ଦର୍ଶକ ବନ୍ଧୁ ହାର୍ଦିକ ପାଣ୍ଡିଆ ନିଜ କାରିୟରର ଆରମ୍ଭ ମୁମ୍ବାଇ ଇଣ୍ଡିଆନ୍ସ ଟିମ ପାଇଁ ଅଲ ରାଉଣ୍ଡର ରୂପେ କରିଥିଲେ । ହାର୍ଦିକ ନିଜ ଦମ୍ ରେ ମୁମ୍ବାଇକୁ ଅନେକ ମ୍ୟାଚରେ ଜିତାଇ ଛନ୍ତି । ସେ ଟିମ ସହ 4 ଥର ଟ୍ରୋଫି ଜିତିଲେ ଆଉ ଟିମ ଇଣ୍ଡିଆରେ ଡେବ୍ୟୁ କରିଲେ । ହେଲେ ଗୋଟେ ସମୟରେ ହାର୍ଦିକଙ୍କୁ ଏଞ୍ଜୁରି ହୋଇଥିଲା ଆଉ ସେ ଲମ୍ବା ସମୟ ପର୍ଯ୍ୟନ୍ତ ଟିମ ଠାରୁ ଦୂରେଇ ରହିଲେ ।
ସେ ଫେରିବା ପରେ ବୋଲିଂ କରିପାରିଲେ ନାହିଁ ହେଲେ ବ୍ୟାଟ୍ସ ମ୍ୟାନ ହୋଇ ସେ ମୁମ୍ବାଇ ପାଇଁ କିଛି ମ୍ୟାଚ ଖେଳିଲେ । ହେଲେ ଲୋକ ମାନେ କହିଲେ କେବଳ ବ୍ୟାଟ୍ସ ମ୍ୟାନ ହିସାବରେ ହାର୍ଦିକଙ୍କ ସ୍ଥାନ ରହିବନି । ଆଉ ମୁମ୍ବାଇର ମ୍ୟାନେଜମେଣ୍ଟ ଏହି କଥାକୁ ସତ ମାନି ନେଲା । ଏହା ପରେ ସେମାନେ ହାର୍ଦିକଙ୍କୁ ରିଲିଜ କରିଦେଲେ । ଏହା ପରେ ଆଇପିଏଲକୁ ଆସିଲା ନୁଆ ଟିମ ଗୁଜୁରାଟ ଟାଇଟାନ୍ସ ଯେଉଁଥିରେ ହାର୍ଦିକଙ୍କୁ 15 କୋଟି ଟଙ୍କା ଦେଇ ତାଙ୍କୁ କ୍ୟାପଟେନ କରାଗଲା ।
ହାର୍ଦିକ କ୍ୟାପଟେନ ହେବା ପରେ ବହୁତ ଚର୍ଚ୍ଚା ହେଲା । ଅଧିକାଂଶ ଲୋକ ଏହି ନିଷ୍ପତ୍ତିକୁ ନେଇ ମଜାକ ଉଡେଇଲେ । ଲୋକ ମାନେ କହିଲେ ହାର୍ଦିକ ପାଣ୍ଡିଆଙ୍କ ଏହି ଟିମ ତଳ ଆଡୁ ଫାଷ୍ଟ ଆସିବ ହେଲେ ଏମିତି ହେଲାନି । ଗୁଜୁରାଟ ନିଜ ଦମ୍ ରେ ଆଇପିଏଲରେ ଅନେକ ମ୍ୟାଚ ଜିତିଲା । ଏ ପର୍ଯ୍ୟନ୍ତର କାହାଣୀ ବହୁତ ସିଧା ଲାଗୁଛି ହେଲେ ଏହି କାହାଣୀ ପଛରେ ବହୁତ କଷ୍ଟ ଏବଂ ସଂଘର୍ଷ ରହିଛି ।
ଗତ ବର୍ଷ ଟି20 ୱାଲ୍ଡ କପ୍ ରେ ଟିମ ଇଣ୍ଡିଆ ଟୁର୍ନାମେଣ୍ଟରୁ ଅତି ଶୀଘ୍ର ବାହାରି ଗଲା । ସେତେବେଳେ ସମସ୍ତେ ଟିମ ଇଣ୍ଡିଆର ଖଳନାୟକକୁ ଖୋଜୁ ଥିଲେ । ଏହା ପରେ ଗୋଟେ ଖେଳାଳିଙ୍କୁ ଟାର୍ଗେଟ କରାଗଲା । ସେହି ଖେଳାଳି ଆଉ କେହି ନୁହେଁ ହାର୍ଦିକ ପାଣ୍ଡିଆ ଥିଲେ । ଟୁର୍ନାମେଣ୍ଟ ପୂର୍ବରୁ ପାଣ୍ଡିଆଙ୍କୁ ହିରୋ ରୂପେ ଦେଖା ଯାଉଥିଲା ଆଉ ଟୁର୍ନାମେଣ୍ଟ ଶେଷ ହେବା ପରେ ହାର୍ଦିକଙ୍କୁ ଭିଲିଆନ ରୂପେ ଦେଖାଗଲା ।
ପାଣ୍ଡିଆ ଅନେକ ଲୋକଙ୍କୁ ପ୍ରମିସ କରିଥିଲେ ଯେ, ଆଇପିଏଲରେ ସେ ବୋଲିଂ କରିବେ ଆଉ ଟି20ରେ ହେଉଥିବା ସନ୍ତୁଳନ ସମସ୍ୟାକୁ ସେ ସମାଧାନ କରିବେ । ହେଲେ ଆଇପିଏଲ 2021ରେ ବହୁତ କଷ୍ଟରେ ପାଣ୍ଡିଆ ବୋଲିଂ କଲେ । ଏହା ପରେ ସେ ୱାଲ୍ଡ କପ୍ ରେ ପଦର୍ଶନ କରିବାର ପ୍ରମିସ କରିଲେ ହେଲେ ସେଇଠି ବି ସେ ଅସଫଳ ହେଲେ ।
ଏହା ପରେ ପାଣ୍ଡିଆଙ୍କୁ ନାଁ ଆଗରେ ଭିଲିଆନର ଥାପା ଲଗଗଲା । ଆଘାତ ଆଉ ବ୍ରେକ ହିଁ ପାଣ୍ଡିଆଙ୍କୁ ଭିଲିଆନ କରି ଦେଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ହାର୍ଦିକ ପାଣ୍ଡିଆ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।