ବନ୍ଧୁଗଣ ଆପଣ ମାନେ ସମସ୍ତେ ନକଲି ନୋଟ ବିଷୟରେ ତ ନିଶ୍ଚୟ ଶୁଣିଥିବେ ହେଲେ ଆପଣ ମାନେ କଣ ନକଲି ମୁଦ୍ରା ବିଷୟରେ କେବେ ଶୁଣି ଛନ୍ତି । ଆପଣ ଭାବୁଥିବେ ନକଲି ମୁଦ୍ରା ବା କଏନ ବନେଇ କିଏ ବା କେତେ ଟଙ୍କା କମେଇ ପାରିବ । ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନକଲି ମୁଦ୍ରା ବନେଇ 30 କୋଟି ଟଙ୍କା କମେଇ ଥିଲେ ।
ଜଣେ ମହିଳା ଆଉ ତା ସହଯୋଗୀ ମାନେ ଏକ ନକଲି ମୁଦ୍ରା କମ୍ପାନୀ ବନେଇ ମାତ୍ର 3 ମାସରେ 30 କୋଟି ଟଙ୍କା ଲାଭ କରିଛନ୍ତି । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏହି ଘଟଣା ବିଷୟରେ ସେତେବେଳେ ଜଣା ପଡିଲା ଯେତେବେଳେ ଫରିଦାବାଦ ପୋଲିସ ଷ୍ଟେସନକୁ ଏହି କମ୍ପାନୀର ସୂଚନା ମିଳିଲା । ଏଠି ପ୍ରତିଦିନ ଏକ ଗାଡି ଆସି ନକଲି ମୁଦ୍ରାର ବେପାର କରୁଥିଲା ।
ଏହା ପରେ ପୋଲିସ ଚେକିଙ୍ଗ ଆରମ୍ଭ କରିଦେଲା ଆଉ ଏକ ଗାଡିକୁ ଧରିଲା ଯେଉଁଠି ବସ୍ତା ବସ୍ତା କଏନ ଥିଲା । ପରେ ଜଣା ପଡିଲା ମହିଳା ଜଣକ ଫ୍ୟାକ୍ଟରୀରେ କଏନ ବନେଇବା ପାଇଁ ନିଜ ସହଯୋଗୀଙ୍କ ସହ କଏନ ବିକ୍ରି କରିବାକୁ ଯାଉଥିଲେ । ସମ୍ପୃକ୍ତ ଯୁବତୀ ଜଣକ ଅଧିକାଂଶ ଟୋଲ ଗେଟ ମାନଙ୍କରେ ଯାଇ କଏନ ବିକୁ ଥିଲେ କାରଣ ଟୋଲ ଗେଟରେ ଥିବା କର୍ମଚାରୀ ମାନଙ୍କୁ ଚେଞ୍ଜ ଟଙ୍କା ପାଇଁ ଅସୁବିଧା ହେଉଥିଲା ।
ତେଣୁ ସେମାନେ ବି ମହିଳାଙ୍କ ଠାରୁ କଏନ ନେଇ ଯାଉଥିଲେ ହେଲେ ସେମାନେ ଜାଣି ନଥିଲେ ମହିଳା ତାଙ୍କୁ ନକଲି କଏନ ଦେଉଛି । ପୋଲିସ ପଚରା ଉଚରା କରିବା ପରେ ମହିଳା ସବୁ ସତ କହି ଦେଇଥିଲା । ମହିଳାର କହିବା ମୁତାବକ, ବାହାଦୁରଗଡରେ ସେ ଆଉ ତାର ତିନି ଜଣ ସହଯୋଗୀ ଏକ ନକଲି କଏନ ଫ୍ୟାକ୍ଟରୀ ଚଲାଉ ଥିଲେ । ଏହା ପରେ ପୋଲିସ ସେହି ଫ୍ୟାକ୍ଟରୀ ଉପରେ ଚଢାଉ କରିଲା ।
କଏନ ବନାଉ ଥିବା ମେସିନକୁ ଜବତ କରିବା ସହ ସେହି ତିନି ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । ମହିଳା ଆଉ ତିନି ଜଣ ସହଯୋଗୀ ମିଶି ଏପରି ନକଲି ମୁଦ୍ରା ବିକି ତିନି କୋଟି ଟଙ୍କା ରୋଜଗାର କରିଥିଲେ । ପୋଲିସ ଟଙ୍କା ବନେଇବାର ମେସିନକୁ ଜବତ କରି ସମ୍ପୃକ୍ତ ମହିଳା ଆଉ ତାର ସହଯୋଗୀଙ୍କୁ କୋର୍ଟ ଚାଲଣା କରିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।