ବର୍ଷ ବର୍ଷ ଧରି ମନ୍ଦିର ଜଗିଛି ବିଷଧର ସାପ ! ଏହି ମନ୍ଦିରର ରହସ୍ୟ ଜାଣିଲେ ଚମକି ପଡିବେ ଆପଣ…

ଦର୍ଶକ ବନ୍ଧୁ ଏ ସାରା ବିଶ୍ଵରେ ଅନେକ ମନ୍ଦିର ରହିଛି । ଦର୍ଶକ ବନ୍ଧୁ ଦୁନିଆର ସମସ୍ତ ଧର୍ମ ପାଇଁ ସେମାନଙ୍କର ନିର୍ଦ୍ଧିଷ୍ଟ ମନ୍ଦିର ମାନ ନିର୍ମାଣ ହୋଇଛି । ଲୋକ ମାନେ ନିଜ ଭକ୍ତି ଆଉ ଆସ୍ଥା ନେଇ ମନ୍ଦିରକୁ ଆସିଥାନ୍ତି ଏବଂ ନିଜ ପ୍ରଭୁଙ୍କ ଦର୍ଶନ କରି ଶାନ୍ତି ପାଇଥାନ୍ତି । ଏମିତିରେ ଆମ ଭାରତରେ ମଧ୍ୟ ଅନେକ ମନ୍ଦିର ରହିଛି ଆଉ ଆପଣ ମାନେ ବି ଏସବୁ ମନ୍ଦିର ଗୁଡିକ ବିଷୟରେ ନିଶ୍ଚୟ ଜାଣିଥିବେ ।

ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ସମୁଦ୍ର ମଝିରେ ଅଛି । ଏହି ମନ୍ଦିରକୁ ଜଗି ରହିଛି ଏକ ବିଷଧର ସାପ । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ତେବେ ଏହି ମନ୍ଦିରକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ସବୁବେଳେ ଲାଗି ରୁହେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ ।

ବନ୍ଧୁଗଣ ଏହି ମନ୍ଦିରଟି ପାଖାପାଖି 600 ବର୍ଷର ଆଉ ଏହା ସମୁଦ୍ର ମଝିରେ ରହିଛି । 600 ବର୍ଷର ଏହି ମନ୍ଦିରକୁ ଘେରି ରହି ଏଠାରେ ସୁରକ୍ଷା ଦେଉଛନ୍ତି ବିଷଧର ସାପ ମାନେ । ଏହି ମନ୍ଦିର ଇଣ୍ଡୋନେସିଆ ସମୁଦ୍ରରେ ଉପସ୍ଥିତ ଏକ ଉଚ୍ଚ ଚଟାଣରେ ନିର୍ମାଣ ହୋଇଛି । ଏହା ତଲହାଲୁଦ ମନ୍ଦିର ନାମରେ ଜଣା ଶୁଣା । ସ୍ଥାନୀୟ ଭାଷାରେ ତଲହାଲୁଦର ଅର୍ଥ ହେଉଛି ସମୁଦ୍ର ମଝିରେ ନିର୍ମିତ ।

ଏହି ମନ୍ଦିର ନିର୍ମାଣରେ ବ୍ଯବହ୍ରୁତ ହୋଇଥିବା ଶିଳା କିଛି ବର୍ଷ ତଳେ ଦୁର୍ବଳ ହୋଇ ଭାଙ୍ଗି ବାରେ ଲାଗିଥିଲା ପରେ ଏହାର ଏକ ତୃତୀୟାଂସ ଅଂଶକୁ କୃତ୍ରିମ ଚଟାଣରେ ଘୋଡାଇ ଦିଆ ଯାଇଥିଲା । କିମ୍ବଦନ୍ତୀ ଅନୁଯାଇ 1500 ଶତାବ୍ଦୀରେ ତଲହାଲୁଦ ମନ୍ଦିରର ନିର୍ମାଣ ଜଣେ ପୂଜାରୀ କରିଥିଲେ । ସମୁଦ୍ର କୂଳରେ ଚାଲି ଚାଲି ସେ ଏହି ସ୍ଥାନରେ ଚାଲି ଥିଲେ ଏବଂ ଏଠାରେ ସେ ରାତି କଟାଇ ଥିଲେ । ଏହା ପରେ ସେ ଏଠାରେ ଏହି ମନ୍ଦିର ନିର୍ମାଣ କରିଥିଲେ ।

କୁହାଯାଏ ମନ୍ଦିରକୁ ଦୁଷ୍ଟ ଆତ୍ମା ଓ ଖଳ ଲୋକଙ୍କ ଦାଓରୁ ରକ୍ଷା କରିବାକୁ ଶିଳା ତଳେ ଥିବା ବିଷଧର ସାପ ମାନେ କରିଥାନ୍ତି । ତେବେ ଏହି ମନ୍ଦିରର ସୌନ୍ଦର୍ଜ୍ୟ ବାସ୍ତବରେ ବହୁତ ମନୋରମ । ଏହି ମନ୍ଦିର ବୁଲିବାକୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *