ଠିକଣା ଅଲଗା କିନ୍ତୁ ସ୍ୱାଦ ଏକା, ଏବେ ମାର୍କେଟ ଘାଣ୍ଟିବ Kishore Bhaina ମଟନ…

ବନ୍ଧୁଗଣ ଯଦି ମଟନ କଥା ଉଠେ ତା ହେଲେ ଆପଣ ମାନଙ୍କୁ କିଶୋର ଭାଇନାଙ୍କ କଥା ନିଶ୍ଚୟ ମନେ ପଡୁଥିବ କାରଣ କିଶୋର ଭାଇନାଙ୍କ ମଟନ ସାରା ଓଡିଶାରେ ପ୍ରସିଦ୍ଧ । ତାଙ୍କ ମଟନ ଝୋଳ ଖାଇବା ପାଇଁ ଦୂର ଦୁରନ୍ତାରୁ ଲୋକ ମାନେ ଭୁବନେଶ୍ଵର ଆସୁଥିଲେ । ହେଲେ ଗତ କିଛି ମାସ ତଳେ କିଶୋର ଭାଇନାଙ୍କ ହୋଟେଲକୁ ବିଏମସି ଭାଙ୍ଗି ଦେଇଥିଲା । ଏନେଇ ଜନସାଧାରଣଙ୍କ ମଧ୍ୟରେ ଅନେକ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଆଉ ଅନେକ ଲୋକ ଦୁଃଖ ପ୍ରକାଶ ମଧ୍ୟ କରିଥିଲେ । କିନ୍ତୁ ବନ୍ଧୁଗଣ ଯଦି ଆପଣ କିଶୋର ଭାଇନାଙ୍କ ମଟନ ଝୋଳର ମଜା ନେବାକୁ ଚାହୁଁ ଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କିଶୋର ଭାଇନା ଏବେ ନିଜର ନୂଆ ଦୋକାନ ଖୋଲି ଛନ୍ତି । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।

ଏବେ କିଶୋର ଭାଇନା ଏକ ନୂଆ ହୋଟେଲ ଖୋଲି ଛନ୍ତି । ଆଉ ଏହାରି ମଧ୍ୟରେ କିଶୋର ଭାଇନାଙ୍କ ନୂଆ ହୋଟେଲ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କିଶୋର ଭାଇନା କହିଛନ୍ତି-‘ସେତେବେଳେ ସରକାରୀ ଜାଗାରେ ଦୋକାନ କରିଥିଲି ବିଏମସି ଭାଙ୍ଗି ଦେଲେ । ଏବେ ମୁଁ ଯାହା ହେଉ ଗୋଟେ ଜାଗା ପାଇଲି ।

ଏବେ ମୁଁ ପୁଣି ନୂଆ କରି ଆରମ୍ଭ କରିଛି ଆଉ । ଆଗରୁ ହିଁ ଲୋକ ମାନେ କିଶୋର ଭାଇନା ଠାରୁ ମଟନ ଖାଇବାକୁ ଆସୁଥିଲେ । ତେଣୁ ଏବେ ସେହି କିଶୋର ଭାଇନା ପୁଣି ଦୋକାନ ଖୋଲିଲା ସେହି କିଶୋର ଭାଇନା ଏବେ ପୁଣି ରୋଷେଇ କଲା ସେହି ଜିନିଷ ସେହି ଲୋକ ସବୁ ସମାନ ଭାବେ ମୁଁ କରୁଛି ଆଧେରେ କିଛି ଭୁଲ ହେବାର ନାହିଁ । ସବୁ ସମାନ ରେଟ ସମାନ ଖାଇବା ଏଥିରେ କିଛି ଭୁଲ ହେବନି ।

ଚିଙ୍ଗୁଡି, ଚିକେନ ମାଛ ଆଉ ଭେଜ ଅଛି । ଆଗରୁ ଭେଜ ନଥିଲା ହେଲେ ଏବେ ଭେଜ ଆଡ ହେଇ ଯାଇଛି । ଭେଜରେ ପନିର, ଛତୁ, ଡାଲ ଫ୍ରାଏ ରହିବ ସବୁ ରହିବ । କିଛି ପରିବର୍ତ୍ତନ ନାହିଁ, କିଶୋର ଭାଇ ଆଗରୁ ଯାହା ଏବେ ବି ସେଇଆ ଆଗକୁ ବି ସେଇଆ ରହିବ’ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *