ନମସ୍କାର ବନ୍ଧୁଗଣ ତେବେ ଆସୁଛି ଦଶହରା । ଆସିବେ ମା ଦୁର୍ଗା । ଦୁଃଖୀ ଙ୍କ ଦୁଃଖ ନେଇ ଅସହାୟ ଙ୍କୁ ସହାୟ ହେବାକୁ ମା ଆସିବେ । ଆମର ଏହି ସମାଜ ଯେତେବେଳେ ବେଶ୍ୟାମାନଙ୍କ କଥା ଶୁଣିଥାଏ ତେବେ ସେମାନଙ୍କ ମନରେ ଏକ ପ୍ରକାରର ଘୃଣାର ଭାବ ଚାଲିଆସେ । ବର୍ତ୍ତମାନ ମା ଦୁର୍ଗାଙ୍କର ପୂଜାର ପର୍ବ ଚାଲୁଅଛି । ମା ଦୁର୍ଗାଙ୍କର ମୂର୍ତ୍ତି ତିଆରି କରିବା ପାଇଁ ବିଭିନ୍ନ ଜାଗାରୁ ମାଟି ଆସେ । କିନ୍ତୁ ମାନ୍ୟତା ଅନୁସାରେ ବେଶ୍ୟାଳୟଙ୍କ ଘରୁ ପ୍ରଥମ ମାଟି ଆସିବା ପରେ ହିଁ ମା ଦୁର୍ଗାଙ୍କ ପ୍ରତିମା ତିଆରି କରାଯାଏ ।
ତେବେ କୁହାଯାଏ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ମୁଖ୍ୟତଃ ୪ଟି ବସ୍ତୁ ବ୍ୟବହାର କରାଯାଇଥାଏ । ଗୋଟିଏ ହେଲା ଗଙ୍ଗା କୂଳର ମାଟି, ଗୋମୟ, ଗୋମୂତ୍ର ଓ ବେଶ୍ୟାଳୟର ମାଟି । ହେଲେ ଏହି ବେଶ୍ୟାଳୟର ମାଟି କାହିଁକି ବ୍ୟବହାର କରାଯାଏ ତାହା ହୁଏତ ଅନେକଙ୍କୁ ଜଣା ନ ଥିବ । ପରମ୍ପରା କୁହେ ଜଣେ ବେଶ୍ୟା ମା’ ଦୁର୍ଗାଙ୍କର ପରମ ଭକ୍ତ ଥିଲେ ।
ତାଙ୍କୁ ତିରସ୍କାରରୁ ମୁକ୍ତ କରିବାକୁ ମା’ ନିଜେ ଆଦେଶ ଦେଇଥିଲେ କି ଯେତେବେଳେ ତାଙ୍କର ପ୍ରତିମା ପୂଜା କରିବା ପାଇଁ ନିର୍ମାଣ କରାଯିବ ସେଥିରେ ବେଶ୍ୟାଳୟର ମାଟି ବ୍ୟବହାର କରାଯିବ । ମା’ ଦୁର୍ଗାଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରଥାକୁ ପାଳନ କରାଯାଇଥାଏ ବୋଲି କୁହାଯାଏ । ଆହୁରି ମଧ୍ୟ କୁହାଯାଏ କି ଯେତେବେଳେ ଜଣେ ବ୍ୟକ୍ତି ବେଶ୍ୟାଳୟ ଯାଇଥାଆନ୍ତି ସେତେବେଳେ ସେ ତାଙ୍କର ପବିତ୍ରତାକୁ ବେଶ୍ୟାଳୟର ଦ୍ୱାରରେ ଛାଡି ଦେଇ ଯାଇଥାଆନ୍ତି ।
ତାଙ୍କର ସମସ୍ତ ଭଲ କର୍ମ ଓ ଶୁଦ୍ଧତା ବେଶ୍ୟାଳୟ ବାହାରେ ହିଁ ରହିଯାଇଥାଏ । ସେଥିପାଇଁ ବେଶ୍ୟାଳୟର ମାଟିକୁ ମା’ଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟବହାର କରାଯାଏ । ଆହୁରି ମଧ୍ୟ କେହି କେହି ମତ ଦିଅନ୍ତି କି ବେଶ୍ୟାବୃତ୍ତି ସବୁଠାରୁ ବଡ ଅପରାଧ । ତେଣୁ ଏମାନଙ୍କୁ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ମୋକ୍ଷ ପ୍ରାପ୍ତି କରିବାକୁ ବେଶ୍ୟାଳୟର ମାଟିକୁ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟବହାର କରାଯାଇଥାଏ ।
ତେବେ ଆହୁରି ମଧ୍ୟ ବେଶ୍ୟାମାନଙ୍କୁ ସାମାଜର ମୁଖ୍ୟ ଶ୍ରୋତରେ ସାମିଲ କରାଯାଇ ନ ଥାଏ ହେଲେ ଏହି ଦୁର୍ଗାପୂଜା ଅବସରରେ ତାଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ କରିବାକୁ ଏମିତି ପ୍ରୟାସ କରାଯାଏ ବୋଲି କୁହାଯାଏ । ତେବେ ସମାଜସେବୀ ଡାକ୍ତର ସୁନିତା ପଟ୍ଟନାୟକ ତେବେ ସେ କହିଛନ୍ତି କି ମା ଦୁର୍ଗା ନାରୀ ଶକ୍ତିର ପ୍ରତୀକ । ଯେତେବେଳେ ଗୋଟିଏ ନାରୀ ବେଶ୍ୟା ହୋଇଥାଏ ତେବେ ସେଥିପାଇଁ ଏହି ସମାଜ ଏବଂ ସମାଜର ଲୋକମାନେ ହିଁ ଦାୟୀ ହୋଇଥାନ୍ତି ।
ଏହି କାରଣରୁ ମା ଦୁର୍ଗାଙ୍କ ପ୍ରତିମା ତିଆରି କରିବା ପାଇଁ ବେଶ୍ୟାଙ୍କ ଘରର ମାଟି ବ୍ୟବହାର ହୋଇଥାଏ । ଏହିଭଳି ଭାବରେ ମା ଦୁର୍ଗାଙ୍କର ପୂଜାରେ ବେଶ୍ୟା ମାନଙ୍କୁ ସମ୍ମାନ ଦିଆଯାଏ । ପୁରାଣ ଏବଂ ଶାସ୍ତ୍ର ଅନୁସାରେ ଯେତେବେଳେ ମହିଳା କିମ୍ବା ପୁରୁଷ ବେଶ୍ୟା ଘରକୁ ଯାଏ ତାହାର ପୂର୍ବରୁ ବେଶ୍ୟାଳୟର ଘର ବାହାରେ ସେମାନେ ନିଜର ସମସ୍ତ ଭଲ କର୍ମ ପବିତ୍ରତା ଓ ଭଲ ଗୁଣ ଆଦି ଛାଡି ଦିଅନ୍ତି ।
ବ୍ୟକ୍ତି ଜଣଙ୍କ ସମସ୍ତ ପ୍ରକାରର ପବିତ୍ରତାକୁ ବାହାରେ ତ୍ୟାଗ କରିବା ପରେ ହିଁ ଜଣେ ବେଶ୍ୟା ଘରେ ପ୍ରବେଶ କରେ । ସେଥିପାଇଁ ବେଶ୍ୟା ଘରର ମାଟି ପବିତ୍ର ବୋଲି ମାନାଯାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।