ନମସ୍କାର ବନ୍ଧୁଗଣ ତେବେ ଆଗତ ଭବିଷ୍ୟତ ଉପରେ କିଛି ମହାପୁରୁଷଙ୍କ ଦର୍ଶନକୁ ମାଳିକା କୁହାଯାଏ । ଭିନ୍ନ ଭିନ୍ନ କବିଙ୍କଦ୍ୱାରା ବିଭିନ୍ନ ନାମରେ ମାଳିକାମାନ ଲିଖିତ ହୋଇଛି । ମାଳିକା ଲିଖନରେ ଅଚ୍ୟୁତାନନ୍ଦ ଦାସ, ହାଡ଼ିଦାସ,ହରଦାସ ମାଳିକା,ଯଶୋବନ୍ତ ଦାସ, ଗୋସ୍ୱାମୀ ବାହୁଡ଼ା ଦାସ ଆଦି ଅନ୍ୟତମ । ତେବେ ସମୟ ସ୍ରୋତ ରେ ଧୀରେ ଧୀରେ ପୂର୍ଵ ପୁରୁଷ ମାନଙ୍କର ଅନୁମାନ ତଥା ତାଙ୍କର ମାଳିକା ବର୍ଣ୍ଣିତ ଵଚନ ସତରେ ପ୍ରତିପ୍ରକାଶ ହେବାକୁ ଯାଉଛି ।
ମାଳିକା ରେ ଯାହା ସବୁ ଲେଖାଯାଇଛି ଆଜି କାଲି ସେହିପରି ଘଟଣା ସବୁ ଦିନ କୁ ଦିନ ଦେଖିବା କୁ ମିଳୁଛି । ଆପଣ ମାନେ ହୀରାକୁଦ ଜଳଭଣ୍ଡାର ବିଷୟରେ ତ ନିଶ୍ଚୟ ଜାଣିଥିବେ । ଏହି ହୀରାକୁଦ ଡ୍ୟାମ ମାଟିରେ ତିଆରି ହୋଇଛି । ଏହା ଭାରତର ସବୁଠାରୁ ଲମ୍ବା ଡ୍ୟାମ ଅଟେ । ତେବେ ଏହି ଡ୍ୟାମକୁ ନେଇ ଆଜିର ବିଷୟ ହେଉଛି ଯେ ହୀରାକୁଦ ଡ୍ୟାମରେ ଅନେକ ମାତ୍ରାରେ ପଙ୍କ ହୋଇଗଲାଣି ।
ଏହି ଜମିଥିବା ପଙ୍କ ସଫା କରି ଏହାର ଗଭୀରତା ବୃଦ୍ଧି କରିବା ଜରୁରୀ । ଯାହାଫଳରେ ଜଳଧାରଣ କ୍ଷମତା ବୃଦ୍ଧି ପାଇଲେ ସଂଗେ ସଂଗେ ଅଧିକ ଗେଟ୍ ଖୋଲିବାକୁ ମଧ୍ୟ ପଡ଼ିବ ନାହିଁ । ଯାହା କାରଣରୁ ବନ୍ୟାର ଆଶଙ୍କା କମିଯିବ । ତେବେ କିନ୍ତୁ ଆପଣ କଣ ଜାଣିଛନ୍ତି ଏହି ପଙ୍କରେ ଅନେକ ରହସ୍ୟ ଲୁଚି ରହିଛି । ତେବେ ମହାପୁରୁଷମାନେ ଅଚ୍ୟୁତ ମାଳିକାକୁ ଧ୍ୟାନରେ ରଖି ହୀରାକୁଦ ଡ୍ୟାମର ଆଗତ ଭବିଷ୍ୟତ କଥା କହିଛନ୍ତି ।
ମହାପୁରୁଷ ଅଚ୍ୟୁତ ମାଳିକାରେ ଆଗତ ଭବିଷ୍ୟତ କଥା କହିଛନ୍ତି । ସେ କହିଛନ୍ତି ଆମେ ତ ଏପର୍ଯ୍ୟନ୍ତ ନଈକୁ ଦେଖିବାକୁ ନାହୁଁ ପାଣି କେତେ ,ଆଗରୁ ନଙ୍ଗଳା ହୋଇ ପଶିବା ଠିକ ନୁହଁ । ଆଗ ନଈରେ ପସନ୍ତୁ ତାପରେ ପାଣି ଦେଖି ଲୁଗା ଟେକି ଯିବେ । ଯାହା କହିଲେ ମହାପୁରୁଷ କଳିଯୁଗ ଶେଷ ହେଲେ ଖଣ୍ଡ ପ୍ରଳୟ ହେବ ।
ପ୍ରସିଦ୍ଧ ପ୍ରଭୁ ମହାଦେବ ମଧ୍ୟ ହୀରାକୁଦ ଭିତରେ ବୁଡ଼ି ରହିଛନ୍ତି । ସେହି ପ୍ରଭୁ ମହାଦେବଙ୍କ ନାଁ ହେଉଚି ପ୍ରଭୁ ମହାଦେଵ ହିରାଶ୍ଵର । ତେବେ ସେ ପାହାଡ଼ ହୀରା ସେ ପ୍ରଭୁ ମହାଦେବ ହେଉଛନ୍ତି ସ୍ଵୟଂ ହୀରା । ସେହି ଜାଗାରେ ଯାହା ଅଛି ସବୁ ହୀରା । ଯେଉଁଠି ହୀରା ଥାଆନ୍ତି ତାକୁ ସିନା ଆମେ ହୀରାକୁଦ କହିବା । ଯେଉଁଠି ବାଲି ରହୁଚି ତାକୁ ଆମେ ବାଲି କୁଦ କହୁଛେ ।
ତେବେ ଆମ ଓଡ଼ିଶାରେ ଯାହା ଅଛି ତାହା ବିଶ୍ୱରେ ନାହିଁ । ଆମ ଓଡ଼ିଶାରେ ଯାହା କିଛି ଅଛି ସେଥିରେ ଓଡ଼ିଶା କେତେ ଶହ ବର୍ଷ ଚାଲିବ ତାହା କହି ହେବ ନାହିଁ । କିନ୍ତୁ ପ୍ରଭୁଙ୍କ ଦୟା ଯେତେ ବେଳେ ହେବ ସେତେ ବେଳେ ବାହାରିବ । ପୁରୀରେ କିଛି ଗ୍ରନ୍ଥ ରହିଲା । ଆପଣଙ୍କ କିଛି ପୋଥି ରହିଲା ରଣପୁରେ । ଯଶୋବନ୍ତ ଗୋସେଇଁଙ୍କ ଖଣ୍ଡେ ପୋଥି ଆମେ ପାଇଲେ । ତେବେ ସେ ପୋଥି ସାମ୍ନାକୁ ଆସିବ ବୋଲି ମହା ପୁରୁଷ କହିଛନ୍ତି ।
କାହିଁକି ନା ସେ ଜାଗାରେ ମା ହେଉଛନ୍ତି ସମଲେଶ୍ଵରୀ ମା । ସାତ ହଜାର ୭୨ ଭକ୍ତ ତାଙ୍କ ଦାୟିତ୍ୱରେ ଅଛନ୍ତି । କେତେ ପଦ୍ମ ଅଛି ସେକଥା ତ ଆମେ ଜାଣିନୁ । ଆଜି ତ ଆମ ଓଡ଼ିଶାରେ ସାଢେ଼ ୪ କୋଟି । ପଶ୍ଚିମ ଓଡ଼ିଶାରେ ଆମର ପ୍ରଥମେ ରହିଛି ସମ୍ବଲପୁର । ସେଠାରେ ଆପଣଙ୍କ ସାତ ପଦ୍ମ ୭୨ ଭକ୍ତ ରହିଛି । ଯଦି ଠିକ ବାଟରେ ଚଳିବା ତେବେ ପ୍ରଭୁଙ୍କ ପାଖରେ ଯିବା ଯଦି ଭୁଲ ବାଟରେ ଯିବା ତାହେଲେ ମା କାଳୀଙ୍କ ପାଖକୁ ଯିବା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।