ଦର୍ଶକ ବନ୍ଧୁ ଆମ ଦୈନଦିନ ଜୀବନରେ ଜ୍ଞାନର ବହୁତ ଆବଶ୍ୟକତା ରହିଛି । ବିନା ଜ୍ଞାନରେ ଆପଣ କୌଣସି ସ୍ଥାନରେ ତ୍ରିଷ୍ଟି ପାରିବେ ନାହିଁ । ଯଦି ଆପଣଙ୍କ ଜ୍ଞାନ ପ୍ରଖର ଥିବ ତା ହେଲେ ଆପଣ ସମସ୍ତ ସମସ୍ୟାର ସମାଧାନ କରିପାରିବେ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଜ୍ଞାନ ବର୍ଦ୍ଧକ ପ୍ରଶ୍ନ ଉତ୍ତର ନେଇ ଆସିଛୁ । ଆପଣ ମାନେ ଏହି ମଜାଳିଆ ପ୍ରଶ୍ନ ଆଉ ତାର ଉତ୍ତର ବିଷୟରେ ଜାଣି ଅନ୍ୟ ମାନଙ୍କୁ ବୁଝାଇ ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।
୧. ତାହା କଣ ଯାହା ଆମ ପାଖରେ ଅଛି ଆମେ ତାକୁ ଦେଖି ପାରିବା କିନ୍ତୁ ଧରି ପାରିବା ନାହିଁ ?
ଉତ୍ତର- ଛାଇ ଆମ ପାଖରେ ଅଛି ଆମେ ତାକୁ ଦେଖି ପାରିବା କିନ୍ତୁ ଧରି ପାରିବା ନାହିଁ ।
୨. ଗୋଟେ ୧୦ ଫୁଟ ଚଉଡାର ରାସ୍ତା ଅଛି ଦୁଇ କରେ ଦୁଇଟି ବସ ଡ୍ରାଇଭର ଆସୁଛନ୍ତି ସେ କେମିତି ଯିବେ ?
ଉତ୍ତର- ବସ ଡ୍ରାଇଭର ଆସୁଛନ୍ତି ବସ ଆସୁନି ତେଣୁ ସେମାନେ ଆରାମରେ ଯିବେ ।
୩. ଗୋଟେ ବିଲେଇର ତିନୋଟି ଛୁଆ ଅଛି, ତାଙ୍କ ନାମ ହେଉଛି ଜାନୁଆରୀ, ଫେବୃୟାରି ଏବଂ ମାର୍ଚ୍ଚ, ବିଲେଇର ନାମ କଣ ?
ଉତ୍ତର- ବିଲେଇର ନାମ ହେଉଛି କଣ ।
୪. ଏମିତି କେଉଁ ଫଳ ଅଛି ଯାହା ଯେତେ ମିଠା ହେଉ ପଛେ ବିକ୍ରି ହୋଇ ପାରିବନି ?
ଉତ୍ତର- କର୍ମଫଳ ଏବଂ ଅପେକ୍ଷାର ଫଳ ।
୫. ନଦୀର ଆର ପଟରେ ଅଟା କଳ ଅଛି ରାମ ଅଟା ପେସେଇବାକୁ କେମିତି ଯିବ ?
ଉତ୍ତର- ଅଟା ପେସା ଯାଏନି ଗହମ ପେସାଯାଏ ।
୬. ତାହା କଣ ଯାହା ଆସିଲେ ଲୋକ ମାନେ ଆମକୁ ବାଡାନ୍ତି ?
ଉତ୍ତର- ରାଗ ବା କ୍ରୋଧ ଆସିଲେ ଲୋକ ମାନେ ଆମକୁ ବାଡେଇବେ ।
୭. ଦୁଇଟି ଯାଁଳା ପିଲା ଆଦର୍ଶ ଓ ଅନୁପମ ମଇରେ ଜନ୍ମ ହେଲେ କିନ୍ତୁ ତାଙ୍କ ଜନ୍ମଦିନ ଜୁନରେ ପଡେ ଏହା କିପରି ସମ୍ଭବ ?
ଉତ୍ତର – ମଇ ଏକ ସହରର ନାମ ତେଣୁ ସେମାନେ ଜୁନ ମାସରେ ଜନ୍ମ ହୋଇଥିବାରୁ ତାଙ୍କ ଜନ୍ମଦିନ ଜୁନରେ ପଡେ ।
୮. ପିଲା ମାନେ ସ୍କୁଲ କାହିଁକି ଯାନ୍ତି ?
ଉତ୍ତର- ସ୍କୁଲ ପିଲା ମାନଙ୍କ ପାଖକୁ ଆସେନି ।
୯. କିଏ ବୁଡିବାର ସମସ୍ତେ ଦେଖନ୍ତି କିନ୍ତୁ କେହି ଉଦ୍ଧାର କରିବା ପାଇଁ ଯାନ୍ତି ନାହିଁ ?
ଉତ୍ତର- ସୂର୍ଯ୍ୟ
୧୦. ଝିଅ ବାହା ହେବା ପରେ ବାପାଙ୍କୁ ଛାଡିଲା ଶଶୁର ପାଇଲା, ମାଆଙ୍କୁ ଛାଡିଲା ଶାଶୁ ପାଇଲା, ଭାଇକୁ ଛାଡିଲା ଦିଅର ପାଇଲା, ଭଉଣୀକୁ ଛାଡିଲା ନଣନ୍ଦ ପାଇଲା, ସେ କାହାକୁ ଛାଡିଲା ସ୍ଵାମୀ ପାଇଲା ?
ଉତ୍ତର- ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଓ ଯୌବନତା ସେ ବାପଘରୁ ପାଇଥିଲା ଆଉ ଏସବୁ ଛାଡି ସେ ସ୍ଵାମୀକୁ ପାଇଲା ।