ମୃତ୍ୟୁ ପରେ ହୋଇଗଲେ ଜୀବିତ ! ଆଉ କହିଲେ ମୃତ୍ୟୁ ପରେ ଆତ୍ମା ସହିତ କଣ ହୋଇଥାଏ ? ପରଲୋକର ରହସ୍ୟ !

ଦର୍ଶକ ବନ୍ଧୁ ଏ ଦୁନିଆର ସବୁଠାରୁ ବଡ ସତ୍ୟ ହେଉଛି ମୃତ୍ୟୁ । ଗୋଟେ ଆତ୍ମାର ଜନ୍ମ ହେବ କି ନାହିଁ ତାହା ସତ୍ୟ ନୁହେଁ ହେଲେ ମୃତ୍ୟୁ ହେଉଛି ସତ୍ୟ । ଏ ଦୁନିଆରେ ଥିବା ସମସ୍ତ ଲୋକ ଦିନେ ଦିନେ ଏ ଦୁନିଆ ଛାଡି ଚାଲିଯିବେ । ହେଲେ ବନ୍ଧୁଗଣ ଯଦି ଗୋଟେ ମଣିଷ ମୃତ୍ୟୁ ପରେ ବି ବଞ୍ଚି ଯିବ ଆଉ ସେ ଆତ୍ମାର ଯାତ୍ରା ବିଷୟରେ କହିବ ଆପଣ ମାନେ କଣ ବିଶ୍ଵାସ କରିବେ । ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ  ।

ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଦର୍ଶକ ବନ୍ଧୁ ୨୪ ମାର୍ଚ ୨୦୧୧ ମସିହାରେ ପୂର୍ଣ୍ଣ ସିଂହ ନାମକ ଏକ ବୃଦ୍ଧଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିଥିଲା । ଉତ୍ତର ପ୍ରଦେଶର ଏକ ଛୋଟ ଗାଁରେ ପୂର୍ଣ୍ଣ ସିଂହ ନାମକ ଜଣେ ବୃଦ୍ଧ ତାଙ୍କ ପରିବାର ସହ ହସ ଖୁସିରେ ରହୁଥିଲେ । ହେଲେ ଦିନେ ସକାଳେ ପୂର୍ଣ୍ଣ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଇଗଲା ।

ପୂର୍ଣ୍ଣଙ୍କୁ ନିଶ୍ଵାସ ନେବା ପାଇଁ କଷ୍ଟ ହେଲା । ଏହା ଦେଖି ତାଙ୍କ ପରିବାର ଲୋକ ଚିନ୍ତାରେ ପଡିଗଲେ ଆଉ ଗାଁରେ ଏକ ଡାକ୍ତରକୁ ଡକାଇଲେ । ହେଲେ ଡାକ୍ତର ଆସିବା ପୂର୍ବରୁ ପୂର୍ଣ୍ଣ ସିଂହ ନିଜ ଶରୀରକୁ ତ୍ୟାଗ କରି ଦେଇଥିଲେ ଅର୍ଥାତ ତାଙ୍କ ଦେହାନ୍ତ ହୋଇଯାଇଥିଲା । ଏହା ସବୁ ଦେଖି ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଲେ । ଆଖ ପାଖ ପଡିଶା ଲୋକ ଘର ପାଖରେ ଏକଜୁଟ ହେଇଗଲେ ।

ଆଉ ତାଙ୍କର ଶେଷକୃତ୍ୟ ଆରମ୍ଭ ହେଲା । ହେଲେ ଏହା ପରେ ଯାହା ହେଲା ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ । ଶେଷକୃତ୍ୟ ସମୟରେ ପୂର୍ଣ୍ଣ ସିଂହଙ୍କ ଶରୀର ହଲିବାକୁ ଲାଗିଲା ଏହା ଦେଖି ସେଠାରେ ଥିବା ଲୋକ ମାନେ ଭୟବିତ ହେଇଗଲେ । ଏହା ଦେଖି ପରିବାର ଲୋକ ତାଙ୍କୁ ଉଠେଇବାକୁ ଚେଷ୍ଟା କଲେ ଆଉ ପୂର୍ଣ୍ଣ ମଧ୍ୟ ଉଠି ଗଲେ ସେ ପୁଣି ନିଜ ଜୀବନ ଫେରି ପାଇଲେ ।

ଏହା ପରେ ପୂର୍ଣ୍ଣ ଆତ୍ମା ଯାତ୍ରା ବିଷୟରେ କହିଲେ । ସେ କହିଲେ ଯେ, ଯେତେବେଳେ ସେ ମରିବା ଅବସ୍ଥାରେ ଥିଲେ ସେତେବେଳେ ତାଙ୍କୁ ନେବା ପାଇଁ ଦୁଇଟି ଯମ ଦୁତ ଆସିଥିଲେ ସେହି ଯମ ଦୁତଙ୍କ ମୁହଁ ଆଉ ତାଙ୍କ ଆବାଜ ଶୁଣିଲେ କେହି ବି ମୃତ୍ୟୁ ବରଣ କରିଦେବେ । ସେହି ଯମ ଦୁତ ଏକ ଦଉଡି ପକାଇଲେ ଆଉ କହିଲେ ତୋର ଜୀବନ କାଳ ଶେଷ ହୋଇ ସାରିଛି ତୁ ଏ ଶରୀରକୁ ତ୍ୟାଗ କର ।

ସେତେବେଳେ ପୂର୍ଣ୍ଣ ନିଜ ପରିବାର ଲୋକଙ୍କୁ ଚିତ୍କାର କରି ସବୁ କହିବାକୁ ଚାହୁଁ ଥିଲେ ହେଲେ ତାଙ୍କ ମୁହଁ ବନ୍ଦ ହେଇଯାଇଥିଲା । ବୋଧ ହୁଏ ସେଥିପାଇଁ ମୃତ୍ୟୁ ପୂର୍ବରୁ ମୁହଁ ବନ୍ଦ ହୋଇଥାଏ । ଏହା ପରେ ଯମ ଦୁତ ମୋର ଆତ୍ମାକୁ ଟାଣି ନେଇଗଲେ ।

ଏହା ପରେ ସେମାନେ ମୋତେ ଯମ ରାଜାଙ୍କ ପାଖକୁ ନେଇଗଲେ ଯମ ରାଜା ମୋତେ ଦେଖି କହିଲେ ଏ କାହାକୁ ତମେ ନେଇ ଆସିଲ ତାକୁ ଛାଡିକି ଆସ । ତା ପରେ ମୁଁ ମୋ ଶରୀର ଭିତରେ ପ୍ରବେଶ କରିଲି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *