ଅଧିକ ବିଦ୍ୟୁତ ବିଲ ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ Legal ଉପାୟରେ ବିଦ୍ୟୁତ ମିଟର ବିଲ କିପରି କମ କରିହେବ…

ଦର୍ଶକ ବନ୍ଧୁ ଆମ ଦୈନଦିନ ଜୀବନରେ ବିଦ୍ୟୁତ ଏକ ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ ହେଇଗଲାଣି । ଆଜିକାଲି ବିନା ବିଦ୍ୟୁତ ସରଞ୍ଜାମରେ ବଞ୍ଚିବା ବହୁତ କଷ୍ଟକର କିମ୍ବା ଆପଣ ମାନେ ଅସମ୍ଭବ କହିଲେ ବି ଭୁଲ ହେବନି । କାରଣ ଆମେ ଦୈନଦିନ ଜୀବନରେ ବ୍ୟବହାର କରୁଥିବା ସମସ୍ତ ଜିନିଷ ବିଦ୍ୟୁତ ଦ୍ଵାରା ଚାଲୁ ଅଛି । କହିବାକୁ ଗଲେ ଆମେ ସମସ୍ତେ ବିଦ୍ୟୁତ ସରଞ୍ଜାମ ଦ୍ଵାରା ଘେରି ହୋଇ ରହିଛୁ ।

ଆମେ ସମସ୍ତ କାର୍ଯ୍ୟ ବିଦ୍ୟୁତ ସରଞ୍ଜାମ ଦ୍ଵାରା କରୁଛୁ ଯାହା ଦ୍ଵାରା ଆମ ମାନଙ୍କର ଲମ୍ବା ଚଉଡା ଇଲେକ୍ଟ୍ରି ବିଲ ଆସୁଛି । ଆଉ ଇଲେକ୍ଟ୍ରି ବିଲ ପାଇଁ ଆଜିକାଲି ସମସ୍ତେ ଚିନ୍ତିତ । ତେବେ ବନ୍ଧୁଗଣ ଆପଣ ମାନଙ୍କର ଏହି ସମସ୍ୟାର ସମଧାନ ନେଇ ଆଜି ଆମେ ଆସିଛୁ । ଆଜି ଆମେ କହିବୁ ଆପଣ ମାନେ କିପରି ଲିଗାଲ ଉପାୟରେ ଇଲେକ୍ଟ୍ରି ବିଲ କମେଇ ପାରିବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଦର୍ଶକ ବନ୍ଧୁ ଆପଣଙ୍କ ଘରେ ଯେତେ ବି ଇଲେକ୍ଟ୍ରିକ ବୋଡ ଲାଗିଥିବା ସେତିକି ଇଣ୍ଡିକେଟର ବି ଥିବ । ଆପଣ କଣ ଜାଣିଛନ୍ତି ଗୋଟେ ଇଣ୍ଡିକେଟର 15 ୱାଟର ଇଲେକ୍ଟ୍ରି ସିଟି କଞ୍ଜୁମ କରିଥାଏ । ଯଦି ଆପଣଙ୍କ ଘରେ 10ଟି ଇଣ୍ଡିକେଟର ଲାଗିଛି ତେବେ ତାହା ପ୍ରତ୍ୟକ ସମୟରେ 150 ୱାଟ ଇଲେକ୍ଟ୍ରି ନେଇଥାଏ । ଆଉ ଏହା କାରଣରୁ ଆପଣଙ୍କ ଇଲେକ୍ଟ୍ରି ମିଟରର ବିଲ ବଢିବାକୁ ଲାଗିଥାଏ ।

ତେଣୁ ଆଜି ଠାରୁ ହିଁ ଆପଣ ମାନେ ନିଜ ଘରର ଇଣ୍ଡିକେଟର ସଂଖ୍ୟା କମ କରନ୍ତୁ ଏବଂ ଏକ ଏଭଳି ଜାଗା ଦେଖନ୍ତୁ ଯେଉଁଠି ଗୋଟିଏ ଇଣ୍ଡିକେଟର ଲଗେଇଲେ ବି ସମସ୍ତେ ଦେଖି ପାରିବେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଜ ନିଜ ଘରେ ମୋବାଇଲ ଚାର୍ଜ ନିଶ୍ଚୟ ବସାଉ ଥିବେ । ମୋବାଇଲ ଚାର୍ଜ ଶେଷ ହେବା ପରେ ଆପଣ ମାନେ ଅନ୍ୟ ମନସ୍କରେ ଚାର୍ଜକୁ ପ୍ଲଗରୁ କାଢି ନଥାନ୍ତି ଯାହା ଦ୍ଵାରା ଚାର୍ଜର ୱାର୍କିଙ୍ଗ ପ୍ରୋସେସରେ ଥାଏ ।

ତେଣୁ ଆପଣ ମାନେ ମୋବାଇଲ ଚାର୍ଜ ବଶାନ୍ତୁ କି ନ ବଶାନ୍ତୁ ଯଦି ଚାର୍ଜର ପ୍ଲଗରେ ଲାଗିକି ଅଛି ତା ହେଲେ ଆପଣଙ୍କ ଇଲେକ୍ଟ୍ରି ବିଲ ତ ନିଶ୍ଚୟ ଉଠିବ । ତେବେ ଆପଣ ମାନେ ମୋବାଇଲ ଚାର୍ଜ ବସେଇବା ପରେ ଚାର୍ଜରକୁ ପ୍ଲଗରୁ ନିଶ୍ଚୟ ବାହାର କରନ୍ତୁ । ତା ହେଲେ ବନ୍ଧୁଗଣ ଏହି ଦୁଇଟି କମନ ସମସ୍ୟା ପାଇଁ ଆପଣଙ୍କ ଘରର ଇଲେକ୍ଟ୍ରି ବିଲ ବହୁତ ଅଧିକ ବଢି ଯାଇଥାଏ । ତେବେ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *