ବୁଢୀ ମା’ଙ୍କ ମହାନତା ! ଦେହରେ ଅଛି ଛିଣ୍ଡା ଲୁଗା ହେଲେ ଭିକ ମାଗି ମନ୍ଦିରକୁ ଦାନ କରିଦେଲେ ଲକ୍ଷେ ଟଙ୍କା, ଦେଖନ୍ତୁ ସେ ଏ ନେଇ କଣ କୁହନ୍ତି ?

ଦର୍ଶକ ବନ୍ଧୁ ଆଜିକାଲି ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଏବଂ ସୋସିଆଲ ମିଡିଆ ସହ ଜଡିତ ରହୁଛନ୍ତି । ତେବେ ସୋସିଆଲ ମିଡିଆ ସହ ଜଡିତ ଥିବାରୁ ଲୋକ ମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଏହା ସହ ଲୋକ ମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଆପଣ ମାନେ ସମସ୍ତେ ଏହି ଭିଡିଓଟିକୁ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଏ ସମଗ୍ର ବିଶ୍ଵରେ ଅନେକ ସ୍ଥାନରେ ଭିକ୍ଷା ବୃତି ଚାଲିଛି । ଅନେକ ଲୋକ କିଛି କାମ ଧନ୍ଦା ନକରି ଭିକ୍ଷାକୁ ନିଜର ବୃତି କରିଦେଇଛନ୍ତି ।

ଆପଣ ମାନେ ରାସ୍ତା କଡରେ ଏବଂ ମନ୍ଦିର ଆଦି ସ୍ଥାନରେ ଭିକାରି ମାନଙ୍କୁ ନିଶ୍ଚୟ ଦେଖିଥିବେ ଯେଉଁ ମାନେ ଭିକ୍ଷା ମାଗି ଜୀବନ ନିର୍ବାହ କରିଥାନ୍ତି । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜଣେ ଏପରି ଭିଖାରିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଭିକ ମାଗି 1 ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ କିନ୍ତୁ ଶେଷରେ ସେ ଜଗନ୍ନାଥ ମନ୍ଦିରକୁ ଦାନ କରିଦେଲେ । ହଁ ଦର୍ଶକ ବନ୍ଧୁ ଏହି ଖବରଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି । ତେବେ ତୁଳା ବେହେରା ନାମକ ଜଣେ ବୃଦ୍ଧ ମାଆଟି ନିଜ ଜୀବନ କାଳ ମଧ୍ୟରେ ଭିକ ମାଗି ସଂଗ୍ରହ କରିଥିବା ସମସ୍ତ ଅର୍ଥ ଜଗନ୍ନାଥ ମନ୍ଦିରରେ ଦାନ କରିଛନ୍ତି । ପୁରୁଣା ଜଗନ୍ନାଥ ମନ୍ଦିରର କାନ୍ଥ ଟିକେ ଫାଟି ଯାଇଥିବାରୁ ସେ ଆଗରୁ ମଧ୍ୟ ଟଙ୍କା ଦେବେ ବୋଲି କହିଥିଲେ । ଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ସେ ସର୍ବ ସମ୍ମୁଖରେ ଏହି ଟଙ୍କା ଦାନ କରିଛନ୍ତି । ଆଉ ଏହି ଟଙ୍କା ଦାନ କରିବା ପରେ ତାଙ୍କୁ ମନ୍ଦିର କମିଟି ଅତି ଆଦରର ସହ ସମ୍ମାନ ଦେଇଛି ।

ତେବେ ଏନେଇ ତୁଳା ବେହେରା ଗଣମାଧ୍ୟମ ଆଗରେ କହିଛନ୍ତି-‘ମୁଁ ଭିକ ମାଗିକି ସଞ୍ଚୟ କରି ରଖିଥିଲି ସେଇଟା ଜଗନ୍ନାଥ ମନ୍ଦିରକୁ ଦାନ କରିଦେଲି । ପୁରୁଣା ଜଗନ୍ନାଥ ମନ୍ଦିର କାମ ପାଇଁ ମୁଁ ଏ ଟଙ୍କା ଦାନ କରିଛି । ମୋର ତ ସମୟ ସରିଲା ମୋର ଆଉ ଟଙ୍କା କଣ ଦରକାର । ମୋର ପୁଅ-ଝିଅ କେହି ବି ନାହାନ୍ତି ମୁଁ ଆଉ କଣ କରିବି ସେଥିପାଇଁ ମୁଁ ଟଙ୍କା ଦାନ କରିଦେଲି’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *