ଏହି ସବୁ ଜିନିଷ ଥିଲେ ଆପଣ ବର୍ଷକୁ ପାଇ ପାରିବେ 12 ହଜାର ଟଙ୍କା, ସବୁ ଚାଷୀ ମାନେ ଜାଣିବା ନିହାତି ଜରୁରୀ…

ନମସ୍କାର ବନ୍ଧୁଗଣ ତେବେ ସରକାର ପ୍ରଧାନମନ୍ତ୍ରୀ କିଷାନ ସମାନ ନିଧି ଯୋଜନାକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚାଷୀ ମାନଙ୍କୁ ଆଉ କୌଣସି ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିବ ନାହିଁ । ସେଥିପାଇଁ ଏକ ଜରୁରୀ ଖବର ଅଣୁଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ସରକାର ପ୍ରଧାନମନ୍ତ୍ରୀ କିଷାନ ସମାନ ନିଧି ଯୋଜନାକୁ ଦୁଇ ଗୁଣିତ କରିବାକୁ ସ୍ଥିର କରିଛନ୍ତି । ଯାହା ଆପଣ ମାନେ ଶୁଣିଲେ ବହୁତ ଖୁସି ହୋଇ ଯିବେ ।


ତାହା ହେଉଛି ଯେଉଁ ବ୍ୟକ୍ତିଙ୍କ ନାଁ ରେ ଚାଷ ଜମି ଥିବ ସେହି ମାନେ ହିଁ କେବଳ ଏହାର ଲାଭ ଉଠାଇ ପାରିବେ । ତେବେ ଆସନ୍ତୁ ଏହି ନୂଆ ନିୟମ ବିଷୟରେ ଜାଣିବା । ତେବେ ସୂଚନା ଅନୁସାରେ, ଭାରତର ସବୁ ଚାଷୀ ମାନଙ୍କ ପାଇଁ ଏକ ଜରୁରୀ ଖବର ଆସି ଯାଇଛି । ପ୍ରଧାନମନ୍ତ୍ରୀ କିଷାନ ସମାନ ନିଧି ଯୋଜନାରେ ପ୍ରତିବର୍ଷ ପ୍ରତ୍ୟକ ହିତାଧିକାରୀ ମାନଙ୍କ ଆକାଉଣ୍ଟକୁ ସରକାର ୩ ଟି କିସ୍ତିରେ ୬ ହଜାର ଟଙ୍କା ପଠାଇ ଥାଆନ୍ତି, ଯାହାକି ଦେଶର କୃଷକ ମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ବହୁତ ସହାୟତା ହେଉଛି ।

ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚାଷୀ ମାନଙ୍କ ପାଇଁ ଏହି ସୁବିଧାକୁ ଦୁଇ ଗୁଣିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଚାଷୀ ମାନେ ପ୍ରତିବର୍ଷ ୬ ହଜାର ଟଙ୍କା ପାଇଁ ଥାଆନ୍ତି ଯଦି ଏପରି ହୁଏ ତା’ ହେଲେ ସେମାନେ ୧୨ ହଜାର ଟଙ୍କା ପାଇ ପାରିବେ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପୁରୁଣା ବ୍ୟବସ୍ଥାକୁ ସରକାର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ବର୍ତ୍ତମାନ ଯେଉଁ ଚାଷୀ ମାନଙ୍କ ନାଁରେ ଚାଷ ଜମି ଥିବ, ସେମାନେ ହିଁ କେବଳ ଏହି ବ୍ୟବସ୍ଥାର ଲାଭ ଉଠାଇ ପାରିବେ ।


ଆଉ ଯେଉଁ ମାନଙ୍କର ପୈତୃକ ଜମିରେ ଭାଗ ରହିଛି ସେମାନେ ଏହି ଯୋଜନାର ଲାଭ ପାଇଁ ପାରିବେ ନାହିଁ । ୨୦୧୯ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ବହୁତ ଅସୁବିଧା ଦେଖିବାକୁ ମିଳିଛି ଓ ଯାହାକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାର ଲାଭ ପାଇବା ପାଇଁ ଆଶାୟୀ ନୂଆ ହିତାଧିକାରୀ ମାନେ ଆବେଦନ ଫିର୍ମରେ ନିଜ ଜମିର ପ୍ଲଟ ନମ୍ବରକୁ ଉଲେଖ କରିବାକୁ ହେବ ।

ଏହା ସହ ନୂଆ ନିୟମର ପ୍ରଭାବ ପୁରୁଣା ହିତାଧିକାରୀ ମାନଙ୍କ ଉପରେ ପ୍ରଭାବ ପଡି ପାରେ । ଯେଉଁ ମାନଙ୍କ ପାଖରେ ଦୁଇ ହେକ୍ଟର ଅର୍ଥାତ ୫ ଏକର ଚାଷ ଜମି ଥିବ ସରକାର ଏହାକୁ ରଦ୍ଦ କରି ଦିଅନ୍ତି ଓ ଏହି ଯୋଜନାରୁ ସେମାନଙ୍କୁ ବାଦ ଦିଆ ଯାଇ ଥାଏ । ତେବେ ଏହି ଯୋଜନାର ପ୍ରଥମ କିସ୍ତି ଏପ୍ରିଲ ୧ ତାରିଖରୁ ୩୧ ଜୁଲାଇ, ଦ୍ୱିତୀୟ କିସ୍ତି ଅଗଷ୍ଟ ୧ ତାରିଖରୁ ନଭେମ୍ବର ୩୦ ଓ ତୃତୀୟ କିସ୍ତି ଡିସେମ୍ବର ୧ ତାରିଖରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମଧ୍ୟରେ ଆସିଥାଏ ।


ଏହା ସିଧା ସଳଖ କୃଷି ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥାଏ । ବେଳେ ବେଳେ ଆକାଉଣ୍ଟକୁ ଟଙ୍କା ଆସିବ ସ୍ୱତେ ମଧ୍ୟ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପହଁଛି ନଥାଏ, କାରଣ ଏଥିରେ ଆଧାର ନମ୍ବର ଓ ବ୍ୟାଙ୍କ ନମ୍ବରର ଭୁଲ ହୋଇଥାଏ । ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଯଥା ଶୀଘ୍ର ଏସବୁର କାର୍ଯ୍ୟ କରି ନିଅନ୍ତୁ, ନହେଲେ ପରବର୍ତ୍ତୀ କିସ୍ତି ପାଇ ପାରିବେ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *