ଦର୍ଶକ ବନ୍ଧୁ ପୋଲିସ ମାନଙ୍କ କଥା ମନକୁ ଆସିଲେ ଆପଣ କଣ ଭାବନ୍ତି । କେତେ ପୋଲିସ ଲାଞ୍ଚ ନିଅନ୍ତି ତ କେତେ ପୋଲିସ ରକ୍ଷକ ନ ସାଜି ଭକ୍ଷକ ସାଜନ୍ତି ହେଲେ ଆମ ସମାଜରେ ଏପରି କିଛି ପୋଲିସ ବି ଅଛନ୍ତି ଯେଉଁ ମାନେ ଆମ ସୁରକ୍ଷା ପାଇଁ ରାତି ଦିନ କଷ୍ଟ କରନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏପରି ଜଣେ ପୋଲିସ ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ବନ୍ଧୁଗଣ ରାକ୍ଷୀ ପୂର୍ଣ୍ଣିମା ସମୟରେ ଭରଥନାର ସିଇଓ ଚନ୍ଦ୍ରପାଳ ନିଜ ସରକାରୀ ଗାଡିରେ ପେଟ୍ରୋଲିଂ ପାଇଁ ଯାଉଥିଲେ । ସେ ହାଇ ୱେ ଦେଇ ଯିବା ବେଳେ ତାଙ୍କୁ ଏକ ପମ୍ପଚର ଦୋକାନ ଦେଖାଗଲା । ଏହି ପମ୍ପଚର ଦୋକାନଟି ବାକି ପମ୍ପଚର ଦୋକାନ ଠାରୁ ବହୁତ ଅଲଗା ଥିଲା କାରଣ ଏଠାରେ ଏକ ଝିଅ ଗାଡି ପମ୍ପଚର କରୁଥିଲା ।ଚନ୍ଦ୍ରପାଳ ଏହା ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହେଇଗଲେ ଆଉ ଡ୍ରାଇଭରକୁ କହିଲେ ଟିକେ ଧୀରେ ଧୀରେ ଚଲେଇବା ପାଇଁ ।
ଆଉ ଏହା ପରେ ସେ ଗାଡି ରୋକିବା ପାଇଁ କହିଲେ । ଚନ୍ଦ୍ରପାଳ କିଛି ସମୟ ସେହି ଝିଅକୁ ଦେଖିଲେ କେମିତି ସେ ଝିଅଟି ପମ୍ପଚର ବନାଉଛି ସେ ଦେଖି ଆଶ୍ଚର୍ଯ୍ୟ ହେଲେ । ପୁରୁଷ ମାନେ ଯେଉଁ କାମ କରନ୍ତି ସେ ଝିଅଟି ସେହି କାମ କେମିତି କରୁଛି ଚନ୍ଦ୍ରପାଳ ଦେଖିଲେ । ଆଉ କିଛି ସମୟ ପରେ ଚନ୍ଦ୍ରପାଳ ଗାଡିରୁ ଓଲହେଇ ଗଲେ । ଏହା ପରେ ଚନ୍ଦ୍ରପାଳ ସେହି ଝିଅ ପାଖକୁ ଗଲେ ଆଉ କହିଲେ ଝିଅ ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା ଆଜି ତମେ ତମ ଭାଇକୁ ରାକ୍ଷୀ ପିନ୍ଧେଇଛ ନା ନାହିଁ ।
ଚନ୍ଦ୍ରପାଳଙ୍କ କଥା ଶୁଣି ଝିଅଟି ଦୁଃଖିତ ହେଇଗଲା ଆଉ କହିଲା ସାର ମୋର ଭାଇ ନାହିଁ । ମୁଁ ପରିବାର ପୋଷଣ ପାଇଁ ଏହି ପମ୍ପଚର ଦୋକାନ ଖୋଲିଛି । ଝିଅର କଥା ଶୁଣିବା ପରେ ଚନ୍ଦ୍ରପାଳଙ୍କ ମନ ଦୁଃଖିତ ହେଇଗଲା । ସେହି ସମୟରେ ସେ ନିଜ ପକେଟରୁ ରାକ୍ଷୀ ବାହାର କଲେ ଆଉ ସେହି ଝିଅକୁ ଦେଇ କହିଲେ ନିଅ ମୋତେ ଏହି ରାକ୍ଷୀ ବାନ୍ଧି ଦିଅ । ଆଜି ଠାରୁ ମୁଁ ହେଉଛି ତୁମ ଭାଇ ଆଉ ଜୀବନ ସାରା ମୁଁ ତମର ରକ୍ଷା କରିବି ।
ଏହି କଥା ଶୁଣିବା ପରେ ଝିଅର ଆଖିରୁ ଲୁହ ଆସିଗଲା କାରଣ ଆଜି ପର୍ଯ୍ୟନ୍ତ ତାକୁ ଏ କଥା କେହି ବି କହି ନଥିଲେ । ସେ ଚନ୍ଦ୍ରପାଳଙ୍କ ହାତରେ ରାକ୍ଷୀ ପିନ୍ଧାଇଲା । ଏହା ପରେ ଚନ୍ଦ୍ରପାଳ ଝିଅକୁ ଉପହାର ସ୍ଵରୁପ କିଛି ଟଙ୍କା ଦେଲେ । ଏହା ପରେ ତାଙ୍କ ଡ୍ରାଇଭର ଆଉ ଜଣେ କର୍ମୀ ସେହି ଝିଅକୁ ଭଉଣୀ ଭଳି ଭାବି ତା ଦ୍ଵାରା ରାକ୍ଷୀ ପିନ୍ଧିଲେ । ବନ୍ଧୁଗଣ ଏହି ଘଟଣାଟି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ଆଜି ଆମ ସମାଜ ପାଇଁ ଏଭଳି ପୋଲିସ ଅଫିସରଙ୍କ ଆବଶ୍ୟକତା ରହିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।