ଭଗବାନ୍ ଶିବଙ୍କର ଏହି ରହସ୍ୟମୟୀ ମନ୍ଦିରରେ ପ୍ରତିଦିନ ହୋଇଥାଏ ଚମତ୍କାର ! ନିଜ ଆଖିରେ ନ ଦେଖିଲେ ବିଶ୍ଵାସ କରି ପାରିବେନି…

ବନ୍ଧୁଗଣ ଆମ ଭାରତରେ ଅନେକ ଧର୍ମର ଅନେକ ଧାର୍ମିକ ସ୍ଥଳ ଅଛି । ହେଲେ ଯେବେ ଭଗବାନ ଶିବଙ୍କ କଥା ଆସେ ସେତେବେଳେ ସମସ୍ତେ ବାବା ଭୋଳାନାଥଙ୍କ ଭକ୍ତିରେ ଲୀନ ହୋଇଯାନ୍ତି । ଆପଣ ମାନେ ଭଗବାନ ଶିବଙ୍କର ଅନେକ ଗୁଡିଏ ମନ୍ଦିର ଦେଖିଥିବେ । ଆପଣ ମାନେ ଭଗବାନ ଶିବଙ୍କର ଅନେକ ମନ୍ଦିର ଦେଖିଥିବେ ହେଲେ ଆଜି ଆମେ ଆପଣ ମାନଙ୍କୁ ଶିବଙ୍କର ଏପରି ଏକ ରହସ୍ୟମୟ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ବୁଝି ପାରି ନାହାନ୍ତି ।

ବନ୍ଧୁଗଣ ଆମେ ଯେଉଁ ମନ୍ଦିର ବିଷୟରେ କହିବାକୁ ଯାଉଛୁ ସେହି ମନ୍ଦିରର ନାମ ହେଉଛି ନିଷ୍କଳଙ୍କ ମହାଦେବ ମନ୍ଦିର । ଏହି ମନ୍ଦିର ଗୁଜୁରାଟର ଭାବା ନଗରରେ ସ୍ଥିତ ସମୁଦ୍ର କୁଳ ଠାରୁ ତିନି କିଲୋମିଟର ଦୂର ଆରବ ସାଗରରେ ଅବସ୍ଥିତ । ପ୍ରତିଦିନ ସମୁଦ୍ର ଲହରୀ ଏଠାରେ ଥିବା ଶିବଲିଙ୍ଗକୁ ଅଭିଷେକ କରିଥାଏ । ସମୁଦ୍ରର ଜୁଆର ଶାନ୍ତ ହେବା ପରେ ଲୋକ ମାନେ ଚାଲି ଚାଲି ଏହି ମନ୍ଦିରର ଦର୍ଶନ କରିବାକୁ ଆସିଥାନ୍ତି ।

ଜୁଆର ସମୟରେ କେବଳ ମନ୍ଦିରର ଖମ୍ବ ଆଉ ବାନା ନଜର ଆସେ । ଯାହାକୁ ଦେଖି କେହି ବି ଚିନ୍ତା କରିପାରିବେନି ଯେ, ସମୁଦ୍ର ତଳେ ଭଗବାନ ଶିବଙ୍କର ଏକ ଭବ୍ୟ ମନ୍ଦିର ଅଛି । ଏହି ମନ୍ଦିର ମହାଭାରତର କାଳର ବୋଲି କୁହା ଯାଉଛି କିଛି ପୌରାଣିକ ତଥ୍ୟ ଅନୁସାରେ ପାଣ୍ଡବ ମାନେ କୌରବ ମାନଙ୍କ ବଦ୍ଧ କରି ମହାଭାରତ ଯୁଦ୍ଧ ଜିତି ଥିଲେ ।

ହେଲେ ଯୁଦ୍ଧ ଶେଷ ହେବା ପରେ ପାଣ୍ଡବ ମାନଙ୍କୁ ଜ୍ଞାତ ହେଲା ଯେ, ସେମାନେ ନିଜର ଭାଇ ବନ୍ଧୁ ମାନଙ୍କୁ ମାରି ବହୁତ ବଡ ପାପ କରିଛନ୍ତି । ଏହି ପାପରୁ ମୁକ୍ତି ପାଇବା ପାଇଁ ପାଣ୍ଡବ ମାନେ ଭଗବାନ ଶ୍ରୀ କୃଷ୍ଣଙ୍କ ପାଖକୁ ଗଲେ ଆଉ ଶ୍ରୀ କୃଷ୍ଣ ସେମାନଙ୍କୁ ଏକ କଳା ଗାଈ ଆଉ ଏକ କଳା ପତାକା ଦେଲେ ।

ଶ୍ରୀ କୃଷ୍ଣ କହିଲେ ଏହି ଗାଈର ପଛେ ପଛେ ଯିବା ପାଇଁ ଯେତେବେଳେ ଗାଈ ଆଉ କଳା ପତାକା ରଙ୍ଗ ଧଳା ହେଇଯିବ ସେତେବେଳେ ତମେ ଜାଣିବ ତମେ ପାପରୁ ମୁକ୍ତ ହେଇଗଲ । ଯେଉଁଠି ଏହି ଚମତ୍କାର ଘଟିବ ସେଇଠି ତମେ ଭଗବାନ ଶିବଙ୍କର ତପସ୍ୟା କରିବ । ଏହା ପରେ ପାଣ୍ଡବ ମାନେ କଳା ପତାକାକୁ ଧରି କଳା ଗାଈ ପଛେ ପଛେ ବହୁତ ଦିନ ପର୍ଯ୍ୟନ୍ତ ସମସ୍ତ ସ୍ଥାନକୁ ଗଲେ ଆଉ ଶେଷରେ ସେମାନେ ଏହି ସମୁଦ୍ର କୁଳରେ ପହଞ୍ଚିଲେ ।

ଏଇଠି ସେହି ଗାଈ ଆଉ ପତାକାର ରଙ୍ଗ ଧଳା ହେଇଗଲା ଏହା ପରେ ପାଣ୍ଡବ ମାନେ ସେଠାରେ ଭଗବାନ ଶିବଙ୍କର ତପସ୍ୟା କରିଲେ । ଆଉ ଏଠାରେ ଭଗବାନ ଶିବ ପାଣ୍ଡବ ମାନଙ୍କୁ ଦର୍ଶନ ଦେଇଥିଲେ । ଏହି ଜାଗାରେ ପାଣ୍ଡବ ମାନେ ଭଗବାନ ଶିବଙ୍କୁ ପୂଜା କରିବା ଦ୍ଵାରା ତାଙ୍କର କଳଙ୍କ ସଫା ହୋଇଥିଲା ତେଣୁ ଏହି ମନ୍ଦିରର ନାମ ନିଷ୍କଳଙ୍କ ମହାଦେବ ମନ୍ଦିର କୁହାଯାଏ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *