ଏମିତି ତିଆରି ହୋଇଥିଲା ଦୁନିଆର ସବୁଠୁ ମହଙ୍ଗା ଘର Mukesh Ambani ଙ୍କ ANTILIA…

ବନ୍ଧୁଗଣ ନମସ୍କାର, ତେବେ ଯଦି ଦୁନିଆରେ ସବୁଠାରୁ ଅଧିକ ଧନୀ ବ୍ୟକ୍ତିଙ୍କ ବିଷୟରେ କଥା ହେବା ତେବେ ଆମ୍ବାନୀ ଙ୍କର ନାମ ତ ନିଶ୍ଚୟ ଆସିବ । ଅମ୍ବାନୀ ଙ୍କୁ ଦୁନିଆ ସାରା ଲୋକ ଜାଣିଛନ୍ତି । ମୁକେଶ ଅମ୍ବାନୀଙ୍କର ଜନ୍ମ ୧୯୫୭ ମସିହା ୧୯ ଏପ୍ରିଲ ରେ ୟମନ ନାମକ ସ୍ଥାନରେ ହୋଇଥିଲା । ମୁକେଶ ଅମ୍ବାନୀ ଜଣେ ବହୁତ ବଡ଼ ବ୍ୟବସାୟୀ ଅଟନ୍ତି । ଯଦି କଥା ହେବା ୨୦୧୬ ଫୋବ୍ସ ରିପୋର୍ଟ ଅନୁସାରେ, ତାଙ୍କ ପାଖରେ ୨୨.୨ ଆରବ ଡଲାରର ନିଜସ୍ୱ ସମ୍ପତ୍ତି ଥିଲା,

ଆଉ ସେ ସେହି ସମୟରେ ଦୁନିଆର ୩୬ ତମ ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ । ତେବେ ବକିଙ୍ଘମ ପାଲେସ୍ ଦୁନିଆର ସବୁଠାରୁ ଦାମିକା ଘର ଅଟେ । ଏହାପରେ ଦ୍ଵିତୀୟ ନମ୍ବରରେ ରିଲାଏନ୍ସ ପରିବାରର ଏଣ୍ଟିଲିୟା ଘର ଆସିଥାଏ । ଏହି ଘର ମୁକେଶ ଅମ୍ବାନୀଙ୍କର ଅଟେ । ଆପଣ ମାନଙ୍କ କହିବାକୁ ଚାହିଁବୁ ଯେ, ମୁକେଶ ଅମ୍ବାନୀ ନିଜ ରୋଜଗାରର ଏକ ଚତୁର୍ଥ ଭାଗ ଏହି ଘର ସଜାଇବାରେ ଲଗାଇ ଦେଇଛନ୍ତି ।

ତେବେ ତାଙ୍କ ବଙ୍ଗଳାର ମୂଲ୍ୟ ପାଖାପାଖି ୧୧ ହଜାର କୋଟି ଟଙ୍କା ଅଟେ ଏବଂ ତାଙ୍କ ବଙ୍ଗଳାର ନାମ ହେଉଛି ଏଣ୍ଟିଲିୟା । ମୁକେଶ ଅମ୍ବାନୀଙ୍କର ଏହି ବଙ୍ଗଳା କୌଣସି ୫ ଷ୍ଟାର ହୋଟେଲ ଠାରୁ କମ୍ ନୁହେଁ । ଘରେ ହେଲିପ୍ୟାଡ଼, ଜିମ, ସିନେମା ଘର ଆଉ ଏମିତି ବହୁତ ଅଲଗା ଅଲଗା ସୁବିଧା ସମ୍ପୂର୍ଣ୍ଣର ବ୍ୟବସ୍ଥା କରାଯାଇଛି । ସବୁଠାରୁ ବେଶୀ ଆଶ୍ଚର୍ଯ୍ୟ କରିବା କଥା ହେଉଛି, କେବଳ ୪ ଜଣଙ୍କର ସେବା ପାଇଁ ୬୦୦ ଲୋକଙ୍କୁ କାମ କରିବା ପାଇଁ ରଖା ଯାଇଛି ।

ଅମ୍ବାନୀ ନିଜ ବଙ୍ଗଳାର ନାମ ଏଣ୍ଟିଲିୟା ନାମ ରଖିଛନ୍ତି । ଏହା ସେ ଆଟଲାଣ୍ଟିକ ମହାସାଗର ର ଏକ ପୌରାଣିକ ଦ୍ଵୀପର ନାମ ଉପରେ ରଖିଛନ୍ତି । ଏଣ୍ଟିଲିୟା ଦେଶର ସବୁଠାରୁ ଦାମିକା ଇଲାକା ମୁମ୍ବାଇର ଅଲଟାମାଉଣ୍ଟ ରୋଡ଼ରେ ତିଆରି ହୋଇଛି । ଏହି ଅଞ୍ଚଳରେ ପ୍ରୋପାର୍ଟିର ମୂଲ୍ୟ ବହୁତ ଅଧିକ ଅଟେ । ଏଠାରେ ପ୍ରତି ସ୍କ୍ୱେଆର ଫୁଟ ୮୦,୦୦୦ ରୁ ୮୫,୦୦୦ ଟଙ୍କା ଅଟେ । ତେବେ ଏହି ଘର କୁ ପ୍ରସ୍ତୁତ କରିବା ପାଇଁ ମୁକେଶ ଅମ୍ବାନୀ ଅଷ୍ଟ୍ରେଲିଆର ଦୁଇଟି କମ୍ପାନୀ କୁ ଡାକିଥିଲେ ।

ତେବେ ଏହି ଘରକୁ ପ୍ରସ୍ତୁତ କରିବା ପାଇଁ ସେ ଚାରି ବର୍ଷ ସମୟ ଦେଇଥିଲେ । ତେବେ ଏହି ଘରର କାମ ୨୦୦୭ ରେ ଆରମ୍ଭ ହୋଇଥିଲା ଏବଂ ୨୦୧୦ ରେ ଶେଷ ହୋଇଥିଲା । ତେବେ ସେହି ସମୟରେ ମୁକେଶ ଙ୍କ ଭାଇ ଅନିଲ ଅମ୍ବାନୀ ମଧ୍ୟ ନିଜ ଘର ପ୍ରସ୍ତୁତ କରିବାରେ ଲାଗିଥିଲେ ତେଣୁ ମୁକେଶ ଚାହୁଁଥିଲେ କି ଅନିଲ ଙ୍କ ପୂର୍ବରୁ ତାଙ୍କ ଘର ପ୍ରସ୍ତୁତ ହୋଇ ଯାଉ ।

ଅମ୍ବାନୀ ପରିବାର ଜ୍ୟୋତିଷ ଶାସ୍ତ୍ର କୁ ବିଶ୍ୱାସ କରନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେ ୨୦୧୦ ରେ ନ ଯାଇ ୨୦୧୨ ରେ ଶୁଭ ମୁହୂର୍ତ୍ତରେ ଘର ପ୍ରତିଷ୍ଠା କରିଥିଲେ ଏବଂ ବାସ୍ତୁ ଦୋଷ ର ପୂଜା ସେ ପଚାଶ ଜଣ ପଣ୍ଡିତ ଙ୍କୁ ଡାକି କରାଇ ଥିଲେ । ତେବେ ଏଣ୍ଟିଲିୟାରେ ୯ ଏଲିବେଟର ଉପଲବ୍ଧ ଅଛି । ହେଲଥ ସ୍ପା, ସ୍ୱିମିଙ୍ଗ ପୁଲ,ଜିମ, ଡ୍ୟାନ୍ସ ଷ୍ଟୁଡିଓ, ଯୋଗ ସେଣ୍ଟର, ପ୍ରାଇଭେଟ ଥ୍ରୀଏଟର ଆଦି ଏମିତି ସବୁ ସୁବିଧା ଆପଣଙ୍କୁ ଏଣ୍ଟିଲିୟାରେ ମିଳିଯିବ ।

ଏଣ୍ଟିଲିୟାର ପ୍ରତିଟି ଫ୍ଲୋରର ଡିଜାଇନ ସଂପୂର୍ଣ୍ଣ ଭିନ୍ନ ଭିନ୍ନ ଅଟେ । ପ୍ରତିଟି ଫ୍ଲୋରର ଡିଜାଇନିଙ୍ଗ ରେ ଅଲଗା ଅଲଗା ମ୍ୟାଟେରିଆଲ ବ୍ୟବହାର କରାଯାଇଛି । ତେବେ ଏଣ୍ଟିଲିୟାର ଷଷ୍ଠ ଫ୍ଲୋରରେ ଗ୍ୟାରେଜ ଅଛି । ଯେଉଁଠାରେ ବିଭିନ୍ନ ପ୍ରକାରର ବିଳାସ ଦାୟକ କାର୍ ଗୁଡିକ ରହିଛି । ଗ୍ୟାରେଜ ପର ଫ୍ଲୋରରେ ଏଣ୍ଟିଲିୟାରେ ୫୦ ଜଣ ବସିବା ଭଳି ଏକ ସିନେମା ହଲ ମଧ୍ୟ ରହିଛି । ହଲ ଉପରେ ଆଉଟ ଡୋର ଗାର୍ଡେନ ଆଉ ସେଠାରେ ମନ୍ଦିର ତିଆରି ହୋଇଛି । ତେବେ ଏହିଭଳି ଭାବରେ ତିଆରି ହୋଇଥିଲା ଦୁନିଆ ର ସବୁଠାରୁ ମହଙ୍ଗା ଘର ।

Leave a Reply

Your email address will not be published. Required fields are marked *