ଜିଲ୍ଲାର 2 ଟି ସବୁଠୁ ବଡ ଅଫିସର DM ଓ SP ଙ୍କ ସାଲାରି କେତେ ? ଜାଣିଲେ ଚମକି ପଡିବେ ଆପଣ !

ଦର୍ଶକ ବନ୍ଧୁ ଆମ ଦେଶର ସମସ୍ତ ରାଜ୍ୟ ମଧ୍ୟରେ ଥିବା ସମସ୍ତ ଜିଲ୍ଲା ଗୁଡିକ ଠିକ ଭାବରେ ଚଳେଇବା ପାଇଁ ଏକ ବଡ ଅଧିକାରୀକୁ ନିଯୁକ୍ତି ଦିଆଯାଏ । ଏହା ଦ୍ଵାରା ସଂପୂର୍ଣ୍ଣ ଜିଲ୍ଲା ସେହି ବଡ ଅଧିକାରୀଙ୍କ ତଳେ ରହି କାମ କରିଥାଏ । ସେହି ବଡ ଅଧିକାରୀର ନାମ ହେଉଛି ଜିଲ୍ଲା ଅଧିକାରୀ । ତାଙ୍କ ସହ ଅନ୍ୟ ଏକ ଅଧିକାରୀ ବି କାମ କରନ୍ତି ଯିଏ ଅପରାଧକୁ ନିୟନ୍ତ୍ରିତ କରନ୍ତି । ସେ ପୋଲିସ ଡିପାର୍ଟମେଣ୍ଟର ସବୁଠାରୁ ବଡ ଅଧିକାରୀ ଅଟନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଓ ଆଇପିଏସ ଅଫିସର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଏହା ସହ ସେମାନଙ୍କର କାମ ଆଉ ତାଙ୍କ ସାଲେରୀ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ପୁରା ଭାରତରେ ସବୁଠାରୁ କଠିନ ପରୀକ୍ଷା ହେଉଛି ୟୁପିଏସି ପରୀକ୍ଷା ।

ଲକ୍ଷାଧିକ ଯୁବପିଢି ଏହି ପରୀକ୍ଷାରେ ଉତିନ୍ନ ହୋଇ ଆଇପିଏସ ଏବଂ ଆଇଏଏସ ହେବାର ସ୍ଵପ୍ନ ଦେଖିଥାନ୍ତି । ହେଲେ ସେମାନଙ୍କ ମଧ୍ୟରେ ମାତ୍ର ହାତ ଗଣତି ଯୁବପିଢି ଏହି ପରୀକ୍ଷାରେ ଉତିନ୍ନ ହୋଇ ଆଇଏଏସ ଏବଂ ଆଇପିଏସ ପଦରେ ନିଯୁକ୍ତି ହୋଇଥାନ୍ତି । ଦର୍ଶକ ବନ୍ଧୁ ଆଇଏଏସର ଫୁଲଫର୍ମ ହେଉଛି ଇଣ୍ଡିଆନ ଆଡମିନିଷ୍ଟେସନ ସର୍ଭିସ । ଏହି ପଦରେ ନିଯୁକ୍ତି ହେବା ପରେ ସେମାନେ ଅନେକ ଜିଲ୍ଲା ଆଉ ମନ୍ତ୍ରାଳୟର ମୁଖ୍ୟ ଅଧିକାରୀ ହୋଇଥାନ୍ତି ।

ଯେଉଁ ମାନେ ଆଇପିଏସ ପଦରେ ନିଯୁକ୍ତି ହୁଅନ୍ତି ସେମାନେ ପୋଲିସ ଡିପାର୍ଟମେଣ୍ଟର ସବୁଠାରୁ ଉଚ୍ଚ ଉଚ୍ଚ ପଦବୀରେ ରହି କାମ କରନ୍ତି । ଏହା ସହ ସେମାନେ ଜିଲ୍ଲାରେ ହେଉଥିବା ଅପରାଧ କଣ୍ଟ୍ରୋଲ କରନ୍ତି । ଦର୍ଶକ ବନ୍ଧୁ ଜଣେ ଆଇଏଏସ ଅଧିକାରୀଙ୍କ ମାସିକ ଦରମା ଅଢେଇ ଲକ୍ଷ ଟଙ୍କା ହୋଇଥାଏ । ଅନ୍ୟ ପକ୍ଷେ ଆଇପିଏସ ଅଧିକାରୀଙ୍କ ମାସିକ ଦରମା 2 ଲକ୍ଷ 25 ହଜାର ଟଙ୍କା ହୋଇଥାଏ । ଏହି ଦୁଇଟି ପଦବୀରେ ଥିବା ଅଧିକାରୀଙ୍କୁ ଦରମା ବ୍ୟତୀତ ଅନ୍ୟ କେତେକ ସୁବିଧା ମଧ୍ୟ ସରକାରଙ୍କ ପକ୍ଷରୁ ମିଳିଥାଏ ।

ଗୋଟେ ଜିଲ୍ଲାରେ ଗୋଟିଏ ଆଇଏଏସ ଅଧିକାରୀ ନିଯୁକ୍ତ ହୋଇଥାଏ ହେଲେ ଆଇପିଏସ ଏକାଧିକ ଭାବରେ ନିଯୁକ୍ତ ହୋଇଥାନ୍ତି । ଯଦି ରେଙ୍କ କଥା କହିବା ତା ହେଲେ ଆଇଏଏସ ସବୁଠାରୁ ଉଚ୍ଚତମ ରେଙ୍କ ହୋଇଥାଏ ସେ ଆଗାମୀ ସମୟରେ ଗୋଟେ ଜିଲ୍ଲାର ଡିଏମ ହୋଇଥାଏ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *