ଭାଇ ଏକ ବଡ ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥାପି ଭଉଣୀ ବିକନ୍ତି ଚା’, ଏମିତି ସ୍ଵାଭିମାନକୁ ପୁରା ଦେଶ କରିଥାଏ କୋଟି କୋଟି ପ୍ରଣାମ

ବନ୍ଧୁଗଣ ସାଧାରଣତଃ ଲୋକ ମାନେ ରାଜନୀତିରେ ଭଲ ପଦ ପାଇବା ପରେ ତାଙ୍କର ୭ ପୁରୁଷ ବିନା କୌଣସି ଚିନ୍ତାରେ ସମସ୍ତ ସୁଖ ସୁବିଧାର ଜୀବନ ଅତିବାହିତ କରିଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ଭାଇ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ସେ ଚା’ ବିକ୍ରି କରି ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି ।ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ ଅଟନ୍ତି । ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ ଋଷିକେଶର ଏକ ଗାଁରେ ଚା’ ବିକ୍ରି କରି ଜୀବିକା ନିର୍ବାହ କରୁଛନ୍ତି । ବନ୍ଧୁଗଣ ଉତ୍ତରାଖଣ୍ଡର ପଞ୍ଚୁର ଗାଁରେ ଯୋଗୀ ଆଦିତ୍ୟନାଥଙ୍କ ପିଲା ଦିନ କଟିଛି ।

ଏହି ଗାଁ ଠାରୁ ୩୦ କିଲୋମିଟର ଦୂରରେ କୋଠାର ଗାଁ ଅଛି । ସେହି ଗାଁର ନାମ ହେଉଛି କୁଠାର । କୁଠାର ଗାଁରେ ଏକ ଛୋଟ ଦୋକାନ କରି ଜୀବିକା ନିର୍ବାହ କରୁଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ । ତାଙ୍କ ଭଉଣୀଙ୍କ ନାମ ହେଉଛି ଶଶି । ଶଶି ଓ ତାଙ୍କ ସ୍ଵାମୀ ମିଶି ଏହି ଦୋକାନ ଚଲାଉ ଛନ୍ତି । ଶଶିଙ୍କର ଗୋଟେ ପୁଅ ଓ ଦୁଇଟି ଝିଅ ଅଛନ୍ତି । ଶଶି ହେଉଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ବଡ ଭଉଣୀ ।

ଆଦିତ୍ୟଙ୍କ ଠାରୁ ଶଶି ୬ ବର୍ଷ ବଡ ଅଟନ୍ତି । ଯେତେବେଳେ ବି ଯୋଗୀ ଆଦିତ୍ୟନାଥ ଭଉଣୀ ପାଖକୁ ଆସନ୍ତି ସେତେବେଳେ ସେ କେବଳ ନିଜ ଭଣଜା ଓ ଭାଣିଜୀ ମାନଙ୍କ ସହ ଅଧିକ କଥା ବାର୍ତ୍ତା ହୁଅନ୍ତି । ଯୋଗୀ ଆଦିତ୍ୟନାଥ ସନ୍ୟାସ ନେବା ପରେ ଘର ଓ ପରିବାରକୁ ଛାଡି ଦେଇଛନ୍ତି ହେଲେ ଆଜି ମଧ୍ୟ ଯୋଗୀ ନିଜ ଭାଇ ଭଉଣୀଙ୍କୁ ବହୁତ ଭଲ ପାନ୍ତି ।

୧୯୯୧ ମସିହାରେ ଶଶି ବିବାହ କରି ଶଶୁର ଘରକୁ ଆସିଗଲେ ଆଉ ଭାଇ ଆଦିତ୍ୟନାଥ ରାମ ମନ୍ଦିର ଆନ୍ଦୋଳନରେ ଜଡିତ ହେଲେ । ଏହା ପରେ ଯୋଗୀ ସନ୍ୟାସ ନେଇଥିଲେ । ସନ୍ୟାସ ନେବା ପରେ ଯେତେବେଳେ କିଛି ସାଧୁ ଭିକ୍ୟା ମାଗିବାକୁ ଆସୁଥିଲେ ସେତେବେଳେ ଶଶି ନିଜ ଭାଇଙ୍କୁ ଖୋଜୁ ଥିଲେ ।

ବନ୍ଧୁଗଣ ଯୋଗୀ ଆଦିତ୍ୟନାଥ ଏତେ ବଡ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କ ଭଉଣୀ ଶଶି ଆଜି ଏକ ସାଧାରଣ ଜୀବନ ଜାପନ କରୁଛନ୍ତି । କୌଣସି ମୁଖ୍ୟମନ୍ତ୍ରୀ ପରିବାର ଏପରି ହୋଇନଥିବ । ହେଲେ ଶଶି ନିଜ ଭାଇ ପାଇଁ ଗର୍ବ ଅନୁଭବ କରନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *