ସମସ୍ତେ ହୋଟେଲ ରେ ସୋଇଛନ୍ତି ଏକା ଖଟୁଛନ୍ତି Virat Kohli, ଭାଇରାଲ ହେଲା ଭିଡିଓ

ଦର୍ଶକ ବନ୍ଧୁ ଭାରତୀୟ କ୍ରିକେଟ ଟିମର ଦିଗଜ ଖେଳାଳି ବିରାଟ କୋହଲି ଏମିତିରେ ନିଜ ଜବରଦସ୍ତ ଖେଳ ଆଉ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ଅନେକ ଥର ନିଜର ଦମଦାର ଖେଳ ପଦର୍ଶନ କରି ଟିମ ଇଣ୍ଡିଆକୁ ବିଜୟୀ କରିଛନ୍ତି । ହେଲେ ଏବେ ବିରାଟ ଏକ ଅଲଗା କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ଦିନ ହେବ ଭାରତ ।

ଆଉ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ଚାଲି ଥିଲା । ଏହି ଟେଷ୍ଟ ସିରିଜରେ ଅନେକ ରୋମାଞ୍ଚକ ମୂହୁର୍ତ୍ତ ଦେଖିବାକୁ ମିଳିଥିଲା । ତେବେ ଗତ ରବିବାର ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଏକ ବୃହତ ବିଜୟ ହାସଲ କରିଛି ଟିମ ଇଣ୍ଡିଆ ଏବଂ ଦ୍ଵିତୀୟ ଟେଷ୍ଟ ମ୍ୟାଚ ଆସନ୍ତା 22 ତାରିଖରୁ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏହାରି ମଧ୍ୟରେ ବିରାଟ କୋହଲି ଏପରି କିଛି କରିଛନ୍ତି ଯାହାକୁ କ୍ରିକେଟ ପ୍ରେମୀ ଖୁବ ପ୍ରଶଂସା କରୁଛନ୍ତି ।

ବନ୍ଧୁଗଣ ସାଧାରଣତଃ ପାଞ୍ଚ ଦିନିଆ ବିଶିଷ୍ଟ ଟେଷ୍ଟ ମ୍ୟାଚ ଖେଳିବା ପରେ ସମସ୍ତ କ୍ରିକେଟର ରେସ୍ଟ କରି ଥାନ୍ତି । କାରଣ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ରିକେଟ ଖେଳିବା ଦ୍ଵାରା ସେମାନଙ୍କର ଶରୀର କ୍ଳାନ୍ତ ହୋଇଥାଏ ତେଣୁ ସେମାନେ ନିଜ ଶରୀରକୁ ରେସ୍ଟ ଦେଇଥାନ୍ତି । କିନ୍ତୁ ବିରାଟ କୋହଲି ସେମିତି କରି ନାହାନ୍ତି ।

ଦର୍ଶକ ବନ୍ଧୁ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ସିରିଜ ଜିତିବା ପରେ ବିରାଟ କୋହଲି ଅନ୍ୟ ଖେଳାଳିଙ୍କ ସହ ରେସ୍ଟ ନ କରି ଗ୍ରାଉଣ୍ଡରେ ପ୍ରାକ୍ଟିସ କରୁଥିବାର ନଜର ଆସିଛନ୍ତି । ଯେତେବେଳେ ଭାରତୀୟ କ୍ରିକେଟ ଟିମର ସମସ୍ତ ଖେଳାଳି ହୋଟେଲରେ ରେସ୍ଟ ନେଉଛନ୍ତି ସେତେବେଳେ ବିରାଟ ଗ୍ରାଉଣ୍ଡ ଯାଇ ପ୍ରାକ୍ଟିସ କରିଛନ୍ତି । ତେବେ ବିରାଟଙ୍କର ଏହି ପ୍ରାକ୍ଟିସ ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଅନେକ ଲୋକ ଏହି ଫଟୋ ଦେଖି ବିରାଟଙ୍କର ପ୍ରଶଂସା କରିଛନ୍ତି । ଏହା କରି ବିରାଟ କୋହଲି ପ୍ରମାଣ କରିଦେଇଛନ୍ତି ଯେ ବାସ୍ତବରେ ସେ ନିଜ ଖେଳ ଉପରେ କେତେ ଫୋକସ କରିଥାନ୍ତି । ବିରାଟ କୋହଲି ସମସ୍ତ ଖେଳରେ ନିଜର 100 ପ୍ରତିଶତ ଦେଇଥାନ୍ତି ଆଉ ଏହା ହେଉଛି ଏକ ଉଦାହରଣ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *