ଓଡିଶାର Legend ସିଙ୍ଗର Akshay Mohanty ଙ୍କ ଅବିକଳ ନକଲ କରି ଗୀତ ଗାଉଛନ୍ତି ପ୍ରଦୀପ୍ତ, ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ ତେବେ ପୂରା ଓଡ଼ିଶାରେ ଖୋକା ଭାଇ ନାମରେ ପରିଚିତ ଓଡ଼ିଆ ଗାୟକ ଅକ୍ଷୟ ମହାନ୍ତି ୧୯୩୬ ଅକ୍ଟୋବର ୧୨ରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ଆଧୁନିକ ତଥା ସୁଗମ ସଙ୍ଗୀତର ଜନ୍ମଦାତା ବୋଲି ମଧ୍ୟ ତାଙ୍କୁ କୁହାଯାଇଥାଏ । ଓଡ଼ିଆ ସଙ୍ଗୀତରେ ସେ ଅନେକ ପରଖ, ନୂଆ ନୂଆ ଶବ୍ଦ ଆଣିଥିଲେ । ସେ ୧୨୯ଟି ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି, ୯୨ଟି ଚଳଚ୍ଚିତ୍ର ପାଇଁ ଗୀତ ଲେଖିବା ସହ ୭୫ଟି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେଇଥିଲେ ।

ଏକା ଧାରରେ ସେ ଜଣେ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି । ୨୦୦୨ ନଭେମ୍ବର ୧୭ରେ ଓଡ଼ିଆ ସଙ୍ଗୀତ ଜଗତର ଏହି କିମ୍ବଦନ୍ତୀ ପୁରୁଷ ଆଖି ବୁଜିଥିଲେ । ତେବେ ଅକ୍ଷୟ ମହାନ୍ତି ସବୁ ପ୍ରକାରର ସଙ୍ଗୀତ ସୃଷ୍ଟି କରିବାରେ ଧୁରନ୍ଧର ଥିଲେ ।

ଯଦିଓ ରୋମାଣ୍ଟିକ୍ ଗୀତ ଲାଗି ସେ ଅଧିକ ଚର୍ଚ୍ଚିତ, ତଥାପି ତାଙ୍କ ସ୍ବରାରୋପିତ ସିନେ ସଙ୍ଗୀତରେ ଭକ୍ତିଗୀତ ବି କିଛି କମ୍ ଲୋକପ୍ରିୟ ନୁହେଁ । ବିଶେଷ କରି ଜଗନ୍ନାଥଙ୍କ ଉପରେ ଅକ୍ଷୟ ମହାନ୍ତିଙ୍କ ପ୍ରସ୍ତୁତ ବେଶ କେତୋଟି ଗୀତ ଆଜି ବି ବେଶ୍ ଲୋକପ୍ରିୟ । ଏଥିମଧ୍ୟରୁ ୧୯୭୯ରେ ପରଦା ଉପରକୁ ଆସିଥିବା ‘ଶ୍ରୀ ଜଗନ୍ନାଥ’ଚଳଚ୍ଚିତ୍ରରେ ସ୍ଥାନୀତ ‘ଅଧାଗଢ଼ା ଦିଅଁଙ୍କର ଦେଖ ଚକାଆଖିକୁ…..,’‘ସେତ ଭକତ ଭାବରେ ବନ୍ଧାରେ..’ଏବଂ ‘କାଳିଆ ଆସିଲା ଭାଇ କାଳିଆ ଆସିଲା,କାଳିଆ ଆସିଲା ଭାଇ…’ଗୀତ ତିନିଟି ଆଜି ମଧ୍ୟ ଶ୍ରୋତା ମାନସକୁ ଉଦ୍ବେଳିତ କରେ ।

ପ୍ରଥମଟିର ରଚୟିତା ଓ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ହୋଇଥିବାବେଳେ ଦ୍ବିତୀୟ ଓ ତୃତୀୟଟିର ଗୀତିକାର ଥିଲେ ବିନୋଦିନୀ ଦେବୀ ଏବଂ କଣ୍ଠଦାନ କରିଥିଲେ ଏସ୍.ଜାନକୀ । ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ‘ଶ୍ରୀ ଜଗନ୍ନାଥ’ର ଗୀତଗୁଡ଼ିକ ଖୁବ୍ ଶ୍ରୁତିମଧୁର ହେବା ସହ ଜନପ୍ରିୟତା ମଧ୍ୟ ଲାଭ କରିଥିଲା । ତେବେ ବର୍ତ୍ତମାନ ଜଣେ ବ୍ୟକ୍ତି ଯିଏ କି ଅକ୍ଷୟ ମହାନ୍ତି ବା ଖୋକା ଭାଇଙ୍କ ସ୍ୱର ଅବିକଳ ବାହାର କରି ପାରୁଛନ୍ତି ତେବେ ଶୁଣିବାକୁ ମଧ୍ୟ ବହୁତ ଭଲ ଲାଗୁଛି ।

ତେବେ ଯଦି କେହି ଆଖି ବନ୍ଦ କରିକି ଏହି ଗୀତ ଶୁଣିବ ତେବେ ଭାବିକ କି ନିଜେ ଅକ୍ଷୟ ମହାନ୍ତି ଏହି ଗୀତ ଗାଉଛନ୍ତି । ତେବେ ଅକ୍ଷୟ ମହାନ୍ତି ଙ୍କ ର ସେ ହେଉଛନ୍ତି ବଡ଼ ପ୍ରଶଂସକ ତେବେ ତାଙ୍କ ନାମ ହେଉଛି ପ୍ରଦୀପ୍ତ ତେବେ ସେ ଛୋଟ ବେଳୁ ହିଁ ସଙ୍ଗୀତ କୁ ଭଲ ପାଆନ୍ତି ଏବଂ ଗୀତ ଗାଇ ଥାଆନ୍ତି । ତେବେ ବର୍ତ୍ତମାନ ସେ ଅକ୍ଷୟ ମହାନ୍ତି ଙ୍କ ଅବିକଳ ସ୍ୱର ବାହାର କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *