High Court ଙ୍କ ବଡ ନିଷ୍ପତ୍ତି ! ପ୍ରେମରେ ଏଥର ପଶି ପାରିବେନି ଥାର୍ଡ ପର୍ସନ୍, ବାପା-ମା’ ହେଇଥିଲେ ବି କରିବାକୁ ପଡିବ ଏହି କାମ

ବନ୍ଧୁଗଣ ନମସ୍କାର, ତେବେ ପ୍ରେମ ରେ ଏଥର ପଶି ପରିବେ ନାହିଁ ଥାର୍ଡ ପର୍ସନ୍ । ପ୍ରେମ ସମ୍ପର୍କ କୁ ନେଇ ଆସିଲା ହାଇକୋର୍ଟ ଙ୍କ ନିଷ୍ପତ୍ତି । ଦୁହିଁଙ୍କ ପ୍ରେମ ସଂପର୍କ ରେ ହସ୍ତକ୍ଷେପ କରି ପାରିବେ ନାହିଁ ତୃତୀୟ ବ୍ୟକ୍ତି । ଜୀବନସାଥୀ ଚୟନ ହେଉ ଅବା ପ୍ରେମ ସମ୍ବନ୍ଧ, ବୈବାହିକ ଜୀବନ ହେଉ ଅବା ବ୍ୟକ୍ତିଗତ ଅନ୍ତରଙ୍ଗ ଇଚ୍ଛା । ଦୁହିଁଙ୍କ ମାନବୀୟ ସମ୍ପର୍କରେ କେହିବି କରି ପାରିବେ ନାହିଁ ହସ୍ତକ୍ଷେପ ।

ପ୍ରେମ ସମ୍ପର୍କ ରେ ତୃତୀୟ ବ୍ୟକ୍ତି ଙ୍କ ହସ୍ତକ୍ଷେପ କୁ ନେଇ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । କୋର୍ଟ କହିବାନୁଯାୟୀ ଜୀବନସାଥୀ ଚୟନ କିମ୍ବା ପ୍ରେମ ସମ୍ବନ୍ଧ ଅବା ବ୍ୟକ୍ତିଗତ ଅନ୍ତରଙ୍ଗ ଇଚ୍ଛା ଦୁଇ ବୟସ୍କ ଙ୍କ ମଧ୍ୟରେ ମାନବୀୟ ସମ୍ପର୍କ ରେ କୌଣସି ବାହାର ବ୍ୟକ୍ତି ହସ୍ତକ୍ଷେପ କରି ପାରିବେ ନାହିଁ । ଏହି ମାମଲାରେ କୋର୍ଟ ଆବେଦନକାରୀ ଯୁବକ ଏବଂ ତାଙ୍କ ପତ୍ନୀ ଙ୍କୁ ଏକାଠି ରହିବାକୁ ନିର୍ଦେଶ ଦେଇଛନ୍ତି ।

କୋର୍ଟ ରେ ଏଭଳି କିଛି ମାମଲା ପହଞ୍ଚି ଥିଲା ଯାହାପରେ ଏଭଳି କିଛି ବିଚାର କରିଛନ୍ତି ଜଜ୍ । ହାଇକୋର୍ଟ କହିଛନ୍ତି ଯେ, ଦୁଇ ଜଣ ସାବାଳକ ବ୍ୟକ୍ତିଗତ ଜୀବନ ରେ ହସ୍ତକ୍ଷେପ କରିବାର କାହାରବି ଅଧିକାର ନାହିଁ । ସନ୍ଦୀପ କୁମାର ଏବଂ ଅନ୍ୟ ମାନଙ୍କ ଆବେଦନ ଉପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ବାସ୍ତବରେ ସନ୍ଦୀପ କୁମାର ଙ୍କ ପତ୍ନୀ ଙ୍କୁ ତାଙ୍କ ବାପଘରେ ବନ୍ଦୀ କରି ରଖିଥିବା ଅଭିଯୋଗ କରିଥିଲେ ।

ପତ୍ନୀ ଙ୍କ ପରିବାର ସଦସ୍ୟ ଉକ୍ତ ଯୁବକ ଙ୍କ ବିରୋଧ ରେ ମାମଲା ଦାୟର କରିଥିଲେ । ଯୁବକ ତାଙ୍କ ଝିଅ କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲା ରେ କୋର୍ଟ ଉକ୍ତ ଝିଅ ଙ୍କୁ ଡକାଇ ଥିଲେ । କୋର୍ଟ ରେ ହାଜର ହୋଇଥିବା ମହିଳା ଜଣକ କହିଥିଲେ ଯେ, ସେ ତାଙ୍କ ସ୍ବାମୀ ଙ୍କ ସହିତ ରହିବାକୁ ଚାହୁଁଛନ୍ତି । ଯୁବତୀ ଙ୍କ ବିବୃତି ପରେ କୋର୍ଟ ତାଙ୍କୁ ନିଜ ସ୍ୱାମୀ ଙ୍କ ସହିତ ରହିବାକୁ ଅନୁମତି ଦେଇଛନ୍ତି ।

ଏହା ସହିତ ପରିବାର ସଦସ୍ୟ ଏବଂ ଉଭୟ ଙ୍କ ଜୀବନ ରେ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ବାରଣ କରିଛନ୍ତି । କୁହାଯାଇଛି ଯେ, ଉଭୟ ଯୁବକ ଓ ଯୁବତୀ ପରସ୍ପର କୁ ଭଲ ପାଉଛନ୍ତି । ସେମାନେ ଉଭୟ ପରସ୍ପର କୁ ବିବାହ କରିଛନ୍ତି । ପରିବାର ସେମାନଙ୍କୁ ଏକାଠି ରହିବାକୁ ଦେଉ ନାହାନ୍ତି । ଏହି ସମ୍ପର୍କରେ କୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଥିଲା । ଆବେଦନକାରୀ ଯୁବକ କହିଛନ୍ତି ଯେ, ଉଭୟ ଝିଅ ଓ ପୁଅ ସାବାଳକ ।

ସେମାନେ ଦୁହେଁ ଏକାଠି ରହିବାକୁ ଚାହୁଁଛନ୍ତି । କିନ୍ତୁ ପରିବାର ଏହା କରିବାକୁ ଦେଉ ନାହାନ୍ତି ଏବଂ କୋର୍ଟ ବନ୍ଦୀ ପ୍ରତ୍ୟକ୍ଷୀକରଣ ଆବେଦନ କୁ ସ୍ୱୀକାର କରି ପତ୍ନୀ ଙ୍କୁ ତାଙ୍କ ସହମତି ପରେ ସ୍ୱାମୀ ଙ୍କ ସହିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *