Amazon ଜଙ୍ଗଲର ଭୟାନକ ରହସ୍ୟର ପ୍ରମାଣ ନିଜେ ଦେଖି ନିଅନ୍ତୁ…

ଦର୍ଶକ ବନ୍ଧୁ ଆଆ ପୃଥିବୀ ଯେତିକି ସୁନ୍ଦର ସେତିକି ରହସାୟମୟ ଅଟେ ଏହା ଭିତରେ ଲୁଚି ରହିଥିବା କେତେକ ରହସ୍ୟ ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ ତ କେତେକ ରହସ୍ୟ ଆମକୁ ଭୟବିତ କରିଥାଏ । ଆଜିର ମଣିଷ ମଙ୍ଗଳ ଗ୍ରହର ଅନେକ ରହସ୍ୟ ଜାଣି ସେଠାରେ ଘର କରିବାକୁ ଚିନ୍ତା କଲାଣି । ହେଲେ ଆମ ନିଜ ପୃଥିବୀରେ ଏପରି ଅନେକ ରହସ୍ୟ ଲୁଚି ରହିଛି ଯାହାକୁ ଖୋଜିବା ଆଜି ମଧ୍ୟ ବାକି ଅଛି ।

ଯେଉଁଥିରେ ଗୋଟେ ହେଉଛି ଆମାଜୋନ ଜଙ୍ଗଲ ଏହି ଆମାଜୋନ ଜଙ୍ଗଲ ଯେତିକି ବଡ ତା ଠାରୁ ଅଧିକ ବଡ ହେଉଛି ଏହାର ରହସ୍ୟ । ଆଜି ଆମେ ଆପଣ ମାନଙ୍କୁ ଆମାଜୋନ ଜଙ୍ଗଲର ଏପରି କିଛି ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ଚକିତ ହେଇଯିବେ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ସାଧାରଣତଃ ନଦୀ ଗୁଡିକର ପାଣି ଶୀତଳ ଆଉ ଥଣ୍ଡା ଥାଏ ହେଲେ ଆମାଜୋନ ଜଙ୍ଗଲରେ ଏକ ନଦୀ ଅଛି ଯାହାର ନାମ ହେଉଛି ଫୁଟନ୍ତା ନଦୀ ଏହି ନଦୀର ଜଳ ବହୁତ ଗରମ ଅଟେ । ଏହି ନଦୀ ପାଣି ଏତେ ଗରମ ଅଟେ ଯେ, ସେଥିରେ ଆପଣ ଚାହା ବନେଇ ପାରିବେ ଆଉ ଅଣ୍ଡା ବି ସିଝାଇ ପାରିବେ । ହେଲେ ଏହି ନଦୀ ଏତେ ଗରମ ହେବା ପଛର ରହସ୍ୟ ଆଜି ବି ଜଣା ପଡି ନାହିଁ ।

୨. ଆମାଜୋନ ଜଙ୍ଗଲରେ ବିଭିନ୍ନ ପ୍ରକାରର ଗଛ ଲତା ଦେଖାଯାଇଥାଏ । ଏକ ରିପୋର୍ଟ ଅନୁସାରେ ଏଠାରେ ପ୍ରାୟ ୧୬ ହଜାରରୁ ଅଧିକ ପ୍ରଜାତିର ଗଛ ଅଛି । ହେଲେ ଆମାଜୋନ ଜଙ୍ଗଲରେ ଏକ ଏପରି ପ୍ରଜାତିର ଗଛ ଅଛି ଯାହା ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଚାଲି ଥାଏ । ଏ କଥାଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ହେଲେ ଏହି ଗଛର ରହସ୍ୟ ଆଜି ପର୍ଯ୍ୟନ୍ତ ଜଣା ପଡିଲା ନାହିଁ ।

୩. ବନ୍ଧୁଗଣ ଆମାଜୋନ ଜଙ୍ଗଲରେ ବିଭିନ୍ନ ପ୍ରକାରର ଆଦିବାସୀ ଜନଜାତି ବାସ କରନ୍ତି । ସେମାନଙ୍କ ମଧ୍ୟରୁ କେତେକ ଜନଜାତି ବାହାର ଲୋକଙ୍କ ସହ ସମ୍ପର୍କ ରଖିଛନ୍ତି ତ କେତେକ ଜନଜାତି ଜଙ୍ଗଲ ଭିତରେ କେଉଁଠି ଲୁଚି ରହିଛନ୍ତି ଏହା କେହି ବି ଜାଣି ନାହାନ୍ତି । ସେମାନଙ୍କର ଘର କେଉଁଠି ତାହା ଆଜି ପର୍ଯ୍ୟନ୍ତ ଜଣା ପଡି ନାହିଁ । ଆଉ ସେମାନେ ବାହାର ଲୋକଙ୍କୁ ଦେଖିଲେ ଆକ୍ରମଣ କରନ୍ତି ।

୪. ଆପଣ ମାନେ କେତେକ ହଲିଉଡ ସିନେମାରେ ବଡ ବଡ ସାପ ଦେଖିଥିବେ ଯାହା କାଳ୍ପନିକ ଅଟେ କିନ୍ତୁ ଆମାଜୋନ ଜଙ୍ଗଲରେ ସତରେ ଏମିତିଆ ବଡ ବଡ ସାପ ବାସ କରନ୍ତି । ସେହି ସବୁ ସାପକୁ ସେଠାକାର ଆଦିବାସୀ ମାନେ ନିଜ ଆଖିରେ ଦେଖିଛନ୍ତି ବୋଲି କହିଛନ୍ତି । ସେଠାରେ ୭୦ ରୁ ଅଧିକ ପ୍ରଜାତିର ସାପ ବାସ କରନ୍ତି । ଆନାକୋଣ୍ଡା ଭଳି ବିଶାଳ ସାପ ଏହି ଜଙ୍ଗଲରେ ବାସ କରେ ଯାହାର ଲମ୍ବ ୩୦ ରୁ ଅଧିକ ଫୁଟ ଅଟେ ।

Leave a Reply

Your email address will not be published. Required fields are marked *