କଲିକତା ହାଓଡା ବ୍ରିଜରେ ଏବେ ବି ଶୁଭୁଛି କାହାର କାନ୍ଦିବାର ସ୍ୱର, ଏମିତି କଣ ଘଟିଥିଲା ଏହି Bridge ରେ ? ଜାଣନ୍ତୁ ରହସ୍ୟ !

ଦର୍ଶକ ବନ୍ଧୁ ଆପଣ ମାନେ ହାଓଡା ବ୍ରିଜ କେବେ ବୁଲିବାକୁ ଯାଇଛନ୍ତି କି, ହାଓଡା ବ୍ରିଜ ପଛରେ ଲୁଚି ରହିଥିବା ସତ ବିଷୟରେ ଜାଣିଛନ୍ତି କି । ଏହି ବ୍ରିଜର ପ୍ରକୃତ ନାମ କଣ, ବିନା ନଟ ବିନା ବୋଲ୍ଟ ଆଉ ବିନା ପିଲରରେ କେମିତି ଛିଡା ହୋଇ ରହିଛି ଏହି ବ୍ରିଜ । କାହିଁକି 12ଟା ବାଜିଲେ ଏହି ବ୍ରିଜକୁ ବନ୍ଦ କରି ଦିଆଯାଏ । କେଉଁଠି ରହିଛି ଏହି ବ୍ରିଜର ଚାବି ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯାଉଛି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ହାଓଡା ବ୍ରିଜରେ କୌଣସି ନଟ ବୋଲ୍ଟ ଲାଗି ନାହିଁ ଏହା କେବଳ ଏକ ପିଲରରେ ଝୁଳନ୍ତା ଅବସ୍ଥାରେ ରହିଛି । ଠିକ ରାତି ବାରଟା ହେଲେ ଏହି ବ୍ରିଜ ବନ୍ଦ କରିଦିଆ ଯାଏ କୁହାଯାଏ ରାତି ବାରଟା ହେଲେ ଏହି ବ୍ରିଜରେ କାହାର ବ୍ୟାକୁଳ ଶବ୍ଦ ଶୁଭା ଯାଏ । ତେବେ ଏହି ବ୍ୟାକୁଳ ଶବ୍ଦ କାହାରୁ ଆଉ କିଏ କାହିଁକି ଏଭଳି ଚିତ୍କାର କରୁଛି କେହି ବି ଜାଣି ନାହାନ୍ତି ।

ସେଠାକାର ଲୋକଙ୍କ କହିବା ଅନୁସାରେ ଏହି ବଡ ଏବଂ ଅଦ୍ଭୁଦ ବ୍ରିଜ ନିର୍ମାଣ ବେଳେ ଅନେକ ଲୋକଙ୍କ ନରବଳି ଦିଆ ଯାଇ ଏହି ବ୍ରିଜ ନିର୍ମାଣ କରାଯାଇଛି । ଯାହା ଫଳରେ ରାତି ହେଲେ ସେହି ସବୁ ଅତୃପ୍ତ ଆତ୍ମା ଏଭଳି ଚିତ୍କାର କରିଥାନ୍ତି । ବନ୍ଧୁଗଣ ବାସ୍ତବରେ ରାତି ବାରଟା ହେଲେ ବ୍ରିଜ ବନ୍ଦ ହେବାର କାରଣ ହେଉଛି ସେହି ସମୟରେ ଇଂରେଜ ମାନେ ଏହି ବ୍ରିଜ ନିର୍ମାଣ କରିଥିଲେ ଆଉ ସେମାନେ ହିଁ କହିଥିଲେ ରାତି ବାରଟା ହେଲେ ଏହି ବ୍ରିଜ ବନ୍ଦ କରିଦେବା ପାଇଁ ।

ସେମାନେ ଚେତାବନୀ ଦେଇ କହିଥିଲେ ଯେ, ଠିକ ବାରଟା ହେଲେ ଏହି ବ୍ରିଜ ବନ୍ଦ କରାଯିବ ନହଲେ ଏହି ବ୍ରିଜ ଭାଙ୍ଗି ଗଳି ପଡିବ । କିନ୍ତୁ କାହାକୁ ଏ କଥା ସଠିକ ଭାବରେ ଜଣା ନାହିଁ ଯେ, ରହି ବ୍ରିଜଟି ରାତି ବାରଟାରେ ବନ୍ଦ କରାଯିବା କଥା ନା ଦିନ ବାରଟାରେ । ସେଥିପାଇଁ ଯେତେବେଳେ ବାରଟା ବାଜୁଛି କିଛି ସମୟ ପାଇଁ ବ୍ରିଜକୁ ବନ୍ଦ କରିଦିଆ ଯାଉଛି । କୁହାଯାଏ ହାଓଡା ବ୍ରିଜର ଏକ ଚାବି ମଧ୍ୟ ରହିଛି ଯାହା ମାଧ୍ୟମ ଭାଗ ବ୍ରିଜରୁ ଖୋଲା ଯାଇପାରିବ ହେଲେ ସେହି ଚାବି ଇଂରେଜ ମାନଙ୍କ ପାଖରେ ଅଛି ।

ଏହି ବ୍ରିଜକୁ ଏଭଳି ଭାବରେ ଡିଜାଇନ କରଯାଇଥିଲା ଯେତେବେଳେ କୌଣସି ବଡ ଜାହାଜ ଏହି ବ୍ରିଜ ବାଟ ଦେଇ ଯିବ ସେତେବେଳେ ବ୍ରିଜଟି ମଝିରୁ ଖୋଲା ଯାଇପାରିବ । ହେଲେ ଲୋକଙ୍କ କହିବା ଅନୁସାରେ ଏବେ ଯାଏଁ ଇଂରେଜ ମାନେ ଭାରତୀୟଙ୍କୁ ସେହି ଚାବି ଫେରାଇ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *