Malika Bachana- ପୁଣି ହେବ ମହାଭାରତ, ଋଷ କୁଟ ନଦୀ ନିକଟରେ ହେବ ମହାଯୁଦ୍ଧ, ଜର୍ମାନୀରେ ଜନ୍ମ ନେଇଛନ୍ତି ଅଶ୍ଵତ୍ଥାମା, ଦେଖନ୍ତୁ କଣ କୁହେ ମାଳିକା

ତୃତୀୟ ବିଶ୍ଵଯୁଦ୍ଧ ହେବକି ଦ୍ଵିତୀୟ ମହାଭାରତ, ଋଷର କୂଟନଦୀ କୂଳରେ ହେବ ପ୍ରଳୟଙ୍କାରୀ ଯୁଦ୍ଧ । ମହାଶସ୍ତ୍ର ସହିତ ଲଢିବ ପାଣ୍ଡବ ମାନଙ୍କ ଅସ୍ତ୍ର । ବିଶ୍ଵର ବିଭିନ୍ନ ଦେଶରେ ଜନ୍ମ ନେଇ ସାରିଛନ୍ତି ମହାଭାରତର ମହାଯୋଦ୍ଧା ମାନେ । ଅପେକ୍ଷା କରି ରହିଛନ୍ତି ଉତ୍କୃଷ୍ଟ ସମୟକୁ । ଯେଉଁ ସମୟ ଆସିଲେ ଯୋଦ୍ଧା ମାନେ ନିଜର ବାସ୍ତବ ରୂପରେ ଆସିବେ ଆଉ ଯୁଦ୍ଧ କରିବେ ବିନାଶକାରୀ ଶକ୍ତି ବିରୋଧରେ । ପ୍ରଳୟର ହେବ ପୁନର୍ଜମ ଆଉ ସତ ହେବ ମାଳିକା ବଚନ ।

ଧ୍ଵଂସ ପାଇଯିବ ପାପ ଶକ୍ତି ଆଉ ଧର୍ମର ହେବ ପୁନଃସ୍ଥାପନ । ବନ୍ଧୁଗଣ ଏହା କୁଲି ଗପ ନୁହେଁ ଏହା ହେଉଛି ମାଳିକାର ବଚନ । ଦେଖନ୍ତୁ ମାଳିକାର ଏକ ପଦ ଉପରେ । କୁଟ ନଦୀ ଉପରେ ମହା ଘୋର ଯୁଦ୍ଧ ହେବ ସେଠାରେ, ଲୋ ଯାଇଫୁଲ । ମହାଶସ୍ତ୍ର ଅଛି ସେହି ଠାରେ । ବିରାଟ ଦେଶରେ ଜାଣ ପାଣ୍ଡବଙ୍କ ଅସ୍ତ୍ର ରହିଛି ପୁଣ, ଲୋ ଯାଇଫୁଲ । ଦେଖ ଶମି ବୃକ୍ଷର ପ୍ରମାଣ ଅଶ୍ଵଥାମା ଜର୍ମାନୀରେ ଜନ୍ମ ଲଭିଛି ଅତି ଗୁପ୍ତରେ, ଲୋ ଯାଇଫୁଲ ।

ବନ୍ଧୁଗଣ କୁଟ ହେଉଛି ଏପରି ଏକ ନଦୀ ଯାହା ଋଷରେ ଅବସ୍ଥିତ । ଋଷରେ 408 କିଲୋମିଟର ଲମ୍ବ ପରିବ୍ୟାପ୍ତ ଏହି ନଦୀ 12500 ବର୍ଗ କିଲୋମିଟର ଯାଏଁ ବିସ୍ତୃପ୍ତ ଅଛି । ଆଉ ଏହି ଜାଗାରେ ହିଁ ଲୁଚି ରହିଛି ଏକ ମହାଶକ୍ତି ଯାହାକୁ ପ୍ରଳୟଙ୍କାରୀ । କାଳ କ୍ରମେ ଏହି ନଦୀରେ ଅନେକ ପରିବର୍ତ୍ତନ ବି ଆସିଛି ।

ଯଦି ମାଳିକାର କଥା ସତ ଅଟେ ତା ହେଲେ ଏହି ନଦୀ ନିକଟରେ ଯୁଦ୍ଧ ହେବ । କାରଣ ସେହିଠାରେ ଲୁଚି ରହିଛି ମହାଶସ୍ତ୍ର । ମହାଭାରତ ସମୟରେ ଅଶ୍ଵଥମା ଯେତେବେଳେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବାକୁ ଚାହୁଁ ଥିଲେ ସେହି ସମୟରେ ଶ୍ରୀ କୃଷ୍ଣ ତାଙ୍କୁ ଅଟକାଇ ଥିଲେ ଆଉ ଏହା ପରେ ସେ ମହାଶସ୍ତ୍ରର କଣ ହେଇଥିଲା କେହି ବି ଜାଣି ନାହାନ୍ତି । ହେଲେ ମାଳିକା କହୁଛି ଏହି କୂଟନଦୀ କୂଳରେ ମହାଶସ୍ତ୍ର ଲୁଚି ରହିଛି । 

ଆଉ ଅନ୍ୟ ପଟେ ଲେଖା ହେଇଛି, ପାଣ୍ଡବଙ୍କ ଅସ୍ତ୍ର ଲୁଚି ରହିଛି ବିରାଟ ଦେଶରେ ଥିବା ଏକ ଶମି ବୃକ୍ଷ ପାଖରେ । ମହାଭାରତ କଥା ଯଦି ଦେଖିବା ତା ହେଲେ ବିରାଟ ଦେଶ ବିରାଟ ରାଜାଙ୍କର ଥିଲା । ଆଉ ସେଇଠି ଗୋଟେ ବର୍ଷ ଅଜ୍ଞାତ ବାସରେ ଥିଲେ ପଞ୍ଚୁ ପାଣ୍ଡବ । ତେବେ ଆଧୁନିକ ଭାରତ ଅନୁସାରେ ବିରାଟ ଦେଶର କିଛି କିଛି ଅଂଶକୁ ରାଜସ୍ଥାନରେ ତୁଳନା କରାଯାଉଥିବା ବେଳେ ଅନ୍ୟ କିଛି ଜାଗାକୁ ଜମ୍ମୁ କାଶ୍ମୀରର ଅଖନୁର ସହ ତୁଳନା କରାଯାଏ ।

ମାଳିକା କହୁଛି ଅନେକ ସାରା ରଥୀ ମହାରଥୀ ଏବେ ପୁନର୍ଜନ୍ମ ନେଇ ସାରିଛନ୍ତି । ଆଉ ଅଶ୍ଵଥମା କୁଆଡେ ଜର୍ମାନୀରେ ଜନ୍ମ ଗ୍ରହଣ କରିଛନ୍ତି । ତେବେ ଯଦି ମାଳିକା ବଚନ ସତ ହୁଏ ତା ହେଲେ ବୋଧ ହୁଏ ପୁଣି ହୋଇ ପାରେ ମହାଭାରତ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *