“ମୋତେ ସେମାନେ ମାରିଦେଲେ, ହେଲେ ମୁଁ ତାଙ୍କର…” କାନ୍ଦି କାନ୍ଦି ପ୍ରେତାତ୍ମା କହୁଛି ସରପଞ୍ଚ ପ୍ରାର୍ଥୀନୀଙ୍କ ମୃତ୍ୟୁ ରହସ୍ୟ, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ତେବେ ମଣିଷ ମୃତ୍ୟୁ ପରେ ପ୍ରେତ ହୋଇଯାଏ । ଆଉ ସେହି ପ୍ରେତ ରାତିରେ ବାହାରେ । ଏ’ତ କାହାଣୀ । ଆମେ ଆମ ବାପା ମା, ତାଙ୍କ ଉପରପିଢ଼ୀ ସମସ୍ତେ ଶୁଣିଛେ ଓ ଶୁଣାଇଛେ । କିନ୍ତୁ ବିଜ୍ଞାନ ଯୁଗରେ ଏମିତି କିଛି ଘଟଣା ସେହି କାହାଣୀକୁ ସତ ଭାବିବାକୁ ବାଧ୍ୟ କରେ । ତେବେ ସେଦିନ ଥିଲା ଫେବୃଆରୀ ୧୫ ତାରିଖ ରାତି । ରାତି ପାହିଲେ ୧୬ ତାରିଖରେ ପଞ୍ଚାୟତ ନିର୍ବାଚନ । କଟକ ସଦର ବ୍ଲକ ଅନ୍ତର୍ଗତ ଯଶପଡା ପଞ୍ଚାୟତର ନିର୍ବାଚନ ଦୈ ।

ଡରେ ଆଗରେ ଥିଵା ସରପଞ୍ଚ ପ୍ରାର୍ଥିନୀ ତଥା ସରସ୍ଵତୀ ଶିଶୁ ମନ୍ଦିରର ଜଣେ ଭଲ ଶିକ୍ଷୟିତ୍ରୀ ନମିତା ବେହେରାଙ୍କ ସେହି କାଳ ରାତିରେ ସନ୍ଦେହ ଜନକ ମୃତ୍ୟୁ ହେଲା । ଆତ୍ମହତୟଆର ରୂପ ଦିଆଗଲା । ପୋଷ୍ଟମର୍ଟମ କରାଯାଇ କିଶନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେଲା । କିନ୍ତୁ ହତୟଆ କି ଆତ୍ମହତୟଆ କିମ୍ବା ପୋଷ୍ଟମର୍ଟମ ରିପୋର୍ଟର ଵି ଖୁଲାସା ହେଲାନାହିଁ ।

ତଦନ୍ତରେ ଡୋରି ବନ୍ଧା ହୋଇଗଲା । ହେଲେ ଏଵେ ନମିତାର ପ୍ରେତାତ୍ମା ଜଣଙ୍କ ଦେହରେ ସଵାର ହୋଇଥିଵା ଏବଂ ତାର ଵୟାନକୁ ନେଇ ସମଗ୍ର ଅଞ୍ଚଳରେ ଘଟଣାର ୭ ମାସ ପରେ ଵି ପୁଣି ଚର୍ଚ୍ଚର କେନ୍ଦ୍ରବିନ୍ଦୁ ପାଲଟିଛି । ଏବଂ ପ୍ରେତାତ୍ମାର ଵୟାନ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେଵାରେ ଲାଗିଛି । ମୋତେ ପରିବାରର ତିନି ଜଣ ଲୋକ ତକିଆ ପକାଇ ମାଡିଵସି କଲଵଲ କରି ମାରିଦେଇ ଟାଙ୍ଗି ଦେଲେ’ ଵୋଲି ନମିତାର ପ୍ରେତାତ୍ମା କହିଥିବା ଜଣାପଡିଛି ।

ନିର୍ବାଚନର ପୂର୍ବ ଦିନ ରାତିରେ ସଵୁ ପ୍ରସ୍ତୁତି ସାରି ରାତିରେ ଫେରିଥିବା ନମିତାର ମୃତ୍ୟୁକୁ ନେଇ ସେତେବେଳେ ସନ୍ଦେହ ଉପୁଜିଥିବା ବେଳେ ଏବେ ପ୍ରେତାତ୍ମାର ଵୟାନ ସନ୍ଦେହକୁ ଆହୁରି ଦୃଢିଭୁତ କରିଥିବା ଅଭିଯୋଗ ହେଉଛି । ଏହା ଜଣାପଡିଵା ପରେ ପୋଲିସ୍ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ତାକୁ କେଵଳ ଦେଖିବାକୁ ସମସ୍ତେ ଚାହିଁ ରହିଛନ୍ତି ।

ପ୍ରେତାତ୍ମା, ଭୂତ ଓ ଗୁଣିଗାରିଡ଼ି । କିନ୍ତୁ ବୌଜ୍ଞାନିକ ଯୁଗରେ ଏସବୁ ବିଶ୍ବାସ କରିବା କଷ୍ଟକର । ତଥାପି ଏଦୃଶ୍ୟ ଦେଖି ଆପଣ ବିଶ୍ବାସ କରିବେ ନା ନାହିଁ, ଆପଣଙ୍କ ଉପରେ ନିର୍ଭର କରେ । କାରଣ ଏହାର ସତ୍ୟାସତ୍ୟ ପକ୍ଷରେ ଆମର ଯୁକ୍ତି ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *