ପ୍ରକୃତିର ଏମିତି କରାଳ ରୂପ ଦେଖି Scientist ଙ୍କର ବି ହୋସ ଉଡିଗଲା…

ବନ୍ଧୁଗଣ ପ୍ରତ୍ୟକ ଦିନ ପ୍ରକୃତି କିଛି ଏପରି ତାଣ୍ଡବ ରଚି ଥାଏ ଯାହା ଦ୍ଵାରା ଅନେକ କ୍ଷୟ କ୍ଷତି ହୋଇଥାଏ । ପ୍ରକୃତି ସହ ଲଢିବା ମଣିଷ ମାନଙ୍କ ପାଇଁ ଅସମ୍ଭବ ହୋଇଥାଏ । ଏମିତିରେ ଆଜି ଆମେ ଆପଣ ମାନଙ୍କୁ ପ୍ରକୃତି ସହ ଜଡିତ କିଛି ଏଭଳି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ପୃଥିବୀରେ ଏକ ସବୁଠାରୁ ବଡ କୂଅ ଅଛି ଯାହାର ନାମ ହେଉଛି ନର୍କର କୂଅ । କିଛି ଲୋକ ଏହି ୩୬୭ ଫୁଟ ଗଭୀର କୂଅ ଭିତରକୁ ପଶିଥିଲେ । ଏହି କୂଅ ମଝିରେ ଏକ ଝରଣା ଆଉ କିଛି ଶବ ଦେଖିବାକୁ ମିଳିଥିଲା । ଏହି କୂଅ ସହ ଜଡିତ ଅନେକ ରହସ୍ୟର ପରଦାଫାସ କରିଛନ୍ତି ସେହି ଲୋକ ମାନେ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ ଏକ ହେଣ୍ଡ ପମ୍ପରୁ ପାଣି ସହ ନିଆଁ ବି ବାହାରୁଛି । ଏହି ଭିଡିଓ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି । ହେଲେ ଜମି ଭିତରେ ଥିବା କିଛି ନାଚୁରାଲ ଗ୍ୟାସ ପାଣି ସହ ବାହାରିଲେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ । ତେଣୁ ଏହା ଏକ ପ୍ରାକୃତିକ ଘଟଣା ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଆକାଶ ନାଲି ରଙ୍ଗର ଦେଖା ଯାଉଛି । ଏହି ଘଟଣା ଚୀନରେ ଘଟି ଥିଲା । ଏହି ଦୃଶ୍ୟ ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହେଇଗଲେ । ରିସର୍ଚ ଦ୍ଵାରା ଜଣା ପଡିଥିଲା ଯେ, ଅଧିକ କୁହୁଡି ଆଉ ବାଦଲ ତଳେ ଥିବାରୁ ଏଭଳି ହେଇଛି । ଏହା ପ୍ରକାଶର ଅପବର୍ତ୍ତନ ହେବା କାରଣରୁ ହୋଇଛି । ଏକ ବୋଟରେ ନାଲି ରଙ୍ଗର ଲାଇଟ ପଡିଥିଲା ସେହି ଲାଇଟ ଅପବର୍ତ୍ତନ ହେବା କାରଣରୁ ଆକାଶ ନାଲି ଦେଖା ଗଲା ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ କିଛି ଲୋକ ରାସ୍ତାରେ ଯାଉଛନ୍ତି ହେଲେ ସେଠାରେ ହଠାତ ଆକାଶରୁ ନିଆଁ ବର୍ଷା ହେଉଛି । ଏହା ଦେଖି ସେଠାକାର ଲୋକ ମାନେ ହଡକମ୍ପ ମଚାଉ ଛନ୍ତି । ଋଷର ସେଣ୍ଟ ପିଟରବର୍ଗରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ଏହି ସହରରେ ବସ ଯିବା ପାଇଁ ରାସ୍ତା କଡରେ ଅନେକ ଇଲେକ୍ଟ୍ରି ତାର ଲାଗିଛି । ତେବେ ଇଲେକ୍ଟ୍ରି ୱାୟାରରେ ଏକ ବିସ୍ଫୋରଣ ହେବାରୁ ସ୍ପାର୍କ୍ସ ଗୁଡିକ ତଳେ ପଡିଲା ତେଣୁ ଲୋକ ମାନେ ଏହାକୁ ନିଆଁ ବର୍ଷା ବୋଲି ଭାବି ଦେଲେ ।

୫. ବନ୍ଧୁଗଣ ଗୁଜୁରାଟର ରାଜକୋଟରେ ଘଟିଥିବା ଏହି ଘଟଣାକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ଭିଡିଓରେ ଆପଣ ମାନେ ପାଣିର ଏକ ବେଲୁନ ଦେଖିବାକୁ ପାଉଥିବେ । ସେତେବେଳେ ରାଜକୋଟରେ ପାଣିର ଅଭାବ ଥିବାରୁ ନର୍ମଦା ନଦୀର ପାଣି ଏକ ଡ୍ୟାମକୁ ପାଇପ ଦ୍ଵାରା ଅଣା ଯାଉଥିଲା । ହେଲେ ପାଇପ ଲିକ୍ ହେବାରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଲା ।

Leave a Reply

Your email address will not be published. Required fields are marked *