ମା’ ଜୁଇ ଜଳୁଥିଲା ! ପୁଅ ବଦଳରେ ପୋଲିସ୍ ବାବୁ ଦେଉଥିଲେ ମୁଖାଗ୍ନି…

ଦର୍ଶକ ବନ୍ଧୁ ଏ ଦୁନିଆର ନିୟମ ବି ଭାରି ବିଚିତ୍ର ଯିଏ ଏ ଦୁନିଆକୁ ଆସିଛି ସେ ଦିନେ ଏ ଦୁନିଆ ଛାଡି ଚାଲି ଯିବ । ମଣିଷଙ୍କ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ଏବଂ ଜୀବ ଜନ୍ତୁଙ୍କ ପର୍ଯ୍ୟନ୍ତ କେହି ବି ଏ ପୃଥିବୀରେ ସବୁଦିନ ପାଇଁ ରହିବେ ନାହିଁ । କଥାରେ ଅଛି ଦର୍ଶକ ବନ୍ଧୁ ଯିଏ ଜନ୍ମ ନେଇଛି ତାର ମୃତ୍ୟୁ ଅଛି । ଏ ଦୁନିଆର କିଛି ସତ ଥାଉ କି ନଥାଉ ଜନ୍ମ ସତ୍ୟ ନୁହେଁ ହେଲେ ମୃତ୍ୟୁ ସତ୍ୟ । ଆମେ ଏକା ଆସିଛୁ ଏ ସଂସାରକୁ ଦିନ ଆସିବ ଆମେ ଏକା ଚାଲି ଯିବୁ ।

ତେବେ ସବୁ ବାପା-ମାଆଙ୍କର ଇଛା ସେମାନେ ମଲା ପରେ ତାଙ୍କ ପୁଅ ତାଙ୍କୁ ମୁଖାଗ୍ନି ଦେବ । ଏହା ଫଳରେ ତାଙ୍କ ଆତ୍ମାକୁ ଶାନ୍ତି ମିଳିବ । ହେଲେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓରେ ଏକ ଅଲଗା ଚିତ୍ର ଦେଖିବାକୁ ମିଳିଛି ।

ମାଆ ଚାଲି ଗଲେ ହେଲେ ଶବ ସଂସ୍କାର କରିବା ପାଇଁ କେହି ବି ରହିଲେ ନାହିଁ । ନା ମୁଖାଗ୍ନି ଦେବାକୁ ନା ଶେଷ ସମ୍ମାନ ଦେବାକୁ ଠିକ ଏହି ସମୟରେ ପୋଲିସ ବାବୁ ଆଗକୁ ଆସିଲେ । ସେ ମାନବିକତା ଦେଖାଇବା ସହ ଅନ୍ତିମ ସଂସ୍କାର କରିଥିଲେ । ସବୁ ଖର୍ଚ୍ଚ ଏସଆଇ ରାମ କୃଷ୍ଣ ବହନ କରିବା ସହ 10 ହଜାର ଟଙ୍କା ସାହାର୍ଯ୍ୟ କରିଥିଲେ । କାରଣ ଏ ମାଆଙ୍କର ପୁଅ ଥିଲେ ଟପମାଓନେତା ।

କକୁରୀ ପଦ୍ମା ଏଲିଏସ ଜଗନ ଊରଫ ଜଗନ ଏବଂ ଏଲିଏସ ମାତୃ ମୂର୍ତ୍ତି କକୁରୀ ଇଏ ଦୁଇ ଭାଇ । ଗୁରୁବାର ଦିନ ମାଆଙ୍କର ମୃତ୍ୟୁ ହେଲା । ହେଲେ ସମସ୍ତଙ୍କ ମନରେ ଭୟ ପାଖକୁ କେହି ମାଡୁ ନଥିଲେ । ଶେଷରେ ପୋଲିସ ବାବୁ ଆସି ସବୁ କଲେ ।

ଆନ୍ଧ୍ର-ଓଡିଶା ସୀମାନ୍ତ ସିରିଲୁ ନିକଟ କୁମୁଲୁବାଡରେ ଏହି ଘଟଣା ଘଟିଛି । ଗାଁ ଲୋକ ଏବଂ ପୋଲିସ କର୍ମୀଙ୍କ ସହାୟତାରେ ହେଲା ଶେଷ କୃତ୍ୟ । ଏହି ଘଟଣା ଘଟିବା ପରେ ପୋଲିସ ବାବୁଙ୍କୁ ଛୁଟୁଛି ପ୍ରଶଂସା ର ଶୁଅ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *