନଥିଲେ ଠିକାଦାର । ବର୍ଷ ବର୍ଷ ବୀତି ଚାଲିଲା ପଣ୍ଡିଚେରିରେ ଥିବା ସମୟରେ ଜଣେ ଶ୍ରମିକ ଖୋର୍ଦ୍ଧା ଜିଲ୍ଲାର ରଶ୍ମୀ ରଞ୍ଜନଙ୍କ ସହ ଦେଖା ହେଲା ।
ଶାନ୍ତନୁଙ୍କ ବିଷୟରେ ସବୁ ଜାଣିବା ପରେ ସେ ଶାନ୍ତନୁଙ୍କୁ ଉଦ୍ଧାର କରିବା ପାଇଁ ନିଷ୍ପତ୍ତି ନେଇ ଥିଲେ । ଆଉ ଶେଷରେ ସେ ଶାନ୍ତନୁଙ୍କୁ ତାଙ୍କ ଗାଁକୁ ନେଇ ଆସିଲେ ଆଉ ଏବେ ଶାନ୍ତନୁ ବହୁତ ଖୁସିରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବା